ଏହି କାରଣରୁ ଗାନ୍ଧିଜୀ ପଟେଲଙ୍କ ବଦଳରେ ନେହେରୁଙ୍କୁ ପ୍ରଧାନମନ୍ତ୍ରୀ ପାଇଁ ବାଛିଥିଲେ , କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ :-

ଭାରତ ସ୍ୱାଧୀନ ହେବାର ଏକ ବର୍ଷ ପୂର୍ବରୁ ହିଁ ବ୍ରିଟିଶ ଭାରତ ହାତକୁ ନିଜ ଶାସନ ଭାର ଦେଇ ଦେଇଥିଲା । ଅର୍ଥାତ ୧୯୪୬ ମସିହା ବେଳକୁ ଭାରତ ହାତକୁ ଶାସନ ଭାର ଆସି ସାରିଥିଲା । ଠିକ ସେହି ସମୟରେ ବ୍ରିଟିଶ ସରକାର କଂଗ୍ରେସକୁ ସରକାର କରିବା ପାଇଁ ଆମନ୍ତ୍ରିତ କରିଥିଲା । କାରଣ ଦୀର୍ଘ ୨୦୦ ବର୍ଷର ଶାସନ ପରେ ଦେଶ ଛାଡ଼ି ପଳାୟନ କରିବାକୁ ପ୍ରସ୍ତୁତ ହେଉଥିଲେ ବ୍ରିଟିଶ ।

ତେଣୁ କଂଗ୍ରେସ ନେତା ମାନଙ୍କର ମୁଖ୍ୟ ମାନେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ହେବ ତାହାକୁ ନେଇ ଜୋରଦାର ଆଲୋଚନା ଚଳାଇଥିଲେ । ସେତେବେଳେ କେବଳ ଗୋଟିଏ ଦଳ କଂଗ୍ରେସ ଥିଲା । ଆଲୋଚନା ମଧ୍ୟରେ ଅନେକ ନେତା ଦେଶର ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ହଭାଇ ପଟେଲ ହୁଅନ୍ତୁ ବୋଲି ଚାହୁଁଥିଲେ । ଜବାହରଲାଲ ନେହେରୁଙ୍କୁ କେହିବି ପ୍ରଧାନମନ୍ତ୍ରୀ ପଦରେ ଦେଖିବାକୁ ଚାହୁଁ ନଥିଲେ ।

ନେତା ମାନେ ସର୍ଦ୍ଦାର ବଲ୍ଲଭାଇ ପଟେଲ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁଥିଲେ କାରଣ ସେ ଚୀନାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଭଲ ବୁଝାମଣା କରି ପାରିଥାନ୍ତେ । କିନ୍ତୁ ସମସ୍ତଙ୍କ ଆଶା ସେହି ଆଶାରେ ହିଁ ରହି ଯାଇଥିଲା । କାରଣ ମହାତ୍ମା ଗାନ୍ଧୀ ପ୍ରଧାନମନ୍ତ୍ରୀ ପଦ ପାଇଁ ଜବାହରଲାଲ ନେହେରୁଙ୍କୁ ବାଛିଥିଲେ ।

ପଟେଲ ଗାନ୍ଧୀଙ୍କ ଠାରୁ ମାତ୍ର ୬ ବର୍ଷର ସାନ ଥିଲେ । ମାତ୍ର ପଟେଲ ନେହେରୁଙ୍କ ଠାରୁ ୧୬ ବର୍ଷ ବଡ଼ ଥିଲେ । ସେଥିପାଇଁ ପଟେଲ ଏବଂ ନେହେରୁଙ୍କ ମଧ୍ୟରେ ସମ୍ପର୍କ ଅଧିକ ଗଭୀର ହୋଇ ଚାଲିଥିଲା । ପଟେଲ ଲଣ୍ଡନ କଲେଜ ମିଡ଼ିଲ ଟେମ୍ପଲରୁ ପାସ କରିଥିଲେ । ସେହିଠାରୁ ହିଁ ଗାନ୍ଧୀ , ଚୀନା ଏବଂ ନେହେରୁ ଡିଗ୍ରୀ ହାସଲ କରିଥିଲେ ।

