ଟ୍ରେନ ଟ୍ରାକରେ ଥିଲା ଫାଟ , ତାପରେ ବୃଦ୍ଧା କଲେ କିଛି ଏପରି କାମ ଯାହା ବଞ୍ଚାଇଲା ହଜାର ହଜାର ଯାତ୍ରୀ ଜୀବନ :-

କହିବାକୁ ଗଲେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦୁର୍ଘ-ଟଣା ଜନିତ ଘ-ଟଣା ଶୁଣିବାକୁ ମିଳିଥାଏ । ତେବେ ତାହା ସଡ଼କ ଦୁର୍ଘ-ଟଣା ହେଉ କିମ୍ବା ଟ୍ରେନ ଦୁର୍ଘ-ଟଣା ହେଉ । ତେବେ ପୂର୍ବରୁ ଆପଣ ମାନେ ନିଶ୍ଚିତ ଭାବରେ ଶୁଣିଥିବେ ଯେ ଅନେକ ଟ୍ରେନ ଦୁର୍ଘ-ଟଣା ହେଉ ହେଉ ବର୍ତ୍ତିଯାଇଛି । କିଛି ଲୋକଙ୍କ ମହାନତା ଏବଂ ସାହାସିକତା କାରଣରୁ ଅନେକ ଲୋକଙ୍କ ଜୀବନ ମଧ୍ୟ ବଞ୍ଚିଯାଇଛି ।

ଏମିତି କିଛି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ନିଜ ଜୀବନକୁ ହରାଇ ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଇଛନ୍ତି । ଆଜିକାର ଏହି ଲେଖାରେ ମଧ୍ୟ ଆମେ ଆପଣଙ୍କୁ ଏହିପରି ଏକ ଘ-ଟ-ଣା ବିଷୟରେ କହିବୁ ଯେଉଁଠି ଜଣେ ବୃଦ୍ଧା ନିଜର ସାହସ ଏବଂ ବୁଦ୍ଧି ବଳରେ ଟ୍ରେନ ଦୁର୍ଘ-ଟଣାକୁ ରୋକି ଦେଇଛନ୍ତି । ତେବେ ଘଟ-ଣାଟି ଉତ୍ତରପ୍ରଦେଶର ଅଟେ ।

ସୂଚନା ଅନୁଯାୟୀ ଗୁରୁବାର ସକାଳ ୮ ସମୟରେ ଏଟା-ଜାଲେସର-ତୁଣ୍ଡଲା ଯାତ୍ରୀବାହୀ ଟ୍ରେନ ଏଟା ଠାରୁ ତୁଣ୍ଡଲା ଯାଉଥିଲା । ମାତ୍ର କୁଶୱା ଗ୍ରାମ ନିକଟରେ ଥିଲା ରେଲୱେ ଟ୍ରାକରେ ଫାଟ ସୃଷ୍ଟି ହୋଇଥିଲା । କିନ୍ତୁ ସେହି ସମୟରେ ଗାଁ ର ଜଣେ ବୃଦ୍ଧା ଓମବତୀ ସେହି ରାସ୍ତା ଦେଇ କ୍ଷେତକୁ ଯାଉଥିବା ସମୟରେ ଟ୍ରେନ ଟ୍ରାକରେ ଫାଟ ସୃଷ୍ଟି ହୋଇଥିବା ଦେଖିଲେ ।ଏହି ୭୦ ବର୍ଷୀୟା ବୃଦ୍ଧା ଏହାକୁ ଅଣଦେଖା ନକରି କିମ୍ବା ବିଚଳିତ ନହୋଇ ନିଜର ବୁଦ୍ଧି ଖଟାଇ ନିଜ ପିନ୍ଧିଥିବା ଶାଢ଼ୀକୁ ବାହାର କରି ଟାଙ୍ଗି ଦେଇଥିଲେ

ଯାହାଦ୍ୱାରା ଟ୍ରେନ ଦୁର୍ଘ-ଟଣା ବର୍ତ୍ତି ଯାଇଥିଲା । ଆଉ ଅଳ୍ପ ସମୟ ବିଳମ୍ବ ହୋଇଥିଲେ ହଜାର ହଜାର ଜୀବନ ଚାଲିଯାଇଥାନ୍ତା । ମାତ୍ର ଓମବତୀଙ୍କ କାରଣରୁ ହଜାର ହଜାର ଜୀବନ ବଞ୍ଚି ଯାଇଛି । ଯେଉଁ କାରଣରୁ ଚାରିଆଡୁ ତାଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିଛି । ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଲୋକେ ଓମବତୀଙ୍କ ଏପରି ଦୁଃ-ସାହ-ସିକ କାମ ପାଇଁ ପ୍ରଶଂସା କରୁଛନ୍ତି ।

Leave a Reply

Your email address will not be published. Required fields are marked *