ଅନନ୍ୟ ପ୍ରତିଭାର ଅଧିକାରୀ ସ୍ବୟଂପ୍ରକାଶ , ଯାହାଙ୍କ ନାମ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ମଧ୍ୟ ସ୍ଥାନ ପାଇଥିଲା । ସେ ଆଉ ବର୍ତ୍ତମାନ ନାହାଁନ୍ତି । ନିଜ ପ୍ରତିଭା ବଳରେ ସେ ଖୁବ ଲୋକପ୍ରିୟ ହୋଇ ପାରିଥିଲେ । କିନ୍ତୁ ଗତକାଲି ତାଙ୍କର ମୃ-ତ୍ୟୁ ହୋଇଛି । ଆଉ ନିଜର ଏକମାତ୍ର ପୁଅକୁ ହରାଇ ବାପା ମା’ ଦୁଃ-ଖରେ ଭାଙ୍ଗି ପଡ଼ିଛନ୍ତି ଏବଂ ଜଣେ ମା’ ର ଲୋକ ଶୁନ୍ୟ ହୋଇ ଯାଇଛି ।
ସବୁଠି ନିଜ ବାପା ମା’ଙ୍କୁ ଗର୍ବିତ କରୁଥିବା ସ୍ୱୟଂପ୍ରକାଶ ଆଉ ଗର୍ବିତ କରିବାକୁ ମଧ୍ୟ ନାହାଁନ୍ତି । ଯାହାକୁ ନେଇ ପରିବାର ସମେତ ପୁରା ଗାଁ ଆଜି ଦୁଃ-ଖରେ ସ୍ତବ୍ଧ ହୋଇ ଯାଇଛି । ମା’ ର ଆଖିରୁ ଯେମିତି ଲୁହା ଶୁଖୁନି । କେହିବି ଭାବି ନଥିଲେ ଯେ ଏଭଳି ଏକ ଦୁର୍ଘ-ଟଣା ଘଟିଯିବ ଭଳି ।
ତେବେ ଆମେ କହୁଛୁ ଡେରାବିସ କାଳପଡ଼ା ପଞ୍ଚାୟତର ସନ୍ତୋଷ କୁମାର ହୋତାଙ୍କର ଏକମାତ୍ର ପାଞ୍ଚ ବର୍ଷୀୟ ପୁଅ ସ୍ୱୟଂପ୍ରକାଶ ହୋତାଙ୍କ କଥା । ଗତକାଲି ସ୍ବୟଂ ପ୍ରକାଶ ସବୁଦିନ ଭଳି ଟିଭି ଦେଖିବା ପାଇଁ ଯାଇଥିଲେ । ଯେଉଁ ଟିଭିରୁ ସେ ଅନେକ କିଛି ଶିଖି ପାରୁଥିଲେ , ସେହି ଟିଭି ହିଁ ତାଙ୍କ ପାଇଁ କାଳ ସାଜିଲା । ତେବେ ସ୍ବୟଂପ୍ରକାଶ ଗତକାଲି ବିଦ୍ୟୁତ ଆଘା-ତରେ ଗୁରୁ-ତର ହେବା ପରେ ପରିବାର ଲୋକେ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ । ଆଉ ବାଟରେ ହିଁ ତାଙ୍କର ମୃ-ତ୍ୟୁ ହୋଇଥିଲା । ଆଉ ତାଙ୍କର ଏଭଳି ମୃ-ତ୍ୟୁକୁ କେହିବି ସହଜରେ ବିଶ୍ୱାସ କରିପାରି ନାହାଁନ୍ତି । ଯଦି ଆମେ ସ୍ବୟଂ ପ୍ରକାଶଙ୍କ ବିଷୟରେ କହିବୁ , ତେବେ ସେ ଏକାଧିକ ପ୍ରତିଭାର ଅଧିକାରୀ ଅଟନ୍ତି ।
ସେ ଅନର୍ଗଳ ଇଂରାଜୀ କହିବା ଦ୍ୱାରା ସର୍ବ ସମ୍ମୁଖରେ ଏବଂ ଅନେକ ମଞ୍ଚରେ ସମ୍ମାନିତ ହୋଇଥିଲେ । ତାଙ୍କର ପ୍ରଖର ସ୍ମରଣ ଶକ୍ତି ହେତୁ ସେ ଅନେକ ସାଧାରଣ ଜ୍ଞାନ , ପୃଥିବୀର ସମସ୍ତ ଦେଶର ନାମ , ରାଜ୍ୟର ରାଜଧାନୀର ନାମ ଇତ୍ୟାଦି ଖୁବ ସହଜରେ ମନେ ରଖି ପାରୁଥିଲେ । ତାଙ୍କର ଏହି ଅଦ୍ୱିତୀୟ ପ୍ରତିଭା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଥିଲା ।
ଏତେ କମ ବୟସରୁ ଏତେ ଜ୍ଞାନର ଅଧିକାରୀ ପିଲାଟି ପାଇଁ ପୁରା ଗ୍ରାମବାସୀ ଖୁବ ଗର୍ବିତ ଥିଲେ । ଚଳିତ ବର୍ଷ ଜୁନ ମାସରେ ସେ ସଧାରଣଜ୍ଞାନ ପାଇଁ ଇଣ୍ଡିଆ ବୁକ ଅଫ ରେକ-ର୍ଡ଼ରେ ମଧ୍ୟ ସ୍ଥାନ ପାଇଥିଲେ । କିନ୍ତୁ ଭାଗ୍ୟରେ ଲେଖା ଥିଲା କିଛି ଅଲଗା ଏବଂ ଘଟିଗଲା ଏଭଳି ଏକ ବଡ଼ ଦୁର୍ଘ-ଟଣା । ଯାହାକୁ କେହିବି ସହଜରେ ଗ୍ରହଣ କରିପାରି ନାହାଁନ୍ତି ।