ବାପି ଲହିରୀଙ୍କ ଏତେ ସୁନା ଗହଣା ନବ କିଏ?

ସଂଗୀତ ପ୍ରେମୀଙ୍କ ପାଇଁ ଅତ୍ୟନ୍ତ ଦୁଃଖର ଖବର । ସୁପ୍ରସିଦ୍ଧ ଗାୟକ ତଥା ଗୀତିକାର ବାପି ଲାହିରୀ ଆଉ ଏ ଦୁନିଆଁରେ ନାହାଁନ୍ତି । ସେ ସମସ୍ତଙ୍କୁ ପର କରି ଆର ପାରିକୁ ଚାଲି ଯାଇଛନ୍ତି । ଆଉ ଶୁଣିବାକୁ ମିଳିବ ନାହିଁ ତାଙ୍କ ଗୀତ ଆଉ ତାଙ୍କ କଣ୍ଠସ୍ୱର । ତେବେ ଏ ନେଇ ସମସ୍ତେ ଭାଙ୍ଗି ପଡିଛନ୍ତି । ତେବେ କିଛି ଦିନ ପୂର୍ବରୁ ସ୍ୱର କୋକିଳ ଲତା ମଙ୍ଗେସକର ମଧ୍ୟ ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଥିଲେ । ତାଙ୍କ ମୃତ୍ୟୁ ସଙ୍ଗୀତ ଜଗତକୁ ଏକ ବଡ଼ ଆଘାତ ମଧ୍ୟ ଦେଇଥିଲା । ଆଉ ଏବେ ବାପି ଲାହିରୀଙ୍କ ମୃତ୍ୟୁ ମଧ୍ୟ ସଙ୍ଗୀତ ଜଗତକୁ ଏକ ବଡ଼ ଆଘାତ ଦେଇଛି । କାହିଁକି ନା ଏ ଦୁଇ ଜଣ ଯାକ ସଙ୍ଗୀତ ଜଗତର ଜଣେ ଜଣେ ପ୍ରସିଦ୍ଧ କଳାକାର ଥିଲେ । ଏ ଦୁହିଁଙ୍କୁ ବର୍ତ୍ତମାନ ସାରା ଦୁନିଆଁ ଝୁରୁଛି । ହଠାତ ଦୁଇ ଜଣ ସମସ୍ତଙ୍କୁ ପର କରି ଚାଲିଯିବା ଖବରକୁ କେହି ବି ବିଶ୍ୱାସ କରି ପାରୁନାହାଁନ୍ତି।

ତେବେ ଆଜି ଆମେ ବାପି ଲାହିରୀଙ୍କ କଥା ଆଲୋଚନା କରିବା । ଯିଏକି ସଂଗୀତ ବ୍ୟତୀତ ନିଜ ଷ୍ଟାଇଲ ପାଇଁ ଜଣା ଯାଉଥିଲେ ଆଉ ନିଜ ଷ୍ଟାଇଲ ପାଇଁ ସେ ଚାରିଆଡେ ସୁପ୍ରସିଦ୍ଧ ଥିଲେ । ବିଶେଷ କରି କହିବାକୁ ଗଲେ ତାଙ୍କୁ ସୁନା ଜିନିଷ ପିନ୍ଧିବା ପାଇଁ ବହୁତ ଭଲ ଲାଗିଥାଏ । ଆଉ ଆଖିରେ ଚଷମା ନଥିଲେ ତ କିଛି ହୋଇପାରିବ ନାହିଁ । କାହିଁକି ନା ଏ ଦୁଇଟି ଜିନିଷ ପ୍ରତି ତାଙ୍କର ଅତ୍ୟନ୍ତ ଦୁର୍ବଳତା ଥିଲା । ଏ ଦୁଇ ଜିନିଷକୁ ସେ ବହୁତ ଭଲ ମଧ୍ୟ ପାଉଥିଲେ । ସେ ନିଜ ଶରୀରରେ ବହୁତ ସୁନା ଜିନିଷ ପରିଧାନ କରୁଥିଲେ । ଆଉ ତାଙ୍କ କହିବା ଅନୁଯାୟୀ , ସୁନା ଜିନିଷ ତାଙ୍କ ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ ଅଟେ । ଏହାବ୍ୟତୀତ ସେ କହୁଥିଲେ କି ତାଙ୍କର ସମସ୍ତ ଗୀତ ହିଟ କେବଳ ସୁନା ପାଇଁ ହିଁ ହେଉଛି ।