ସେତେବେଳେ ପଟେଲ ଗୁଜୁରାଟର ସବୁଠାରୁ ଦାମୀ ଓକିଲ ଥିଲେ । ଗାନ୍ଧୀ ଏବଂ ପଟେଲ ଭଲ ସାଙ୍ଗ ଥିଲେବି ଗାନ୍ଧୀ ନେହେରୁଙ୍କୁ ପ୍ରଧାନମନ୍ତ୍ରୀ ବାଛିଥିଲେ । ଟେଣୁ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ କହିଥିଲେ ଯେ ଗାନ୍ଧିଜୀ ଗ୍ଲେମରସ ନେହେରୁଙ୍କ ପାଇଁ ନିଜ ବିଶ୍ୱାସନୀୟ ସାଥିର ବଳିଦାନ ଦେଇଦେଲେ

୭୫ ବର୍ଷ ପରେ ଯେତେବେଳେ ବିଜେପି ପଟେଲଙ୍କୁ ଖୋଲାଖୋଲି ସପୋର୍ଟ କରିଥିଲା । ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଯଦି ସେତେବେଳେ ପ୍ରଧାନମନ୍ତ୍ରୀ ପଟେଲ ହୋଇଥାନ୍ତେ ତେବେ କାଶ୍ମୀରର ଏକ ଅଂଶ ଆଜି ପାକିସ୍ତାନ ପାଖରେ ନଥାନ୍ତା । ତେବେ ଏଠାରେ ଭାବିବା କଥା କେଉଁ କାରଣରୁ ପଟେଲ ପ୍ରଧାନମନ୍ତ୍ରୀ ହେଲେନାହିଁ ।

ସ୍ୱାଧୀନ ହେବାର ଏକ ବର୍ଷ ପୂର୍ବରୁ ଯେତେବେଳେ ବ୍ରିଟିଶ ମାନେ ଶାସନ ଭାର ହସ୍ତାନ୍ତର କଲେ ସେତେବେଳେ କହିଥିଲେ ଯେ କଂଗ୍ରେସର ଅଧ୍ୟକ୍ଷ ହିଁ ପ୍ରଧାନମନ୍ତ୍ରୀ ହୋଇ ପାରିବେ । ସେତେବେଳେ କଂଗ୍ରେସ ଅଧ୍ୟକ୍ଷ ଥିଲେ ମୌଲାନା ଆବୁଲ କାଲାମ ଆଜାଦ । କିନ୍ତୁ ଗାନ୍ଧୀ ଚାହୁଁ ନଥିଲେ ସେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ତେଣୁ ତାଙ୍କୁ ୧୯୪୬ ମସିହାରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଏକ ପତ୍ର ଦେଇଥିଲେ ।

ତେବେ ଗାନ୍ଧୀ ମଧ୍ୟ ମନସ୍ତ କରି ସାରିଥିଲେ ଯେ ଯଦି ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପଚରା ଯାଏ ତେବେ ସେ ନେହେରୁଙ୍କ ନାମ ହିଁ ନେବେ । ତେବେ ଏହା ପଛରେ ଅନେକ କାରଣ ରହିଛି । ତେବେ ପ୍ରଧାନମନ୍ତ୍ରୀ ଚୟନ ପୂର୍ବରୁ ପ୍ରତିଷ୍ଠିତ କମିଟିରେ ପଟେଲ , ଆଚାର୍ଯ୍ୟ କ୍ରି ପ୍ଲାନି ଏବଂ ପଟ୍ଟାଭି ସିତରାମେୟା ନାମ ନିଆଯାଇଥିଲା । କିନ୍ତୁ କେଉଁଠିବି ନେହେରୁଙ୍କ ନାମ ନଥିଲା ।

