ଶିବରାତ୍ରି ୨୦୨୨ ଶିବରାତ୍ରିର ବ୍ରତ ୫ ମହିଳାଙ୍କୁ ଭୁଲରେ ବି ରଖନ୍ତୁ ନାହିଁ ଭୟଙ୍କର ଅଭିଶାପ ପଡ଼ିଥାଏ। ଶିବ ରୋଷ କରନ୍ତି।

ବନ୍ଧୁଗଣ ୨୦୨୨ରେ ଶିବରାତ୍ରିରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ ପଡ଼ିବ ଅଭିଶାପ କାରଣ ଏହା ବହୁତ୍ ମହତ୍ତ୍ଵ ପୂର୍ଣ୍ଣ। ଫାଲଗୁନ ମାସ କୃଷ୍ଣ ଚତୁର୍ଦ୍ଦଶୀ ଦିନ ପଡ଼ିବାକୁ ଯାଉଛି ଏହି ଶିବ ରାତ୍ରି। ଶାସ୍ତ୍ର ଅନୁଯାୟୀ ଶିବରାତ୍ରି ଶିବ ଶକ୍ତିଙ୍କ ଏକ ମହା ଶକ୍ତି ରୂପେ ଅନ୍ୟତମ। ଏହା ୨୦୨୨ର ମାର୍ଚ୍ଚ ମାସ ୧ ଅବା ୨ ରେ ପଡ଼ିବାକୁ ଯାଉଛି ଆସନ୍ତୁ ଜାଣିବା ଏହାର ମହତ୍ତ୍ଵ ଏବଂ କିଛି ଜଣା ଅଜଣା କଥା ଯାହା ବିଷୟରେ ଆପଣ ହୁଏ ତ କେବେ ଶୁଣି ନଥିବେ ଅବା ଜାଣି ନଥିବେ। ଏହି ଦିନ ରାତ୍ରୀରେ ମହା ଶକ୍ତିର ସମାହାର ହୁଏ।

ଏହି ମହା ଶିବରାତ୍ରି ସକାଳୁ ଉଠି ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରି ଶୁକ୍ଳ ବସ୍ତ୍ର ଧାରଣ କରିବାକୁ ପଡେ ଓ ଭଗବାନ ଶିବଙ୍କର ବିଧି ପୂର୍ବକ ପୂଜା କରନ୍ତୁ। ରାତିରେ ଶିବ ଲିଙ୍ଗକୁ ସ୍ନାନ କରିସାରି ବିଧି ବିଧାନ ପୂର୍ବକ ଓମ୍ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ। ଆରତୀ ବିଧି ବିଧାନ ସହିତ ଶିବ ଆରତୀ କରନ୍ତୁ ଓ ପୂଜା ସମ୍ପନ୍ନ କରନ୍ତୁ। ଏହି ମହା ଶିବରାତ୍ରି ଅବସର ୨୦୨୨ ମାର୍ଚ୍ଚ ୧ ରେ ପଡ଼ିବାକୁ ଯାଉଛି।

ଏହି ଦିନ ପ୍ରାତଃ କାଳ ୩.୧୬ ମିନିଟରେ ଚତୁର୍ଦ୍ଦଶୀ ସମାପ୍ତ ହେବ। ହେଲେ ୧ମାର୍ଚ୍ଚକୁ ରାତି ୧୨ରୁ ୧୨.୫୮ ମିନିଟ୍ ପର୍ଯ୍ୟନ୍ତ ଶୁଭ ମୁହୂର୍ତ୍ତ ଅଛି ଓ ମାର୍ଚ୍ଚ ୨ ସକାଳ ୬.୪୫ମିନିଟ୍ ପର୍ଯ୍ୟନ୍ତ ରହିଛି। ଏହି ଦିନ ବ୍ରାହ୍ମଣଙ୍କୁ ଦାନ ଆଦି ଦେଇ ବ୍ରତ କରିବା ଉଚିତ୍। ଭଗବାନ ଶିବଙ୍କୁ ବେଲ ପତ୍ର ବହୁତ୍ ପଶନ୍ଦ ହୋଇଥାଏ। ତେଣୁ ବେଲ ପତ୍ର ଉପରେ ଧ୍ୟାନ ଦିଅନ୍ତୁ ଓ ବେଲ ପତ୍ରର ସମସ୍ତ ୩ଟି ପତ୍ର ଯେପରି ପୂର୍ଣ୍ଣତା ପାଇଥିବ। ଏହି ସବୁ ଶିବ ଲିଙ୍ଗରେ ସ୍ପର୍ଶ କରିବା ଉଚିତ୍।

