ଅନୁଭବଙ୍କୁ ତାଙ୍କ ଘରର ଚାବି ଫେରାଇଲେ ବର୍ଷା , କହିଲେ ମୁଁ ବାଧ୍ୟ ହୋଇ ସେ ଘରର ଚାବି ରଖିଥିଲି , କାହିଁକି ନା ……….

ସାଂସଦ ତଥା ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନୀଙ୍କ ପାରିବାରିକ ବି-ବାଦ ମାମ-ଲାରେ ବର୍ତ୍ତମାନ ସୁଦ୍ଧା କୌଣସି ସମାଧାନର ବାଟ ବାହାରି ନାହିଁ । କେବଳ ମାସକୁ ମାସ କୋର୍ଟରେ ଶୁଣାଣି ହେଉଛି । କେ-ସର ସମାଧାନ କେବେ ହେବ ତାହାକୁ ନେଇ ଆଉ ଆଶା ପାଉନାହିଁ । ଆଉ ଏପଟେ ନିକଟ ଶୁଣାଣି ସମୟରେ ଘ-ଟିଥିବା ଘ-ଟଣା ସାମ୍ନାକୁ ଆସିଛି । ଯେତେବେଳେ ବର୍ଷା ଅନୁଭବଙ୍କ ଘରର ଚାବି ତାଙ୍କୁ ଫେରାଇ ଦେଇଥିଲେ । ତେବେ ଘ-ଟଣା ବିଷୟରେ ସମ୍ପୂର୍ଣ୍ଣ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ଆପଣ ମାନେ ନିଶ୍ଚିତ ଜାଣିଥିବେ ଯେ ବର୍ଷା ଅନୁଭବଙ୍କ ପାରିବାରିକ ବି-ବାଦ ମାମ-ଲା କେତେ ବର୍ଷରୁ ହୋଇ ଆସିଛି । ଚଳିତ ବର୍ଷ ଉଭୟଙ୍କର ଅନେକ ମତ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ଆଉ ସେହି ସମୟରେ କୋର୍ଟ ବର୍ଷା ପ୍ରିୟଦର୍ଶୀନିଙ୍କୁ ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ କହିଥିଲେ । କିନ୍ତୁ ସୂଚନା ଅନୁଯାୟୀ ବର୍ଷା ଘର ଛାଡ଼ିବା ସତ୍ତ୍ୱେବି ଅନୁଭବ ନିଜ ଘରକୁ ଯାଇ ପାରି ନଥିଲେ । ଯାହାର କାରଣ ଏହା ଥିଲା ଯେ ବର୍ଷା ଅନୁଭବଙ୍କ ପୈତୃକ ଘର ଛାଡ଼ିଥିଲେ ସତ , କିନ୍ତୁ ତାଙ୍କ ଘରର ଚାବି ନେଇ ଯାଇଥିଲେ ।

ଯାହାକୁ ଆଧାର କରି ଅନୁଭବ କଟକ ଫ୍ୟାମିଲି କୋର୍ଟରେ ପୁଣିଥରେ ବର୍ଷାଙ୍କ ନାମରେ ଅଭି-ଯୋଗ ଆଣିଥିଲେ ଯେ ବର୍ଷା ତାଙ୍କ ପୌତୃକ ଘରର ଚାବି ଫେରାଇ ନାହାଁନ୍ତି ବୋଲି । ପୂର୍ବରୁ ମଧ୍ୟ ବର୍ଷା ଠିକ ତାରିଖରେ କୋର୍ଟରେ ଉପସ୍ଥିତ ହେଉନଥିବା ଅନୁଭବ ଅନେକ ଥର ଅଭି-ଯୋଗ ଆଣିଛନ୍ତି । କିନ୍ତୁ ଗତ ନଭେମ୍ବର 2 ରେ ବର୍ଷା ଶୁଣାଣି ତାରିଖ ଦିନ କଟକ ଫ୍ୟାମିଲି କୋର୍ଟରେ ଉପସ୍ଥିତ ହୋଇଥିଲେ । ଖାଲି ସେତିକି ନୁହେଁ ବରଂ ସେ ଅନୁଭବଙ୍କୁ ତାଙ୍କ ଘରର ଚାବି ମଧ୍ୟ ଫେରାଇ ଦେଇଥିଲେ ।

ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି ଯେ ‘ ମୋତେ ଅନୁଭବଙ୍କ ପୈତୃକ ଘରେ ରହିବାର କୌଣସି ଇଚ୍ଛା ନଥିଲା , ମୁଁ ସେହି ଘର ଛାଡ଼ି ଦେଇଥିଲି କିମ୍ବା ରହୁ ନଥିଲି । ମାତ୍ର ଘର ଚାବି ମୋ ପାଖରେ ରଖିବାର ଅର୍ଥ ଏହା ଯେ ସେହି ଘରେ ମୋର କିଛି ଅତ୍ୟାବଶ୍ୟକ ଜିନିଷ ରହି ଯାଇଥିଲା । ତେଣୁ ବର୍ତ୍ତମାନ ମୁଁ ଚାବି ଫେରାଇ ଦେଉଛି ।

ତେବେ କଟକର ଫ୍ୟାମିଲି କୋର୍ଟରେ ବର୍ଷା ଅନୁଭବଙ୍କ ଘରର ଚାବି ଫେରାଇ ଦେଇଛନ୍ତି । ବର୍ଷା ନଭେମ୍ବର 2 ରେ ଧାମନଗର ପ୍ର-ଚାର ପାଇଁ ବ୍ୟସ୍ତ ଥିଲେ ହେଁ କୋର୍ଟରେ ଠିକ ସମୟରେ ଉପସ୍ଥିତ ହୋଇଥିଲେ । ତେଣୁ ବର୍ତ୍ତମାନ ଏପରି ପ୍ରତୀତ ହେଉଛି ଯେ ଖୁବଶୀଘ୍ର ବର୍ଷା ଏବଂ ଅନୁଭବଙ୍କ ମଧ୍ୟରେ ଚାଲିଥିବା କେ-ସର ସମାଧାନ ହୋଇଯିବ ।

Leave a Reply

Your email address will not be published. Required fields are marked *