ଏହି ରେଷ୍ଟୁରାଣ୍ଟରେ ରୁହନ୍ତି ଭୂତ, ଭୂତ ବେଶ ଧରି ଖାଦ୍ୟ ପରିବେଷଣ କରନ୍ତି ୱେଟର; ଦେଖନ୍ତୁ ଭିଡିଓ

ଯେଉଁମାନେ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି, ସେମାନେ ଭିନ୍ନ ଭିନ୍ନ ରେଷ୍ଟୁରାଣ୍ଟକୁ ଯାଇ ସେଠାକାର ଅଭିଜ୍ଞତା ଦେଖିବାକୁ ଚାହାଁନ୍ତି । ରେଷ୍ଟୁରାଣ୍ଟ ମଧ୍ଯ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଅନେକ ସମୟରେ ରିହାତି ମଧ୍ୟ ଦେଇଥାଏ । କିଛି ରେଷ୍ଟୁରାଣ୍ଟରେ ଖାଦ୍ୟର ସ୍ୱାଦ ଭଲ ହୋଇଥିବାରୁ ଲୋକମାନେ ସେଠାକୁ ବାରମ୍ବାର ଯିବାକୁ ପସନ୍ଦ କରନ୍ତି ।

ତେବେ ରେଷ୍ଟୁରାଣ୍ଟର ଖାଦ୍ୟର ସ୍ୱାଦ ଖରାପ୍ ହେଲେ ଏହାର ନାମ ବଦନାମ ହୋଇଥାଏ । ସେଥିପାଇଁ ଲୋକମାନେ ଛୁଟିଦିନ ଗୁଡ଼ିକରେ ଭଲ ରେଷ୍ଟୁରାଣ୍ଟରେ ଡିନର-ଲଞ୍ଚ କରିବାକୁ ପସନ୍ଦ କରନ୍ତି । କିନ୍ତୁ ଆମେ ଆପଣଙ୍କୁ କହିବାକୁ ଯାଉଥିବା ଏହି ରେଷ୍ଟୁରାଣ୍ଟ ଏକ ଭିନ୍ନ କାରଣରୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି । ରେଷ୍ଟୁରାଣ୍ଟକୁ ଆସୁଥିବା ଗ୍ରାହକଙ୍କୁ ୱେଟରମାନେ ଭୂତମାନଙ୍କ ବେଶରେ ଖାଦ୍ୟ ପରିବେଷଣ କରନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଭୂତମାନେ ବାସ କରୁଥିବା ଏହି ରେଷ୍ଟୁରାଣ୍ଟକୁ ଆସୁଥିବା ଗ୍ରାହକଙ୍କୁ ଭିନ୍ନ ଭିନ୍ନ ଉପାୟରେ ଟ୍ରିଟ କରାଯାଏ । ତେବେ ପ୍ରଶ୍ନ ଉଠୁଛି ଯେ କ’ଣ ଭୂତମାନଙ୍କ ଅଙ୍ଗଭଙ୍ଗୀ ଦେଖିବା ପରେ ଗ୍ରାହକଙ୍କ ଗଳାରେ ଖାଦ୍ୟ ଯାଉଛି? ନକଲି ଭୂତମାନଙ୍କ ସହିତ ଖାଦ୍ୟ ଖାଇବା ସମୟରେ ଗ୍ରାହକଙ୍କୁ ଭୟଭୀତ କରିବା ପାଇଁ ଏହି ରେଷ୍ଟୁରାଣ୍ଟ ଆରମ୍ଭ ହୋଇଛି । ରେଷ୍ଟୁରାଣ୍ଟଟି ରିୟାଦ ସହରରେ ଅବସ୍ଥିତ ଏବଂ ଏହାର ନାମ ସ୍ୟାଡୋ ଅଟେ । ଏଠାରେ ପ୍ରତ୍ୟେକ ଟେବୁଲରେ ଏକ ନକଲି ଭୂତ ଚେୟାର ଉପରେ ବସିଥିବାର ନଜର ଆସିବ ।

https://twitter.com/Enjoy_Saudi/status/1474733164257964035?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1474733164257964035%7Ctwgr%5E%7Ctwcon%5Es1_&ref_url=https%3A%2F%2Fzeenews.india.com%2Fhindi%2Foff-beat%2Fthis-restaurant-is-inhabited-by-ghosts-scary-waiters-dance-and-serve-food-watch-video%2F1100512

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଏକ ରେଷ୍ଟୁରାଣ୍ଟ ଦେଖାଯାଏ । ଏହି ରେଷ୍ଟୁରାଣ୍ଟରେ କର୍ମଚାରୀମାନଙ୍କୁ ଭୂତ ବେଶ ଧରି ଖାଦ୍ୟ ପରିବେଷଣ କରିବାକୁ କୁହାଯାଇଛି । ବାସ୍ତବରେ ସେମାନଙ୍କୁ ଦେଖି ଭୟର ମାହୋଲ ସୃଷ୍ଟି ହୁଏ । ନେଟିଜେନ୍ସ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ରେଷ୍ଟୁରାଣ୍ଟର ଭିଡିଓ ସେୟାର କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ହଜାର ହଜାର ଭ୍ୟୁ ମିଳିଛି ।

ଏକ ରିପୋର୍ଟ ଅନୁସାରେ ଯଦି ଜଣେ ବ୍ୟକ୍ତି 6 ସିଟ୍ ବିଶିଷ୍ଟ ଏକ ଟେବୁଲ୍ ବୁକ୍ କରନ୍ତି, ତେବେ ଲୋକଙ୍କ ପାଇଁ କେବଳ 5 ଟି ସିଟ୍ ଯୋଗାଇ ଦିଆଯାଉଛି । ରେଷ୍ଟୁରାଣ୍ଟରେ ଭୂତମାନଙ୍କ ପାଇଁ ସର୍ବଦା ଗୋଟିଏ ସିଟ୍ ରିଜର୍ଭ ଥାଏ । ତେବେ ରେଷ୍ଟୁରାଣ୍ଟରେ କିଛି ଲୋକଙ୍କୁ ଖାଦ୍ୟ ଖାଇବାରେ ଉପଭୋଗ କରୁଥିବା ଦେଖିବାକୁ ମିଳେ । ବାସ୍ତବରେ ଭୟଭୀତ ହେବାର କିଛି କାରଣ ନାହିଁ । କାରଣ ଏହି ସମସ୍ତ ଭୂତ ମିଛ ଏବଂ ଚେୟାରରେ ବସିଥିବା କଙ୍କାଳଗୁଡ଼ିକ ମଧ୍ୟ ନକଲି ଅଟେ ।

Leave a Reply

Your email address will not be published. Required fields are marked *