ଜାଣନ୍ତୁ କଣ ଏଇ ଲିଭର ସିରୋସିସ , ଯେଉଁ ରୋଗରେ ପିଣ୍ଟୁ ନନ୍ଦ ଅଛନ୍ତି ପୀ-ଡିତ

ସାରା ଓଡ଼ିଶାବାସୀଙ୍କ ମନରେ ଦୁଃ-ଖରେ ଛା-ୟା ଖେଳାଇ ଦେଇଛି ତାଙ୍କ ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ଶାରୀ-ରିକ ଅବସ୍ଥା । ଗୁରୁ-ତର ରୋଗରେ ପୀ-ଡ଼ିତ ହୋଇଥିବା ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ଚାଲିଛି ଆଉ ଆଗକୁ କଣ ହେବ , ସେ ବିଷୟରେ କେହି କହି ପାରୁ ନାହାଁନ୍ତି । ତଥାପି ସମସ୍ତେ ପିଣ୍ଟୁ ନନ୍ଦଙ୍କର ଆରୋଗ୍ୟ କାମନା କରିଛନ୍ତି । ଜଣେ ଭଲ ଅଭିନେତା ସହିତ ଭଲ ମଣିଷ ଅଟନ୍ତି ପିଣ୍ଟୁ ନନ୍ଦ ।

ସଦା ସର୍ବଦା ଲୋକଙ୍କୁ ହାସାଉଥିବା ଆଉ ଲୋକଙ୍କ ସୁଖ ଦୁଃ-ଖରେ ଛିଡା ହେଉଥିବା ପିଣ୍ଟୁ ନନ୍ଦ ଏତେ ଶୀଘ୍ର ଭା-ଙ୍ଗି ପଡ଼ିବେ ବୋଲି କେହି ଜାଣି ନଥିଲେ । ତେଣୁ ସମସ୍ତେ ମଧ୍ୟ ଭା-ଙ୍ଗି ପଡିଛନ୍ତି । ଆଉ ତାଙ୍କ ଅଭିନୟ ଦେଖିବାକୁ ମିଳିବ କି ନାହିଁ , ସେ କଥା ଲୋକେ ଭାବିବାରେ ଲାଗିଛନ୍ତି । କେବେ ସେ ପୁଣିଥରେ ଭଲ ହୋଇ ପରଦା ଉପରକୁ ଫେରିବେ , ତାହା ଦେଖିବା ପାଇଁ ଲୋକେ ଅନାଇ ବସିଛନ୍ତି ।

ତେବେ ଆପଣ ସମସ୍ତେ ଜାଣି ସାରିଥିବେ ପିଣ୍ଟୁ ନନ୍ଦ ଏକ ଗମ୍ଭୀର ରୋଗରେ ପୀ-ଡ଼ିତ ଅଛନ୍ତି । ଆଉ ଯାହାର ନାମ ହେଉଛି ଲିଭର ସିରୋସିସ । ଅନେକ ଲୋକ ଏଥିରେ ପୀ-ଡିତ ହୋଇଥାନ୍ତି । ଆଉ ଏହା ଲିଭରକୁ ପୁରାପୁରି ନ-ଷ୍ଟ କରିଦେଇଥାଏ । ତେବେ ଏହି ରୋଗ ମୂଖ୍ୟତଃ ଜଣ୍ଡିସ କିମ୍ବା ହେପାଟାଇଟିସ ଆଦି ହୋଇଥିବା ବ୍ୟକ୍ତିଙ୍କୁ ହୋଇଥାଏ । ତେବେ ଖାଲି ଏତିକି ନୁହେଁ , ଯେଉଁ ଲୋକ ମାନେ ଅତ୍ୟଧିକ ମ-ଦ୍ୟ ପାନ କରିଥାନ୍ତି , ସେହି ମାନଙ୍କୁ ଏହି ରୋଗ ଆ-କ୍ରାନ୍ତ କରିଥାଏ ।

ଏଥିରେ ଲିଭର ଛୋଟ ହୋଇ ଯାଇଥାଏ , ଯାହାଦ୍ଵାରା ପେଟ ବଡ ହୋଇ ଯାଇଥାଏ । କିନ୍ତୁ ମଣିଷର ଓଜନ ଏଥିରେ କମି ଯାଇଥାଏ । ଏହା ବ୍ୟତୀତ ଏହି ରୋଗ ମହିଳା ମାନଙ୍କୁ ମଧ୍ୟ ଆ-କ୍ରାନ୍ତ କରିଥାଏ। ଯେଉଁ ଲିଭର ସିରୋସିସର କିଛି ବି କାରଣ ନଥାଏ , ତାହାକୁ କ୍ରିପଟୋଜେନିକ ଲିଭର ସିରୋସିସ କୁହାଯାଏ।