ପୂଜାରେ ଚଢେଇ ଥିବା ଚାଉଳ ଅକ୍ଷତ ବା ଅଭଙ୍ଗ ହୋଇଥିବା ଦରକାର। ଶିବଲିଙ୍ଗରେ ନଡ଼ିଆ ପାଣି ଆଦି ଚଢେଇବା ଅନୁଚିତ୍। ନଡ଼ିଆ ମଧ୍ୟ ଚଢେଇ ପାରିବେ। ଶାସ୍ତ୍ର ଅନୁଯାୟୀ ଭଗବାନ ଶିବଙ୍କ ପୂଜା ସବୁଠୁ ସହଜ ବୋଲି କୁହାଯାଇଛି। ଭଗବାନ ଶିବ ବେଲ ପତ୍ର ଏବଂ ଏକ ଲୋଟା ଜଳରେ ମଧ୍ୟ ସନ୍ତୁଷ୍ଟ ହୋଇ ଯାଆନ୍ତି। ତେଣୁ ଆପଣ ଯଦି ଶିବଙ୍କୁ ପ୍ରସନ୍ନ କରିବାକୁ ଚାହାନ୍ତି।

କୁହାଯାଏ କି ଶିବ ରାତ୍ରି ଦିନ ଯଦି ଦୂରର୍ଦୁରା ଫଳ ଖାଇ ଦିଅନ୍ତି ତେବେ ଏହା ମଧ୍ୟ ଶୁଭ ହୋଇଥାଏ ଓ ସେହି ବ୍ୟକ୍ତିକୁ ଧନ ଏବଂ ଯଶ ମିଳିଥାଏ। ଆଜି ଆମେ ଜାଣିବା କେଉଁ ୫ଜଣ ମହିଳାଙ୍କୁ ଏହି ଶିବ ରାତ୍ରି ବ୍ରତ ରଖିବା ଅନୁଚିତ୍ ଓ ଭଗବାନ ଶିବ ଏହି ବ୍ରତ ପାଇଁ ଅଭିଶାପ ଦିଅନ୍ତି। ଏହାକୁ ଘୋର ପାପ ବୋଲି ମାନା ଯାଇଛି।

୧.ପତି ପତ୍ନୀଙ୍କୁ ଶିବ ରାତ୍ରି ବ୍ରତ ରଖିବା ଉଚିତ୍ ଓ ଏହି ବ୍ରତକୁ ପୂର୍ଣ୍ଣ ରୂପେ କଲେ ବୈବାହିକ ଜୀବନ ପୂର୍ଣ୍ଣ ହୋଇଥାଏ ଓ ସାତ ଜନ୍ମର ସାଥ ମିଳିଯାଏ। ଯଦି ଆପଣ ବେଦିରେ ୭ଥର ଅଗ୍ନି ଚାରିପଟେ ପରିକ୍ରମଣ କରି ନାହାନ୍ତି। ତେବେ ଆପଣ ଏହି ବ୍ରତକୁ ରଖିବା ଉଚିତ୍ ନୁହେଁ। କୋର୍ଟରେ ବିବାହ କରିଥିବା ବ୍ୟକ୍ତି ଏହି ବ୍ରତ ରଖିବାକୁ ସକ୍ଷମ ନୁହେଁ। ଏହି ୭ଥର ପରିକ୍ରମା ହିଁ ସବୁ ଶୁଭ କାର୍ଯ୍ୟ କରିବାର ଏକ ମୂଳ ଆଧାର। ଅର୍ଥାତ୍ ଆପଣ ଏହି ୭ଥର ପରିକ୍ରମା କଲେ ହିଁ ଆପଣ ଏହି ଶୁଭ କାର୍ଯ୍ୟ କରିବା ପାଇଁ ଯୋଗ୍ୟ ହେବେ। ଆପଣ ଯଦି ଶାସ୍ତ୍ର ବିରୋଧ କାମ କରନ୍ତି ତେବେ ଆପଣ ବହୁ ଅସୁବିଧାର ସମ୍ମୁଖିନ ହେବେ।

