ଏହି ନବାବଙ୍କ ପାଖରେ ଥିଲେ 300 ରୁ ଅଧିକ ପତ୍ନୀ, କରୁଥିଲେ ବିଳାସପୂର୍ଣ୍ଣ ଜୀବନଯାପନ, କିନ୍ତୁ ହରାଇବାକୁ ପଡ଼ିଥିଲା ଜୀବନ:-

ବ୍ରିଟିଶ ଶାସନ କାଳରେ ଉତ୍ତରପ୍ରଦେଶକୁ ଅବଧ ମଧ୍ଯ କୁହାଯାଉଥିଲା । 1856 ମସିହାରେ ଅବଧର ଶେଷ ନବାବକୁ ବନ୍ଦୀ କରିବା ପରେ ବ୍ରିଟିଶ ସରକାର ଏଠାରେ ଦାୟିତ୍ଵ ଗ୍ରହଣ କରିଥିଲେ । ଅବଧର ଏହି ଶେଷ ନବାବଙ୍କ ବିଷୟରେ ଅନେକ କଥା କୁହାଯାଏ । କୁହାଯାଏ ଯେ ନବାବ ତାଙ୍କର ନବାବିୟତ କାରଣରୁ ଅବଧକୁ ନିଜ ହାତରୁ ହରାଇଥିଲେ ।

ନବାବ ୱାଜିଦ ଅଲି ଶାହା ପ୍ରାୟ ନଅ ବର୍ଷ ପର୍ଯ୍ୟନ୍ତ ଅବଧରେ ଶାସନ କରିଥିଲେ । ୱାଜିଦ୍ ଅଲିଙ୍କ ନବାବିୟତର ଚର୍ଚ୍ଚା ଏପରି ମଧ୍ଯ ହୋଇଥାଏ ଯେ ନବାବଙ୍କ ବିଷୟରେ କୁହାଯାଉଥିବା ଅନେକ ପ୍ରବାଦ ଏହି ନବାବଙ୍କ ପାଇଁ କୁହାଯାଇଛି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ନବାବ ୱାଜିଦ୍ ଅଲିଙ୍କର 300 ରୁ ଅଧିକ ପତ୍ନୀ ଥିଲେ ।

ନବାବ ୱାଜିଦ୍ ତାଙ୍କ ପତ୍ନୀ ଏବଂ ସେବକମାନଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲେ । ଏପରିକି ସେ ନିଜ ଜୋତା ମଧ୍ଯ ନିଜ ହାତରେ ପିନ୍ଧୁ ନଥିଲେ । ଏହି କାରଣରୁ ୱାଜିଦ ଅଲିଙ୍କ ସାମ୍ରାଜ୍ୟ ବ୍ରିଟିଶ ସରକାରଙ୍କ ଅଧୀନରେ ଆସିଲା ଏବଂ ତାଙ୍କୁ ତାଙ୍କ ସାମ୍ରାଜ୍ୟ ଛାଡିବାକୁ ପଡିଲା । ବାସ୍ତବରେ 1856 ମସିହାରେ ବ୍ରିଟିଶ ସରକାର ଅବଧକୁ ହାସଲ କରିବା ପାଇଁ ଲକ୍ଷ୍ନୌ ସ୍ଥିତ ୱାଜିଦ୍ ଅଲିଙ୍କ ପ୍ରାସାଦ ଉପରେ ଆକ୍ରମଣ କରିଥିଲେ ।

ଆକ୍ରମଣ ବିଷୟରେ ନବାବ ସେତେବେଳେ ଜାଣିବାକୁ ପାଇଲେ ଯେତେବେଳେ ଏହି ଆକ୍ରମଣ ହୋଇସାରିଥିଲା । ଯେତେବେଳେ ବ୍ରିଟିଶ ସରକାର ଆକ୍ରମଣ କରି ମହଲ ଭିତରକୁ ଆସିଲେ, ସେତେବେଳେ ବ୍ରିଟିଶମାନଙ୍କ ଭୟରେ ସେବକମାନେ ରାଜଭବନରୁ ଦୌଡ଼ି ପଳାଇଲେ । ତେବେ ୱାଜିଦ୍ ଅଲିଙ୍କ ପତ୍ନୀମାନେ ମଧ୍ୟ ରାଜପ୍ରାସାଦରେ ଲୁଚି ରହିଥିବା ବେଳେ ଅନେକ ପତ୍ନୀ ରାଜପ୍ରାସାଦ ଛାଡି ପଳାଇ ଯାଇଥିଲେ ।

ଏହି ସମୟରେ ୱାଜିଦ୍ ଅଲି ତାଙ୍କ କୋଠରୀରେ ରହିଗଲେ ଏବଂ ବ୍ରିଟିଶ ସରକାର ତାଙ୍କୁ ବନ୍ଦୀ କରିଥିଲେ । ଯେତେବେଳେ ବ୍ରିଟିଶମାନେ ନବାବ ୱାଜିଦ ଅଲିଙ୍କୁ ପଚାରିଲେ କି ସମସ୍ତେ ରାଜଭବନରୁ ପଳାଇଗଲେ କିନ୍ତୁ ତୁମେ କାହିଁକି ଗଲନାହିଁ, ନବାବ ଉତ୍ତରରେ କହିଥିଲେ ଯେ ତାଙ୍କ ଜୋତା ମିଳୁନାହିଁ, ତେଣୁ ସେ ପଳାୟନ କରିପାରିଲେ ନାହିଁ ।

ବ୍ରିଟିଶମାନେ ନବାବ ୱାଜିଦ ଅଲିଙ୍କୁ କଲିକତାର ମାଟିଆବୁର୍ଜ କାରାଗାରକୁ ପଠାଇଥିଲେ । ଏହା ପରେ ତାଙ୍କ ପତ୍ନୀ ବେଗମ୍ ହଜରତ ମହଲ ଯୁଦ୍ଧ କରି ସ୍ୱାମୀଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିରେ ୱାଜିଦଙ୍କ ଅନ୍ୟ ପତ୍ନୀମାନେ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ । ବେଗମ୍ ହଜରତ ମହଲ ଚିନହାଟ ଏବଂ ଦିଲକୁଶାରେ ବ୍ରିଟିଶମାନଙ୍କୁ ପରାଜିତ କରିଥିଲେ । କିନ୍ତୁ 1879 ମସିହାରେ ନେପାଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

Leave a Reply

Your email address will not be published. Required fields are marked *