କନ୍ୟାକୁ ବିଦାୟୀ ଦେବା ବେଳେ ଘର ଲୋକଙ୍କ ସହିତ କୁକୁର ମଧ୍ୟ କାନ୍ଦି ପକାଇଲା।

ମଣିଷ ଏବଂ ପୋଷା ଜୀବଜନ୍ତୁଙ୍କ ଭିତରେ ଗୋଟେ ଅନାବିଳ ପ୍ରେମ ରହିଥାଏ। ଯାହାକୁ କେବେ ଶବ୍ଦରେ ପ୍ରକାଶ କରାଯାଇ ପାରେ ନାହିଁ। ମଣିଷମାନଙ୍କ ଠାରୁ ପଶୁମାନେ ବହୁତ୍ ବିଶ୍ଵସ୍ତ ହେଇ ଥାଆନ୍ତି। ସେମାନେ କେବେବି ନିଜ ମାଲିକକୁ ଧୋକା ଦିଅନ୍ତି ନାହିଁ। ସେମାନେ ନିଜ ମାଲିକ ପାଇଁ ଜୀବନ ଦେବାକୁ ମଧ୍ୟ ପଛାନ୍ତି ନାହିଁ।

ମଣିଷ ଯେମିତି ପଶୁର ହାବ ଭାବ ଭୁଝିପରେ ପଶୁ ମାନେ ମଧ୍ୟ ମଣିଷଙ୍କ ହାବ ଭାବ ବୁଝି ପରାନ୍ତି। ଆପଣ ମାନେ ମାଲିକ ଏବଂ ପୋଷା କୁକୁର ଭିତରେ ଥିବା କେତେ ଅନାବିଳ ପ୍ରେମ କାହାଣୀ ଦେଖୁଥିବି କିନ୍ତୁ ଏବେ ଭାଇରାଲ ହେଉଥିବା ଭିଡ଼ିଓ ସବୁଠାରୁ ଅଲଗା କିଛି ଦିନ ହେବ ଇନଷ୍ଟାଗ୍ରାମରେ ଗୋଟେ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।

ଭିଡିଓ ଟି ବାହାଘର ବିଦାୟ ବେଳର ଯେତେବେଳେ ଗୋଟେ ଝିଅ ବାହା ହେଇ ଶାଶୂ ଘରକୁ ଯାଏ ସେ ଜାଣି ଥାଏ ଯେ ଏବେ ସେ ନିଜ ଘର ପାଇଁ ଅତିଥି ପରି। ସେ ଆଉ ସବୁ ଦିନ ନିଜ ବାପାମାଆ,ଭାଇ ଭଉଣୀ ଏବଂ ପରିବାର ଲୋକଙ୍କୁ ଦେଖି ପାରିବନି। ସେଥିପାଇଁ ସେ ବିଦାୟ ନେଇ ଘରୁ ଗଲା ବେଳେ ସମସ୍ତଙ୍କୁ ବୁଲିକି ଦେଖେ।

ନିଜ ଘର ଲୋକଙ୍କ ପରି ତା ପୋଷା କୁକୁରକୁ ମଧ୍ୟ ଦେଖିକି ସେ ବହୁତ୍ କାନ୍ଦୁଛି ଏବଂ ଆଉଷି ଦଉଛି। କାରଣ ସେ ଜାଣିଛି କାଲି ଠାରୁ ସେ ଆଉ ତା କୁକୁରକୁ ଦେଖି ପାରିବନି। ଯାହା ସହ ଦିନ ସାରା ଖେଳୁଥିଲା ତାକୁ ଆଉ ଟିକେ ଧରି ପାରିବନି।କୁକୁର ମଧ୍ୟ ତା ମାଲିକକୁ ଛାଡ଼ି ବାକୁ ଚାହୁଁନି।

ସେ ନିଜ ମାଲିକର ହାବଭାବକୁ ଭଲସେ ବୁଝି ପାରୁଛି। ସେ ବି ଜାଣି ସାରିଛି ସେ ଆଉ କାଲିଠୁ ନିଜ ମାଲିକକୁ ଦେଖି ପାରିବନି ସେଥିପାଇଁ ସେ ବି ନିଜ ମାଲିକ ଆଗରେ ମନ ଦୁଃଖରେ କାନ୍ଦି କାନ୍ଦି ତାଙ୍କୁ ଚାଟି ପକାଉଛି। ମଣିଷ ମାନଙ୍କ ପରି ପଶୁ ମାନଙ୍କର ମଧ୍ୟ ମନ ଅଛି।

Leave a Reply

Your email address will not be published. Required fields are marked *