ଟ୍ରେନ ଟ୍ରାଜେଡି ପଛରେ ଦାୟୀ କିଏ , ଚାଲିଛି ଆଲୋଚନା ପର୍ଯ୍ୟାଲୋଚନା

ଘଟିଗଲା ଏତେ ବଡ ଦୁର୍ଘ-ଟଣା । ଚାରିଆଡ଼େ ଦେଖା ଗଲା କୁଢ଼ କୁଢ଼ ଶ-ବ । କାହାର ଯାତ୍ରା ବହୁତ ଦୂର ପର୍ଯ୍ୟନ୍ତ ଥିଲା ତ ଆଉ କିଏ ମାତ୍ର କିଛି ସମୟ ପରେ ଘରେ ପହଞ୍ଚି ଯାଇଥାନ୍ତା । କିନ୍ତୁ ସବୁକିଛି ହେବା ଆଗରୁ ଶେଷ ହୋଇଗଲା । ଶେଷ ହୋଇଗଲା ଜୀବନ ଯାତ୍ରା ଆଉ ଅଧା ରହିଗଲା ଜୀବନର କାହାଣୀ । କେତେ ସ୍ବପ୍ନ ଯେ ଥିଲା , କିନ୍ତୁ ପୁରା ହୋଇପାରିଲା ନାହିଁ । ସେଦିନର କଳା ଶୁକ୍ରବାର ସବୁକିଛି କରିଦେଲା ଶେଷ । ବାହାନଗା ଟ୍ରେନ ଦୁର୍ଘ-ଟଣା ସମସ୍ତଙ୍କ ଛାତିରେ ଯେମିତି ଛନକା ପଶାଇ ଦେଇଛି । କେତେ କେତେ ପାରିବାର ଉଜାଡି ଦେଲା ଏହି ଟ୍ରେନ ।

ତେବେ ଏହାକୁ ନେଇ ୪ ରୁ ୫ ଦିନ ବିତି ଗଲାଣି । ଉ-ଦ୍ଧାର କାର୍ଯ୍ୟ ସରିବା ସହିତ ଟ୍ରେନ ଲାଇନ୍ କାମ ସରି ଧିରେ ଧିରେ ଟ୍ରେନ ଗଡିବା ମଧ୍ୟ ଆରମ୍ଭ ହୋଇ ସାରିଛି । ଲୋକ ମାନଙ୍କ ଶ-ବ ତାଙ୍କ ଘରକୁ ସ୍ଥାନାନ୍ତରିତ କରା ଯାଇ ସାରିଛି । ଆଉ ଯେଉଁ ମାନଙ୍କ ଶ-ବ ନିଜ ପରିବାର ଲୋକ ମାନେ ନେଇ ନାହାଁନ୍ତି , ସେମାନଙ୍କ ଶବକୁ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରି ରଖାଯାଇଛି , ଯେମିତି କି ପରିବାର ଲୋକ ନି-ରାଶ ହୋଇ ନ ଫେରି ଯାଆନ୍ତୁ । ତେବେ ଏହାରି ମଧ୍ୟରେ ଟ୍ରେନ ଦୁର୍ଘ-ଟଣା ପଛର ପ୍ରକୃତ କାରଣ କଣ , ତାହା ଜାଣିବା ପାଇଁ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି ।

କାହା ପାଇଁ ଆଉ କାହାର ଭୁଲ ପାଇଁ ଏତେ ବଡ ଟ୍ରାଜେଡି ହୋଇଗଲା , ତାହାକୁ ଜାଣିବା ପାଇଁ ସମସ୍ତେ ଚେଷ୍ଟା ଚଳାଇଛନ୍ତି । ଆଉ ସିନା ସେହି ମୂଲ୍ୟବାନ ଜୀବନ ଗୁଡ଼ିକ ଫେରି ଆସିବ ନାହିଁ , କିନ୍ତୁ ସେମାନଙ୍କ ଜୀବନ ନେଇଥିବା ଅଭି-ଯୁକ୍ତକୁ ଦ-ଣ୍ଡ ମିଳିବା ନିଶ୍ଚିତ ବୋଲି ସମସ୍ତେ କହିବାରେ ଲାଗିଛନ୍ତି ।ତେବେ ବର୍ତ୍ତମାନ ସମୟରେ ବସିଥିବା ଆଲୋଚନାରେ ପାଞ୍ଚ ଜଣିଆ ଟିମ୍ ଗଠନ କରାଯାଇଛି

ଯେଉଁଥିରେ ସେମାନେ ସମସ୍ତ ବିଷୟବସ୍ତୁ ଉପରେ ଆଲୋଚନା କରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ , ସେଦିନ ସିଗନାଲ ଭୁଲ ଦିଆ ଯାଇପାରେ , ଯାହା ପାଇଁ ଏସବୁ ହୋଇ ଗଲା । ମାଲବାହୀ ଟ୍ରେନ ଅପ୍ ଲୁପ୍ ଲାଇନ୍ ରେ ଛିଡା ହୋଇଥିବା ବେଳେ ସେହି ବାଟ ଦେଇ ଯିବା ପାଇଁ କାହିଁକି କରମଣ୍ଡଳକୁ ସିଗନାଲ ମିଳିଥିଲା ।

ଆଉ ଅନ୍ୟ ପଟରେ ଟ୍ରେନ ଦୁର୍ଘ-ଟଣାଗ୍ରସ୍ତ ହୋଇ ସାରିଥିବା ପରେ ମଧ୍ୟ ପୁଣି ଯଶୋବନ୍ତପୁର ହାୱଡାକୁ କାହିଁକି ସେହି ବାଟ ଦେଇ ଯିବାକୁ ସିଗନାଲ ମିଳିଥିଲା । ଏମିତି ଅନେକ ସାରା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *