ବୁର୍ଲା ଭୀମସାରରେ ଆସି ପହଞ୍ଚିଲେ କ୍ରାଇମବ୍ରାଞ୍ଚ ଟିମ । ଘଟଣାରେ ଆହତ ଅନ୍ୟ ଜଣେବ୍ୟକ୍ତିଙ୍କୁ କରିବ ପଚରା ଉଚୁରା ।

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ବର୍ତ୍ତମାନ 5 ଦିନ ବିତି ଯାଇଥିଲେ ହେଁ ମାମଲାରେ ପ୍ରଥମରୁ ହିଁ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ପ୍ରଥମେ ଏହା ଜଣା ପଡ଼ିଥିଲା ଯେ ହତ୍ୟାକାରୀ ଗୋପାଳ ନବ ଦାସଙ୍କ ପରିଚିତ ବ୍ୟକ୍ତି ହିଁ ଥିଲେ । ଏହାପରେ ଜଣା ପଡ଼ିଥିଲା ଯେ ଗୋପାଳଙ୍କର କୁଆଡ଼େ ମାନସିକତା ଭଲ ନଥିଲା । ଯାହାକୁ ନେଇ ଚର୍ଚା ସୃଷ୍ଟି ହୋଇଥିଲା । ତେବେ କିନ୍ତୁ କହି ରଖିବୁ ଯେ ସେଦିନ ଘଟଣାସ୍ଥଳରେ କଣ ଘଟିଥିଲା । ବାସ୍ତବରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ପହଞ୍ଚିବା ମାତ୍ରେ ଲୋକଙ୍କ ଭିଡ଼ ହୋଇ ଯାଇଥିଲା ।

ଏହାପରେ ସେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ଏଏସଆଇ ଗୋପାଳ ତାଙ୍କୁ ଗୁଳି କରିଥିଲା । ତେବେ ଏହି ସମୟରେ ଆହତ ହୋଇଥିବା ନବ ଦାସ କେବଳ ଜଣେ ବ୍ୟକ୍ତି ନୁହଁନ୍ତି । ବରଂ ସେଠାରେ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗୁଳି ବାଜିଥିଲା । ଯେଉଁ କାରଣରୁ ବ୍ୟକ୍ତି ଜଣକ ଗୁରୁତର ଭାବରେ ଆହତ ହୋଇଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମାମଲାରେ ବର୍ତ୍ତମାନ ପଚରା ଉଚୁରା ଜାରି ରଖିଛି କ୍ରାଇମବ୍ରାଞ୍ଚ । ଏହାବ୍ୟତୀତ ଅନ୍ୟ ଜଣେ ଆହତ ବ୍ୟକ୍ତି ଚିକିତ୍ସିତ ହେଉଥିବା ବୁର୍ଲା ଭୀମସାରରେ ମଧ୍ୟ ପହଞ୍ଚିଛି କ୍ରାଇମବ୍ରାଞ୍ଚ । ଯେଉଁଠି ଆହତ ବ୍ୟକ୍ତି ଜୀବନ କୁମାର ନାୟକଙ୍କୁ ପଚରା ଉଚୁରା କରାଯିବ ।

ସୂଚନା ଅନୁଯାୟୀ ଘଟଣାରେ ଆହତ ଜୀବନ କୁମାର ନାୟକ ବର୍ତ୍ତମାନ ବୁର୍ଲା ଭୀମସାରର ଇଏନଡି ହସ୍ପିଟାଲରେ ସେ ଚିକିତ୍ସାଧୀନ ଅଛନ୍ତି । ସେହିଦିନ ନବ ଦାସଙ୍କୁ ଗୁଳି ମାଡ଼ ସମୟରେ ହିଁ ଜୀବନଙ୍କ ବେକରେ ଗୁଳି ବାଜିଥିଲା । ଯେଉଁ କାରଣରୁ ସେ ଆହତ ହୋଇଥିଲେ ଏବଂ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁଯାୟୀ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ଜୀବନଙ୍କ ବୟାନ ରେକର୍ଡ କରିବ । କାରଣ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ କୌଣସି ତଥ୍ୟକୁ ଅଣଦେଖା କରି ପାରିବ ନାହିଁ । ଅଧିକରୁ ଅଧିକ ପଚରା ଉଚୁରା ଜାରି ରଖିବ କ୍ରାଇମବ୍ରାଞ୍ଚ ।

ତେବେ କେବଳ ସେତିକି ନୁହେଁ ଘଟଣା ପରେ ଜୀବନଙ୍କ ରକ୍ତ ଭିଜା ଶାର୍ଟ ମଧ୍ୟ କ୍ରାଇମବ୍ରାଞ୍ଚ ଜବତ କରିଛି । ଆଜି କ୍ରାଇମବ୍ରାଞ୍ଚର ଦୁଇ ଜଣ ଡିଏସପିଙ୍କ ନେତୃତ୍ୱରେ ପାଞ୍ଚ ଜଣିଆ ଟିମ ବୁର୍ଲାରେ ପହଞ୍ଚିଛନ୍ତି । ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ ଜୀବନଙ୍କ ବୟାନରୁ ଆଉ କିଛି ତଥ୍ୟ ସାମ୍ନାକୁ ଆସି ପାରୁଛି କି ନାହିଁ । କିମ୍ବା ଜୀବନ ଘଟଣା ସମୟରେ ଆଉ କିଛି ନୋଟିସ କରିଥିଲେ କି ? ଏହାବ୍ୟତୀତ କ୍ରାଇମବ୍ରାଞ୍ଚ ଘଟଣା ସମ୍ବନ୍ଧରେ ଆହୁରି ଖୋଡ଼ ତାଳ କରିବା ଉଦ୍ଦେଶ୍ୟରେ ଅଛି କାରଣ ହତ୍ୟାର ରହସ୍ୟ ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

Leave a Reply

Your email address will not be published. Required fields are marked *