ଏଣିକି ଭଡ଼ାରେ ମିଳିବେ ସମସ୍ତେ , କେବଳ ପ୍ରେମିକା ପ୍ରେମିକ ନୁହେଁ , ବାପା ମାଆ ମଧ୍ୟ ମିଳିବେ ଭଡ଼ାରେ

ଦୁନିଆଁରେ ସମସ୍ତେ ନିଜ ନିଜ ସାଥୀ ଖୋଜି ଥାଆନ୍ତି । ବାପା ମାଆ ହୁଅନ୍ତୁ କି ଭାଇ ଭଉଣୀ , ସମସ୍ତେ ଚାହିଁଥାଆନ୍ତି ଆମ ନିଜ ଲୋକ ଆମ ପାଖରେ ରୁହନ୍ତୁ । ନିଜ ଲୋକ ପାଖରେ ଥିଲେ ଅସୁବିଧା ସମୟରେ ମଧ୍ୟ ସୁବିଧା ଲାଗିଥାଏ ଆଉ ସବୁକିଛି ସହଜରେ ହୋଇ ଯାଇଥାଏ । ଅନ୍ୟ ପକ୍ଷରେ ଆଜିକାର ଯୁବ ସମାଜ ସମସ୍ତେ ପ୍ରେମିକ ପ୍ରେମିକା ବନାଇବା ଏକ ସାଧାରଣ କଥା ଅଟେ । ସମସ୍ତେ ଇଚ୍ଛା କରିଥାନ୍ତି ମୋର ବି ପ୍ରେମିକ କି ପ୍ରେମିକାଟିଏ ରହୁ , ଯାହା ସହିତ ମୁଁ ସମୟ କାଟି ପାରିବି ଆଉ ଶାନ୍ତିରେ ରହିପାରିବି ।

କିନ୍ତୁ ସମସ୍ତଙ୍କୁ ନିଜ ମନ ମୁତାବକ ଜୀବନସାଥି ମିଳି ନଥାଏ ଆଉ ସେମାନେ ଏକୁଟିଆ ହିଁ ରହି ଯାଇଥାନ୍ତି । ଜୀବନରେ ସେମାନେ ଜୀବନସାଥି ଖୋଜି ଖୋଜି ହାଲିଆ ହୋଇ ଯାଇଥାନ୍ତି ଆଉ ନିଜର ବଳକା ସମୟ ଏମିତି ଏକୁଟିଆରେ ହିଁ ଅତିବାହିତ କରି ଦେଇଥାନ୍ତି । ତେବେ ଏପରି ପରିସ୍ଥିତିରେ ଯେଉଁ ମାନଙ୍କର ବାପା ମାଆ ମଧ୍ୟ ନାହାଁନ୍ତି , ସେମାନେ ମଧ୍ୟ ବାପା ମାଆଙ୍କ ଭଲ ପାଇବାକୁ ପାଇବା ପାଇଁ ଇଚ୍ଛା ରଖିଥାନ୍ତି କିନ୍ତୁ ଜୀବନରେ ଏହା ତାଙ୍କୁ ମିଳି ପାରି ନଥାଏ ଆଉ ଏକୁଟିଆ ରହିବାକୁ ପଡିଥାଏ । ତେବେ ଏ ସବୁର ସମାଧାନ ବର୍ତ୍ତମାନ ସମୟରେ ମିଳି ଯାଇଛି ।

ଯାହା ବିଷୟରେ ଜାଣିବା ପରେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ ଆଉ ଆପଣଙ୍କୁ ଟିକିଏ ଝଟକା ଲାଗିପାରେ । କିନ୍ତୁ ବାସ୍ତବରେ ଏହି କଥାଟି ସତ୍ୟ । କାହିଁକି ନା ବାହାର ଦେଶରେ ଏପରି ଚାଲିଅଛି ଆଉ ଲୋକ ମାନେ ଏହାର ଫାଇଦା ଉଠାଇ ପାରୁଛନ୍ତି । ତେବେ ପ୍ରକୃତ କଥାଟି ହେଉଛି , ଏଣିକି ଭଡ଼ାରେ ଲୋକ ମାନେ ପ୍ରେମିକ ପ୍ରେମିକା କିମ୍ବା ବାପା ମାଆ ମଧ୍ୟ ପାଇପାରିବେ । ଜାପାନର ଏକ ୱେବସାଇଟ ଏହା ଲଞ୍ଚ କରିଛି । ଯାହା ଦ୍ଵାରା ଆପଣ ଏହାର ଅନେକ ଫାଇଦା ଉଠାଇ ପାରିବେ । ଆଉ ମାତ୍ର ଦୁଇ ଘଣ୍ଟା ପାଇଁ ସେମାନେ ଆପଣଙ୍କ ସାଥିରେ ରହିବେ ।

ତେବେ ଏହି ନିର୍ଦ୍ଦିଷ୍ଟ ସମୟ ପାଇଁ ଆପଣଙ୍କୁ ତାଙ୍କୁ କିଛି ଟଙ୍କା ଦେବାକୁ ପଡ଼ିବ । ଆଉ ଭଡ଼ାରେ ଆପଣ କିଛି ସମୟ ପାଇଁ ନିଜ ପ୍ରେମିକ କିମ୍ବା ପ୍ରେମିକା ହେଉ କି ବାପା କିମ୍ବା ମାଆ ହୁଅନ୍ତୁ ସମୟ କାଟି ପାରିବେ । ଆଉ ସେମାନଙ୍କ ଭଲ ପାଇବା ପାଇପାରିବେ । ତେବେ ବର୍ତ୍ତମାନ ଏହି ୱେବସାଇଟର ଚାହିଦା ଅତ୍ୟନ୍ତ ମାତ୍ରାରେ ବଢି ସାରିଛି । ଜାପାନର ଅନେକ ଲୋକ ଏହାକୁ ବ୍ୟବହାର କରିବାରେ ଲାଗିଛନ୍ତି । ଏହି ୱେବସାଇଟ ବର୍ତ୍ତମାନ ସମୟରେ ଏକ ନାମୀଦାମୀ ୱେବସାଇଟରେ ପରିଣତ ହୋଇଯାଇଛି । ଆଉ ଲୋକ ମାନେ ଭଡ଼ା ଦେଇ ନିଜ ମନ ପସନ୍ଦର ଲୋକଙ୍କ ସହିତ ସମୟ ବିତାଇ ପାରୁଛନ୍ତି ।

Leave a Reply

Your email address will not be published. Required fields are marked *