ଏହାପରେ ସେହି ଚିଠା ମହାତ୍ମାଗାନ୍ଧୀଙ୍କ ହାତକୁ ଯିବା ପରେ ତାଙ୍କ ବ୍ୟବହାର ଦେଖି ପଟ୍ଟାଭି ସୀତାରାମେୟା ଏବଂ ଆଚାର୍ଯ୍ୟ କ୍ରି ପ୍ଲାନି ନିଜ ନାମ ପ୍ରତ୍ୟାହାର କରି ନେଇଥିଲେ । ଏହି ବିଷୟରେ ମହାତ୍ମା ଗାନ୍ଧୀ ନେହେରୁଙ୍କ ସହ ଆଲୋଚନା କରୁ କରୁ ଚିଠାକୁ ପଟେଲଙ୍କ ହାତକୁ ବଢ଼ାଇ ଦେଇଥିଲେ । ଯେଉଁଠି ପଟେଲ ବୁଝି ଯାଇଥିଲେ ଯେ ମହାତ୍ମା ଗାନ୍ଧୀ ନେହେରୁଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଦେଖିବାକୁ ଚାହୁଁଛନ୍ତି । ପ୍ରସିଦ୍ଧ ରିପୋର୍ଟର ଦୁର୍ଗା ଦାସ ନିଜର ଏକ ବୁକ ‘ ଇଣ୍ଡିଆ ଫର କର୍ଜନ ଟୁ ନେହେରୁ ଆଣ୍ଡ ଅଫଟର ‘ ରେ ଲେଖିଛନ୍ତି ଯେ ନେହେରୁଙ୍କୁ ଏତେ ବି-ରୋଧ ପରେ ଗାନ୍ଧୀ କହିଥିଲେ ଯେ ନେହେରୁ କେବେବି ଦ୍ୱିତୀୟ ସ୍ଥାନରେ ଆସିବାକୁ ରାଜି ହେବ ନାହିଁ ।

ସେ ଅନ୍ତରାଷ୍ଟ୍ରୀୟ ବିଷୟ ଉପରେ ପଟେଲଙ୍କ ଠାରୁ ଅଧିକ ବୁଝିଛନ୍ତି । ତେଣୁ ଅନ୍ତରାଷ୍ଟ୍ରୀୟ କାର୍ଯ୍ୟ ପାଇଁ ନେହେରୁ ଏବଂ ରାଷ୍ଟ୍ରୀୟ କାର୍ଯ୍ୟ ପାଇଁ ପଟେଲ ରହିବେ । ତେଣୁ ଗାନ୍ଧୀଙ୍କର ପ୍ରେସ ଇଣ୍ଟରଭିଉରୁ ଦୁଇଟି କଥା ସାମ୍ନାକୁ ଆସିଥିଲା ଯେ ନେହେରୁ ଦ୍ୱିତୀୟ ସ୍ଥାନକୁ ଆସିବାକୁ ଚାହୁଁ ନାହାଁନ୍ତି ଏବଂ ସେ ଜାଣିଥିଲେ ଯେ ପଟେଲ ଦ୍ଵିତୀୟ ସ୍ଥାନକୁ ଆସିଲେ ତାଙ୍କର କିଛି ଅସୁବିଧା ନାହିଁ । ପଟେଲ ଏଥିରେ ଆଦୋୖ କ୍ରୋ-ଧିତ ହୋଇ ନଥିଲେ ବରଂ ଏକ ସପ୍ତାହ ମଧ୍ୟରେ ପୂର୍ବ ଭଳି ରହିବାକୁ ଲାଗିଥିଲେ । ଯାହାଦ୍ୱାରା ସେତେବେଳେ ସବୁ କଂଗ୍ରେସ କର୍ମଚାରୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା ।

Leave a Reply

Your email address will not be published. Required fields are marked *