ଗଛରୁ ଟ୍ୟାପ ଭଳି ବାହାରିଲା ପାଣି । ଭିଡ଼ିଓ ଭାଇରଲ । ଆପଣବି ହେବେ ଆଶ୍ଚର୍ଯ୍ୟ ।

ଆପଣ ମାନେ ନିଶ୍ଚିତ ଭାବରେ ଦୁନିଆରେ ଏମିତି ଅନେକ ଗଛ ଦେଖିଥିବେ ଯାହାକୁ ଯାହା ସାଧାରଣ ଗଛ ଠାରୁ ଭିନ୍ନ ହୋଇଥାଏ । ତାହାର ଅନେକ ଭିଡ଼ିଓ ଅନେକ ସମୟରେ ଭାଇରଲ ମଧ୍ୟ ହୋଇଥାଏ । ଆଜିକାର ଏହି ଭିଡ଼ିଓରେ ଆମେ ଆପଣଙ୍କୁ ଏହିଭଳି ଏକ ଗଛ ବିଷୟରେ କହିବାକୁ ଯାଉଛୁ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆନ୍ଧ୍ରପ୍ରଦେଶ ଏଏସଆର ଜିଲ୍ଲାର ପୋପିକୁନ୍ଦା ଜାତୀୟ ଉଦ୍ୟାନରେ ଯେତେବେଳେ ବନବିଭାଗର ଅଧିକାରୀ ମାନେ ଏକ ଗଛ କାଟିଥିଲେ ସେଥରୁ ନଳକୂପ ଭଳି ପାଣି ବାହାରି ଥିଲା । ଯେଉଁ ଗଛର ନାଁ ଥିଲା ଇଣ୍ଡିଆନ ଲୋରେଲ । କୁହାଯାଏ ଯେ ଏହି ଗଛ ଦୀର୍ଘଦିନ ଧରି ନିଜ ଭିତରେ ଜଳ ସଂରକ୍ଷଣ କରିଥାଏ ।

ବୋୖଦ୍ଧ ଧର୍ମର ଲୋକେ ଏହି ଗଛକୁ ଧାର୍ମିକ ଦୃଷ୍ଟିକୋଣରୁ ଦେଖିଥାନ୍ତି । ଖାସକରି ଗୋଦାବରୀ ନଦୀ ନିକଟରେ ରହୁଥିବା କଣ୍ଟାରେଡ୍ଡୀ ସମ୍ପ୍ରଦାୟର ଲୋକଙ୍କ ଅନୁଯାୟୀ ସେମାନେ ଶହ ଶହ ବର୍ଷ ଧରି ଏହି ଗଛର ଛାଲକୁ କାଟି ନିଜର ଶୋଷ ମେଣ୍ଟାଇ ଆସୁଛନ୍ତି । ଶନିବାର ଦିନ ଆନ୍ଧ୍ରପ୍ରଦେଶ ବନବିଭାଗର ଅଧିକାରୀ ମାନେ ପାପୀକୁଂଟା ଜାତୀୟ ଉଦ୍ୟାନରେ ଥିବା ଭାରତୀୟ ଲୋରେଲ ଗଛ ଟର୍ମିନାଲିଆ ଟୋମେଣ୍ଟସାର ଚାଲ ଦେଖିବା ପାଇଁ ତାହାକୁ କାଟୁଥିଲେ । ଆଉ ଗଛର ଛାଲକୁ କାଟିବା ମାତ୍ରେ ଯାହା ଦେଖିଲେ ତାହା ଦେଖିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ । ଟ୍ୟାପରୁ ପାଣି ବାହାରିବା ପରି ସେହି ଗଛରୁ ମଧ୍ୟ ପାଣି ବାହାରିବାରେ ଲାଗିଥିଲା ।

ଆଉ ସେହି ଭିଡ଼ିଓ ମଧ୍ୟ ଭାଇରଲ ହୋଇଥିଲା । ତେବେ ସୋସିଆଲ ମିଡ଼ିଆ ଆକାଉଣ୍ଟ ‘ X ‘ ରେ ଏହି ଭିଡ଼ିଓକୁ ଆଇଏଫଏସ ନରେନଧରନ ସେୟାର କରି କ୍ୟାପସନ ଦେଇଛନ୍ତି ଯେ ” ପ୍ରଚଣ୍ଡ ଖରାରେ ଟୋମେଣ୍ଟସା ଗଛ ପାଣି ସଂରକ୍ଷଣ କରେ ” । ଏହି ଗଛର ପାଣି ଖୁବ ଗନ୍ଧଯୁକ୍ତ ହୋଇଥିବା ବେଳେ ସ୍ୱାଦ ଖୁବ ଖଟା ହୋଇଥାଏ ।

ଏହି ଗଛ ବିଶେଷ କରି ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଅଞ୍ଚଳରେ ଏହି ଗଛ ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ । ଏହି ଗଛକୁ କାଟିବା ମାତ୍ରେ ପ୍ରାୟ ଏକ ଲିଟର ପର୍ଯ୍ୟନ୍ତ ପାଣି ବାହାରୁଛି ବୋଲି କୁହାଯାଉଛି । ସେପଟେ ଯଦି ଆମେ ଏହି ଗଛର ବ୍ୟବସାୟିକ ମୂଲ୍ୟ ବିଷୟରେ ଦେଖିବା ତେବେ ତାହା ବହୁତ ଅଧିକ ତେଣୁ ଏହାକୁ କେଉଁ ସ୍ଥାନରେ ସଂରକ୍ଷଣ କରାଯାଏ ତାହା କୁହାଯାଏ ନାହିଁ । ସରଳ ଭାଷାରେ ଏହାକୁ କ୍ରୋକଡ଼ାଇଲ ବାର୍ଥଟ୍ରି ମଧ୍ୟ କୁହାଯାଏ ।

Leave a Reply

Your email address will not be published. Required fields are marked *