ଆସୁଛି ଏକ ବଡ଼ ଲଘୁଚାପ…. ବୁଡ଼ିଯିବ ୭ଜିଲ୍ଲା !

ସରୁନି ଲଘୁଚାପ ଛାଡୁନି ବର୍ଷା। ଗୋଟିଏ ପରେ ଗୋଟିଏ ଲଘୁଚାପରେ ଭିଜୁଛି ସାରା ଓଡିଶା। ଆକାଶ ଫଟା ବର୍ଷାରେ ଲୋକେ ହେଉଛନ୍ତି ହନ୍ତସନ୍ତ। କେଉଁଠି ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି ତ ଆଉ କେଉଁଠି ବର୍ଷାର ବେଗ ବଢି ରାସ୍ତାରେ ବେକ ବେକ ପାଣି ଠିଆ ହେଉଛି ତେବେ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସୁଛି ଆଉ ଏକ ବଡ଼ ଲଘୁଚାପ ଯାହା ନେଇ ପାରେ ବାତ୍ୟାର ରୂପ।

ବୁଡିଯିବ ୭ ଜିଲ୍ଲା। ୭ ଜିଲ୍ଲା ଉପରେ ପଡିବ ବେଶ ପ୍ରଭାବ। ତେବେ ଆସନ୍ତୁ ଜାଣିବା କେଉଁ ସବୁ ଜିଲ୍ଲା ଉପରେ ଏହାର ଅଧିକ ପ୍ରଭାବ ରହିବ।

ଏହି ବଡ଼ ଲଘୁଚାପ ହୁଏତ ନେଇ ପାରେ ଭୟଙ୍କର ବାତ୍ୟାର ରୂପ। ତେବେ ଏହା ଯଦି ବାସ୍ତବରେ ବାତ୍ୟାର ରୂପ ନିଏ ତେବେ କେଉଁ ସବୁ ଜିଲ୍ଲାରେ ଏହାର ପ୍ରଭାବ ରହିବ ଏନେଇ କଣ ରହିଛି ପାଣି ପାଗ ବିଭାଗର ସୂଚନା ଜାଣନ୍ତୁ।

ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହୋଇପଡିଛି। ଜାହାଫଳରେ ଅନେକ ସ୍ଥାନରେ ଲାଗି ରହିଛି ବର୍ଷା। ତେବେ ଏହାର ପ୍ରଭାବ ମୁଖ୍ୟତଃ ବରଗଡ଼,ଅନୁଗୁଳ, ସମ୍ବଲପୁର,କେଉଁଝର,ସୋନପୁର,ବଲାଙ୍ଗୀର, ବୋୖଦ୍ଧ,କଳାହାଣ୍ଡି, ଦେଓଗଡ଼,ନବରଙ୍ଗପୁର,ଝାରସୁଗୁଡା, ଢେଙ୍କାନାଳ, ମୟୁରଭଞ୍ଜ,ବାଲେଶ୍ଵର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା, କଟକ ଓ ଜଗତସିଂହପୁର ରେ ମଧ୍ୟ ପ୍ରବଳ ବର୍ଷା ହୋଇଛି।

ଏଥିସହିତ ପବନର ବେଗ ମଧ୍ୟ ଘଣ୍ଟା ପ୍ରତି ୪୫ରୁ୫୦ ମଧ୍ୟରେ ରହିବ।ସେପଟେ ଆଜି ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ପ୍ରବେଶ ନକରିବାକୁ ମାଛ ଧରାଳି ମାନଙ୍କୁ ବାରଣ କରାଯାଇଛି।ତେବେ କିଛି ଟା ଜିଲ୍ଲାରେ କାଲି ମଧ୍ୟ ହୋଇପାରେ ପ୍ରବଳ ବର୍ଷା। ଅନ୍ୟପଟେ ଆଉ ଏକ ଯାହା ସୂଚନା ମିଳିଛି କି ଉପର ମୁଣ୍ଡରେ ବର୍ଷା ଯୋଗୁଁ ଆସିପାରେ ବଡ଼ ବନ୍ୟା ଓ ବିପଦ ସଂକେତ ମଧ୍ୟରେ ରହିଛି ବଂଶଧାରା। ତେବେ ଏହାକୁ ନେଇ ଲୋକଙ୍କୁ ସତର୍କ କରାଇଛି ପାଣିପାଗ ବିଭାଗ। ଅନ୍ୟପଟରେ ଦେଖିବାକୁ ଗଲେ ଏଥର ଭୀଷଣ ବର୍ଷା ଯୋଗୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଘରୁ ବାହାରିବା ଲୋକଙ୍କୁ କଷ୍ଟ ସାଧ୍ୟ ହୋଇପଡିଛି। ଦିନ ସାରା ବର୍ଷା ଲାଗିରହିବା ଫଳରେ ତଳିଆ ଅଞ୍ଚଳର ଲୋକଙ୍କର ଯାତାୟାତରେ ବାଧା ସୃଷ୍ଟି ହେଉଛି। ଭୀଷଣ ବର୍ଷାରେ କେଉଁଠି କେଉଁଠି ପୋଲ ଭୁଶୁଡି ପଡ଼ିଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇପଡିଥିବା ମଧ୍ୟ ନଜରକୁ ଆସିଥିଲା।

ଏପଟେ ଯଦି ରାଜଧାନୀ କଥା କହିବା କିମ୍ବା କଟକର କଥା କହିବା ଏହି ଭୀଷଣ ବର୍ଷାରେ ଖୋର୍ଦ୍ଧା ଜିଲ୍ଲା ଜଟଣିରେ ମଧ୍ୟ ବସ ବୁଡି ଯାଉଥିବା ଦେଖିବାକୁ ମିଳିଥିଲା,ରାଜଧାନୀ ଭୁବନେଶ୍ବର ଇସ୍କନ ମନ୍ଦିର ସାମ୍ନାରେ ଅଣ୍ଟାଏ ପାଣି ଜମି ରହି ଏକ ପୋଖରୀର ଭମ୍ର ସୃଷ୍ଟି କରୁଥିବା ବେଳେ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏଥିସହିତ କଟକ ବାଦାମବାଡ଼ିରେ ମଧ୍ୟ ପାଣି ଜମି ରହିବାର ଦୃଶ୍ୟ ନଜରକୁ ଆସିଥିଲା।

Leave a Reply

Your email address will not be published. Required fields are marked *