ତେବେ ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି କି , ବାପି ଲାହିରୀ ପରିଧାନ କରୁଥିବା ସମସ୍ତ ସୁନା ବର୍ତ୍ତମାନ ଯିବ କୁଆଡେ । ଏହି ସବୁ ସୁନା ଜିନିଷ ନେବ କିଏ । କିଏ ହେବ ଏସବୁର ଅଧିକାରୀ । ତେବେ ମିଳିଥିବା ସୂଚନା ଅନୁଯାୟୀ , ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ବାପି ଲାହିରୀ ସମସ୍ତ ସୁନାକୁ ନିଜ ଦାୟିତ୍ବରେ ରଖିଥିଲେ । ଏକ ଅଲଗା ପ୍ରକାରର ସମ୍ପର୍କ ତାଙ୍କର ସୁନା ସହ ଗଢି ଉଠିଥିଲା । ସେ ସବୁବେଳେ ସୁନା ଚେନ, ବ୍ରେସଲେଟ ଏବଂ ମୁଦିକୁ ପିନ୍ଧୁଥିଲେ ।

ଏହାବ୍ୟତୀତ ବାପି ଲାହିରୀଙ୍କ କହିବା ଅନୁଯାୟୀ , ସୁନା ତାଙ୍କ ପାଇଁ କେବଳ ଅଳଙ୍କାର ନଥିଲା ଏକ ସିଗନେଚର ଲୁକ ମଧ୍ୟ ହୋଇ ଯାଇଥିଲା । ସେ ବହୁତ ଖୁସି ଥିଲେ କାରଣ ସେ ସୁନାକୁ ନେଇ ଏକ ଭିନ୍ନ ପରିଚୟ ତିଆରି କରି ପାରିଥିଲେ । ହିପପ ଗୀତ ଦ୍ୱାରା ସେ ଅତ୍ୟନ୍ତ ପ୍ରଭାବିତ ଥିଲେ । ହଲିଉଡ଼ ର ସଙ୍ଗୀତ ସଂଯୋଜକ ଏବଂ ପ୍ରଯୋଜକ ଭଳି ସେ ରହୁଥିଲେ । ସୁନା ସହ ତାଙ୍କର ଅତ୍ୟନ୍ତ ନିବିଡ଼ ସମ୍ପର୍କ ରହିଥିବାରୁ ସେ ରୋଜଗାର କରୁଥିବା ଟଙ୍କାରେ ସୁନା କିଣୁଥିଲେ ।

ତେବେ ମିଳିଥିବା ସୂଚନା ଅନୁଯାୟୀ , ସେ ସୁନା ଚେନ , ମୁଦି , ବ୍ରେସଲେଟ , ଗଣେଶଙ୍କ ମୂର୍ତ୍ତି , ହୀରା ବ୍ରେସଲେଟ ଆଦି ଜିନିଷ ଏକାଠି କରି ରଖିଥିଲେ । ତେବେ ଏ ସବୁ ଜିନିଷକୁ ସେ କାହାକୁ ମଧ୍ୟ ଛୁଇଁବାକୁ ଦେଉନଥିଲେ । କାହିଁକି ନା ଏଗୁଡିକ ତାଙ୍କ ଜୀବନ ଥିଲା । ଏକ ଭିନ୍ନ ସମ୍ପର୍କ ଥିଲା ତାଙ୍କର ସୁନା ସହ । ତେବେ ମିଳିଥିବା ସୂଚନା ଅନୁସାରେ , ତାଙ୍କର ଏହି ସବୁ ସୁନାର ଦାୟିତ୍ୱ ବର୍ତ୍ତମାନ ତାଙ୍କ ପୁଅ ଏବଂ ଝିଅ ସମ୍ଭାଳିବେ ।

Leave a Reply

Your email address will not be published. Required fields are marked *