ଋଷର ଟ୍ୟାଙ୍କଗୁଡ଼ିକୁ ଅଟକାଇବା ପାଇଁ ବ୍ରିଜ ସହିତ ନିଜକୁ ଉଡାଇଦେଲେ ଏହି ୟୁକ୍ରେନ ସୈନିକ ।

ଋଷ ଏବଂ ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧରେ ଅନେକ ସୈନିକ ପ୍ରାଣ ହରାଇଛନ୍ତି । ଏହି ସମୟରେ ୟୁକ୍ରେନର ଜଣେ ସୈନିକଙ୍କ ସାହସିକତା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ବାସ୍ତବରେ ଋଷର ଦଙ୍ଗା କୁ ରୋକିବା ପାଇଁ ସୈନିକ ଜଣଙ୍କ ନିଜକୁ ବମ୍ ରେ ଉଡ଼ାଇ ଦେଇଛନ୍ତି । ଏହି ସୈନିକ ଜଣଙ୍କ ନାମ ହେଉଛି ବିଟାଲୀ ଶକୁନ୍ । ବିଟାଲୀ ଶକୁନଙ୍କୁ ୟୁକ୍ରେନ ସେନାର ହିରୋ କହି ତାଙ୍କ କାହାଣୀକୁ ସୋସିଆଲ ମିଡିଆରେ ସେୟାର କରାଯାଉଛି ।

ଗତ 4 ଦିନ ଧରି ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଆସୁଛି ଏବଂ ୟୁକ୍ରେନ ସୈନ୍ୟମାନେ ମଧ୍ୟ ଏହାର ପ୍ରତିଉତ୍ତର ଦେଇଛନ୍ତି । କିନ୍ତୁ ଏହି ସମୟରେ ଖବର ଆସିଛି ଯେ କ୍ରୀମିୟା ପାଖରେ ଥିବା ଖେରସନ ଅଞ୍ଚଳରେ ନିର୍ମିତ ବ୍ରିଜ ପାର ହୋଇ ଋଷର ସେନା ଦ୍ରୁତ ଗତିରେ ୟୁକ୍ରେନ ମଧ୍ୟକୁ ପ୍ରବେଶ କରୁଥିଲେ । ସେମାନଙ୍କୁ ଅଟକାଇବା ପାଇଁ ୟୁକ୍ରେନର ସୈନିକ ବିଟାଲୀ ଶାକୁନ ବ୍ରିଜ୍ ସହିତ ନିଜକୁ ଉଡ଼ାଇ ଦେଇଛନ୍ତି । ଯାହାଫଳରେ ଋଷର ସୈନିକ ସହରକୁ ପ୍ରବେଶ କରିପାରିବେ ନାହିଁ ଏବଂ ସେ ତାଙ୍କ ଉଦ୍ଦେଶ୍ୟରେ ମଧ୍ୟ ସଫଳ ହୋଇପାରିବେ ନାହିଁ ।

ବାସ୍ତବରେ ଋଷ କ୍ରୀମିୟା କୁ ପ୍ରଥମରୁ ଅକ୍ତିଆର କରିସାରିଛି । ବର୍ତ୍ତମାନ ଏହାର ସୈନ୍ୟମାନେ କ୍ରୀମିୟା ଦେଇ ୟୁକ୍ରେନରେ ପ୍ରବେଶ କରୁଛନ୍ତି । କୁହାଯାଉଛି ଯେ ୟୁକ୍ରେନ ସେନା ଆରମ୍ଭରୁ ଋଷ ସେନାକୁ ରୋକିବା ପାଇଁ ବହୁତ ଚେଷ୍ଟା କରିଥିଲା, କିନ୍ତୁ ସେମାନେ ଏଥିରେ ସଫଳ ହୋଇପାରିନଥିଲେ । ଏହି ସମୟରେ ୟୁକ୍ରେନ ବ୍ରିଜକୁ ଉଡ଼ାଇବାକୁ ଯୋଜନା କରିଥିଲା ।

ଆମେ ଆପଣଙ୍କୁ କହିରଖୁଛୁ ଏହି ବ୍ରିଜ୍ କ୍ରୀମିୟାରୁ ୟୁକ୍ରେନକୁ ସଂଯୋଗ କରେ ଏବଂ ଶତ୍ରୁମାନେ ଏହା ଦ୍ଵାରା ସହଜରେ ୟୁକ୍ରେନକୁ ପ୍ରବେଶ କରିପାରିବେ । ତେଣୁ ସୈନିକ ବିଟାଲୀ ଶାକୁନ ବ୍ରିଜକୁ ଉଡ଼ାଇ ଦେଇଥିଲେ ଏବଂ ସେ ନିଜେ ସହିଦ ହୋଇଥିଲେ । ବିଟାଲୀ ତାଙ୍କ ସାଙ୍ଗମାନଙ୍କୁ କହିଥିଲେ ଯେ ସେ ବ୍ରିଜ୍ ଉପରେ ମଇନ୍ ଲଗାଇ ତାକୁ ବିସ୍ଫୋରଣ କରୁଛନ୍ତି । କିନ୍ତୁ ସେହି ସମୟରେ ବିଟାଲୀ ବ୍ରିଜରୁ ପଳାୟନ କରିବା ପୂର୍ବରୁ ବିସ୍ଫୋରଣ ହୋଇଯାଇଥିଲା ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏଭଳି ପରିସ୍ଥିତିରେ ଋଷର ସେନାଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା ଏବଂ ୟୁକ୍ରେନକୁ ପ୍ରବେଶ କରିବା ପାଇଁ ସେମାନଙ୍କୁ ଅନ୍ୟ ଏକ ରାସ୍ତାର ସାହାରା ନେବାକୁ ପଡିଲା । ଯାହା ଫଳରେ ୟୁକ୍ରେନର ସେନାକୁ ଋଷର ସେନାମାନଙ୍କୁ ଉପଯୁକ୍ତ ଉତ୍ତର ଦେବାପାଇଁ କିଛି ସମୟ ମିଳିଗଲା ।

ଏହି ଘଟଣା ପରେ ୟୁକ୍ରେନ ସୈନ୍ୟବାହିନୀ ନିଜ ବୟାନରେ କହିଛନ୍ତି ଯେ, ‘ୟୁକ୍ରେନର ଲୋକମାନେ ଋଷକୁ ସବୁ ଦିଗରୁ ଜବାବ ଦେଉଛନ୍ତି । ଶତ୍ରୁକୁ ରୋକିବା ପାଇଁ ନୌ ବାହିନୀ ବ୍ରିଜକୁ ଉଡ଼ାଇ ଦେଲା । ଏହି ଘଟଣାରେ ବିଟାଲୀ ଶାକୁନ ସହିଦ ହୋଇଗଲେ ‘। ୟୁକ୍ରେନ ସୈନ୍ୟ କହିଛନ୍ତି ଯେ ବିଟାଲୀ ଶାକୁନଙ୍କୁ ବିରତା ପୁରସ୍କାର ପ୍ରଦାନ କରାଯିବ ।

Leave a Reply

Your email address will not be published. Required fields are marked *