ଏହାବ୍ୟତୀତ ସେ କହିଛନ୍ତି କି , ମୂଖ୍ୟତଃ ମ-ଦ ପିଉଥିବା ଲୋକଙ୍କୁ ଏହା ଅଧିକ ମାତ୍ରାରେ ଆ-କ୍ରାନ୍ତ କରିଥାଏ । ତେଣୁ ଏଥିରେ ସେମିତି କିଛି ବୟସ ନଥାଏ । ଯିଏ ଯେତେ ଅଧିକ ମ-ଦ ପାନ କରିବ , ତାକୁ ସେତେ ଅଧିକ ଏହି ରୋଗ ଆ-କ୍ରାନ୍ତ କରିବ । ଯେଉଁ ବ୍ୟକ୍ତି ମାନେ ଦୀର୍ଘ ୧୦ ବର୍ଷ ଧରି ମ-ଦ ପାନ କରିଥିବେ , ସେମାନଙ୍କୁ ନିଶ୍ଚିତ ଭାବରେ ଏହି ରୋଗ ହେବାର ସମ୍ଭାବନା ରହିଥାଏ ।

ତେବେ ଏଥିରେ ପ୍ରଥମ ପର୍ଯ୍ୟୟରେ ଲିଭର ଶକ୍ତ ହୋଇ ଯାଇଥାଏ। ଏହାକୁ କମପେନସେଟେଡ ଲିଭର ସିରୋସିସ କୁହାଯାଏ । ତେବେ ପ୍ରଥମ ପର୍ଯ୍ୟାୟରେ ଯଦି ମଣିଷ ସଠିକ୍ ଭାବରେ ଔଷଧ ସେବନ କରିଥାନ୍ତି , ତେବେ ତାଙ୍କ ଜୀବନ ଅଧିକ ସମୟ ପର୍ଯ୍ୟନ୍ତ ବଞ୍ଚିବାର ସମ୍ଭାବନା ରହିଥାଏ।

ତେବେ ଏହା ଥରେ ମଣିଷକୁ ଆ-କ୍ରାନ୍ତ କରିଲେ , ଏଥିରେ ମଣିଷ ଭଲ ହେବାର ସମ୍ଭାବନା କମ୍ ରହିଥାଏ । ମୁଖ୍ୟତଃ ମ-ଦ ଯୋଗୁଁ ଯେଉଁ ଲିଭର ସିରୋସିସ ହୋଇଥାଏ , ସେଥିରେ ବ୍ୟକ୍ତିଙ୍କର ଭଲ ହୋଇଯିବାର ଅଧିକ ସମ୍ଭାବନା ରହିଥାଏ । ଏଥିରେ ମୁଖ୍ୟତଃ ରକ୍ତ ବାନ୍ତି ହେବାର ସମ୍ଭାବନା ରହିଥାଏ । ପେଟରେ ପାଣି ମଧ୍ୟ ଜମା ହୋଇ ଯାଇଥାଏ । ତେବେ ଏଥିରେ ମୁଖ୍ୟତଃ କେତେକ ଔଷଧ ରହିଛି , ଯାହାକୁ ସେବନ କରିବା ଦ୍ଵାରା ଏଥିରୁ ମୁକ୍ତି ମିଳି ପାରିଥାଏ । ତେବେ ଏହି ରୋଗକୁ ସମ୍ପୂର୍ଣ୍ଣ ଭାବରେ ଦୁର କରିବା ଲିଭର ଟ୍ରାନ୍ସପ୍ଲାଣ୍ଟଟେସନ୍ ହିଁ ଏକ ଶେଷ ମାତ୍ର ଉପାୟ । ଏଥିରୁ ରୋଗୀ ଭଲ ହୋଇ ପାରିବେ ଆଉ ସାଧାରଣ ଜୀବନ ବଞ୍ଚି ପାରିବେ । ଆଉ ଅନ୍ୟ ସବୁ ଉପାୟ କେବଳ ମଣିଷର ଜୀବନକୁ କିଛି ଦିନ ଅଧିକ ବଞ୍ଚି ପାରିବା ପାଇଁ ଅଟେ ।

Leave a Reply

Your email address will not be published. Required fields are marked *