ଶେଷରେ ଦ୍ରାବିଡ଼ କହିଲେ ଯୁକ୍ତିଯୁକ୍ତ କାରଣ । ଏମାନେ ହେଉଛନ୍ତି ବିଶ୍ୱକପ ହାରିବା ପାଇଁ ପ୍ରକୃତ ଦାୟୀ ।

ଚଳିତ ବର୍ଷ ଭାରତ ବିଶ୍ୱକପ ହାରିବା କଥାକୁ ଆଜି ପର୍ଯ୍ୟନ୍ତ କ୍ରିକେଟ ପ୍ରେମୀ ଗ୍ରହଣ କରି ପାରି ନାହାଁନ୍ତି । ଲୋକଙ୍କ ମନରେ ବାରମ୍ବାର ଏକାଧିକ ପ୍ରଶ୍ନ ଉଙ୍କି ମାରୁଛି ଯେ , ଭାରତ ବିଶ୍ୱକପ ହାରିବା ପଛରେ ସବୁଠାରୁ ବଡ଼ କାରଣ କଣ , କିଏ ପରାଜୟ ପାଇଁ ଦାୟୀ । କାରଣ ଗ୍ରୁପ ପର୍ଯ୍ୟାୟରେ ଯେଉଁ ଦଳକୁ ଭାରତୀୟ ଦଳ ବ୍ୟାକ ଫୁଟକୁ ଠେଲି ଦେଇଥିଲା , ସେହି ଦଳ ଠାରୁ ଭାରତ ଏଭଳି ହାରିଲା କଣ ପାଇଁ । ଏହାବ୍ୟତୀତ ସମଗ୍ର ୧୦ ଟି ମ୍ୟାଚ ଜିତିଥିବା ଦଳ କିଭଳି ଫାଇନାଲରେ ହାରିଲା ତାହା ସମସ୍ତଙ୍କୁ ଖୁବ କଷ୍ଟ ଦେଇଛି । ଭାରତ ବିଶ୍ୱକପ ହାରିବା ପରେ ସମସ୍ତେ ଏହା କହି ନିଜ ମନକୁ ବୁଝାଇ ଦେଇଥିଲେ ଯେ ସେଦିନଟଆମର ନଥିଲା ।

କିନ୍ତୁ ସମଗ୍ର ଗ୍ରୁପ ପର୍ଯ୍ୟାୟକୁ ଦେଖିଲେ ଏହାହିଁ ଲାଗୁଥିଲା ଯେ ଭାରତ ଦିନିକିଆ ବିଶ୍ୱକପ ଜିତିବାକୁ ସମ୍ପୂର୍ଣ୍ଣ ହକଦାର ଥିଲା । ଯେଉଁ କାରଣରୁ ୧୪୧ କୋଟି ଭାରତୀୟଙ୍କ ଭରସା ଭାରତୀୟ ଦଳ ଉପରେ ରହିବା ନିହାତି ସ୍ୱାଭାବିକ ଥିଲା । ଏହି ବିଶ୍ୱକପରେ ଭାରତୀୟ ଦଳର ବୋଲିଂ ଏବଂ ବ୍ୟାଟିଂ ଭଲ ପ୍ରସ୍ତୁତିରେ ଥିବା ସହିତ ଘରୋଇ ପରିବେଶ ମଧ୍ୟ ଅଧିକ ସହାୟକ ହେଉଥିଲା ।

କିନ୍ତୁ ଏସବୁ ସତ୍ତ୍ୱେ ଭାରତ ଫାଇନାଲରେ ହାରି କଙ୍ଗାରୁ ଦଳ ହାତରେ ଟ୍ରଫି ଦେଇଥିଲା । ଯାହାକି ସବୁ କ୍ରୀଡ଼ା ପ୍ରେମୀ ଏବଂ ସମଗ୍ର ଭାରତୀୟଙ୍କୁ ଆଘାତ ଦେଇଥିଲା । ଏହାକୁ ନେଇ ଅନେକ ଆଲୋଚନା ମଧ୍ୟ ହୋଇଥିଲା । କିନ୍ତୁ ଏହାର ୨ ସପ୍ତାହ ପରେ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ ଏହାକୁ ନେଇ ମୁହଁ ଖୋଲିଛନ୍ତି ।

ବିସିସିଆଇର ରିଭ୍ୟୁ ମିଟିଂରେ ସେ ଭାରତୀୟ ଦଳର ପରାଜୟର କାରଣ କହିଛନ୍ତି । ସେ କହିଛନ୍ତି ଯେ ଫାଇନାଲରେ ସେ ଯେମିତି ଆଶା କରିଥିଲେ , ସେହି ଅନୁସାରେ ପିଚ ତାଙ୍କୁ ସପୋର୍ଟ କରି ନଥିଲା । ପିଚ ଯଦି ସ୍ପିନରଙ୍କୁ ସୁହାଇ ଥାଆନ୍ତା ତେବେ ପରିଣତି କିଛି ଅଲଗା ହୋଇଥାନ୍ତା ।

ବିଶ୍ୱକପ ଫାଇନାଲ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିଲା । କିନ୍ତୁ ଫାଇନାଲ ମ୍ୟାଚ ପାଇଁ ସବୁବେଳେ ନୂଆ ପିଚ ବ୍ୟବହାର କରିବା କଥା । କିନ୍ତୁ ଏଠାରେ ପୁରୁଣା ପିଚ ବ୍ୟବହାର ହୋଇଥିଲା । ବୋଧହୁଏ ଟିମ ଇଣ୍ଡିଆ ଏଥିପାଇଁ ଭଲ ପ୍ରଦର୍ଶନ କରି ପାରି ନଥିଲା । ତେବେ ମୋଟ ଉପରେ କହିବାକୁ ଗଲେ ଭାରତୀୟ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ ଏହି ପରାଜୟ ପାଇଁ ପିଚକୁ ହିଁ ଦାୟୀ କରିଛନ୍ତି ।

Leave a Reply

Your email address will not be published. Required fields are marked *