ଟ୍ରକ ଭିତରେ ଲୋଡ଼ କରାଯାଉଥିଲା ସବୁ ମୃ-ତ ଶ-ବ ଭିତରେ ଜୀବନ ପାଇଁ ସଂଘର୍ଷ କରୁଥିଲା ଜୀବନ୍ତ ଯୁବକ । ଉ-ଦ୍ଧାର ପାଇଁ ଉଠାଇ ଥିଲା ହାତ ।

୨୦୨୩ ଜୁନ ୨ ର ସେହି ଶୁକ୍ରବାର କାଳ ରାତିକୁ କେହିବି ଭୁଲି ପାରିବେ ନାହିଁ । କାରଣ ସେଦିନ ମାତ୍ର କେଇଟା ସେକେଣ୍ଡ ଭିତରେ ନିମିଷକେ ଚାଲିଗଲା ଶହ ଶହ ଯାତ୍ରୀଙ୍କ ଜୀବନ । କେହି କିଛି ବୁଝିବା ଆଗରୁ ଏକ୍ସପ୍ରେସ ଧୋ-କା ଦେଲା ମାଲ ଗାଡ଼ିକୁ ଆଉ ଅପର ପଟୁ ଆସୁଥିବା ୟଶବନ୍ତପୁର ଏକ୍ସପ୍ରେସ ଆସି ଧ-କ୍କା ହୋଇଥିଲା । ଉଭୟ ଟ୍ରେନର ଶହ ଶହ ଯାତ୍ରୀ ପ୍ରା-ଣ ହରାଇଲେ ।

ଠିକ ସନ୍ଧ୍ୟା ୭.୨୦ ରେ ଘଟିଗଲା ଏଭଳି ଏକ ମର୍ମ-ନ୍ତୁଦ ଘ-ଟଣା । ଆଖପାଖ ଲୋକ ସବୁ ଧାଇଁ ଆସିଲେ ଯାତ୍ରୀଙ୍କୁ ଉ-ଦ୍ଧାର କରିବାକୁ । ଶହ ଶହ ମୃ-ତ ଶ-ବକୁ ଆଉ ବା ଲୋକେ କେଉଁଠି ପକାଇ ରଖିଥାନ୍ତେ ? ସବୁ ମୃ-ତ ଶରୀରକୁ ଟ୍ରକରେ ଲୋଡ଼ କରାଗଲା । ସେହି ସମୟରେ ଏକ ଆଶ୍ଚର୍ଯ୍ୟ ଜନକ ଦୃ-ଶ୍ୟ ଦେଖିବାକୁ ମିଳିଥିଲା । ମୃ-ତ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଜୀବିତ ଥିଲେ ।

ଚେତା ଫେରିବା ବେଳକୁ ସେ ନିଜକୁ ଶ-ବ ମାନଙ୍କ ମଧ୍ୟରେ ପାଇଥିଲେ । ତେବେ ତାଙ୍କ ଉପରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ଆଠ ଦଶଟି ମୃ-ତ ଦେହ ତାଙ୍କ ଉପରେ ପଡ଼ି ରହିଥିଲା । ପାଟି ଫିଟାଇବାକୁ ବି ତାଙ୍କର ଶକ୍ତି ନଥିଲା । ଏହାରି ମଧ୍ୟରେ ସେ ହଠାତ ଚି-ତ୍କାର କରି ଉଠିଲେ ଜଣେ ଯୁବକ । ଶ-ବ ମାନଙ୍କ ମଧ୍ୟରୁ ନିଜକୁ ବଞ୍ଚାଇବାକୁ ସେ ପାଟି କରି ଉଠିଲେ । ସବୁଠି ହାହାକାର ପଡ଼ି ଯାଇଥିଲା ।

ତେବେ ସେହି ଯୁବକ ଜଣଙ୍କର ଜୀବନ ଥିଲା ସତ କିନ୍ତୁ ତାଙ୍କର ଗୋଟିର ହାତ ଏବଂ ଗୋଟିଏ ଗୋଡ଼ ଅକାମି ହୋଇ ଯାଇଥିଲା ଏବଂ ପୁରା ଶରୀରରୁ ର-କ୍ତସ୍ରା-ବ ହେଉଥିଲା । ଅପଟ ପଟର ହାତ ଗୋଡ଼ ଠିକ କାମ କରୁଥିଲା । କଷ୍ଟେ ମଷ୍ଟେ ହାତ ଉପରକୁ ଉଠାଇ ଉଦ୍ଧାରକାରୀଙ୍କୁ ସେ ଜୀବିତ ଥିବା ଜଣାଇବାକୁ ଚେଷ୍ଟା କଲେ ।

ପରେ ସେ ନିଜକୁ ଉ-ଦ୍ଧାର କରିବାରେ ସଫଳ ହେଲେ । ତେବେ କୋଲକାତାର ୨୪ ବର୍ଷୀୟ ଯୁବକ ବିଶ୍ୱଜିତ ମଲିକ । ତେବେ ତାଙ୍କ କହିବା ଅନୁଯାୟୀ ତାଙ୍କୁ ଗୋପାଳପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ବିଶ୍ୱଜିତଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ନଘଟିବାରୁ ପରିବାର ଲୋକେ କାର ଯୋଗେ ତାଙ୍କୁ କୋଲକାତା ନେଇଥିଲେ । ତାଙ୍କ ବାପା ଅଭି-ଯୋଗ ଆଣିଛନ୍ତି ଯେ ଗୋପାଳପୁର ଚିକିତ୍ସାଳୟ କର୍ତ୍ତୃପକ୍ଷ ବିଶ୍ୱଜିତଙ୍କୁ ଛାଡ଼ିବାକୁ ରାଜି ନଥିଲେ ।

ଏମିତିକି ତାଙ୍କ ପୁଅକୁ କୋଲକାତା ନେବା ପାଇଁ ଆମ୍ବୁଲାନ୍ସ ମଧ୍ୟ ଯୋଗାଇ ଦିଆଯାଇ ନଥିଲା । ପରେ ତାଙ୍କ ପାରିବାର ଲୋକେ ତାଙ୍କୁ କୋଲକତା ନେଇ ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି । ସେଠାରେ ବର୍ତ୍ତମାନ ସେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ଗୋଡ଼ରେ ଆ-ଘାତ ଲାଗିଥିବାରୁ ସର୍ଜରି ହୋଇଥିବା ମଧ୍ୟ ପରିବାର ଲୋକ କହିଛନ୍ତି ।

Leave a Reply

Your email address will not be published. Required fields are marked *