୨. ମନରେ କୁ ବିଚାର –

ଯଦି ଆପଣ ଅଲଗା ବ୍ୟକ୍ତିଙ୍କ ପାଇଁ ଖରାପ ଭାବନା ମନରେ ରଖନ୍ତି ଅବା କୁବିଚାର ରଖନ୍ତି ତେବେ ଆପଣ ଶିବ ରାତ୍ରିର ବ୍ରତ ରଖିବା ଅନୁଚିତ୍। ଏହା ଦ୍ଵାରା ଭଗବାନ ଏହି ବ୍ରତକୁ ସ୍ୱୀକାର କରନ୍ତି ନାହିଁ। ମନ ସ୍ୱଚ୍ଛ ଥିଲେ ହିଁ କେବଳ ଭଗବାନ ଆପଣଙ୍କ ପୂଜା ସ୍ୱୀକାର କରନ୍ତି।

୩. ଛାଡ଼ପତ୍ର ନେଇଥିବା ବ୍ୟକ୍ତି କେବେବି ଏହି ଶିବରାତ୍ରି ପୂଜା କରିବା ଅନୁଚିତ୍। ଏହି ଦିନ ପ୍ରେମର ପ୍ରତୀକ ହୋଇଥାଏ। ଶାସ୍ତ୍ର ଅନୁଯାୟୀ ପ୍ରେମ ବିଚ୍ଛେଦ ଥିବା ବ୍ୟକ୍ତିକୁ ଏକାଠି ହୋଇଯିବ ଉଚିତ୍। ତେବେ ଯାଇ ଇଶ୍ଵର ତାଙ୍କ ଭକ୍ତି ସ୍ୱୀକାର କରନ୍ତି। ଶାସ୍ତ୍ର କୁହେ କି ଯଦି ପତି ଏବଂ ପତ୍ନୀ ଏକ ସାଙ୍ଗରେ ଇଶ୍ଵର ଆରାଧନା କରନ୍ତି ତେବେ ଏହା ଅଧିକ ଫଳଦାୟୀ ହୋଇଥାଏ। ଯଦି ଏମାନେ ଏକ ହେବେ ତେବେ ଶିବ ଏବଂ ପାର୍ବତୀ ତାଙ୍କ ପୂଜା ସ୍ୱୀକାର କରିବେ। ଶିବ ଏବଂ ପାର୍ବତୀଙ୍କ ପ୍ରେମ ଅତୁଟ ହୋଇଥାଏ।

୪. ଚାଣକ୍ୟଙ୍କ ଅନୁଯାୟୀ ଏକ ବେଷ୍ୟାର ପୂଜା ଶିବ କେବେବି ସ୍ୱୀକାର କରନ୍ତି ନାହିଁ। ଏହା ଶାସ୍ତ୍ର ବିରୋଧ ଏବଂ ଏପରି କରିବା ମହା ପାପ ହୋଇଥାଏ। ଏଥିପାଇଁ ଶିବରାତ୍ରି ଦିନ ଏହି ସମସ୍ତେ ପୂଜାରୁ ଦୂରେଇ ରହିବା ଉଚିତ୍।

୫. କୁଆଁରୀ କନ୍ୟାଙ୍କୁ ଶିବ ଲିଙ୍ଗ ଛୁଇଁବା ଅନୁଚିତ୍ ଓ ଏହା ପାପ ବୋଲି ମାନା ଯାଇଛି। ଏହିପରି ଯେଉଁ ବ୍ୟକ୍ତିର ତାର ସ୍ତ୍ରୀ ପତି ଗାଳି ରହିଛି ବା ଖରାପ ଭାବନା ରହିଛି ତାହାର ମଧ୍ୟ ପୂଜା ସ୍ୱୀକାର କରାଯାଏ ନାହିଁ। ଏହି ବ୍ୟକ୍ତିକୁ ନର୍କରେ ମଧ୍ୟ ସ୍ଥାନ ମିଳେ ନାହିଁ। ହେଲେ କୁଆଁରୀ କନ୍ୟା ଏହି ବ୍ରତକୁ ରଖିବା ଉଚିତ୍ କାରଣ ତାଙ୍କୁ ମହାଦେବଙ୍କ ପରି ସ୍ବାମୀ ମିଲିବେ।

Leave a Reply

Your email address will not be published. Required fields are marked *