ବଡ଼ ଗୁରୁବାର ଫାଲଗୁନ ମାସ ଶୁଭ ସଂଯୋଗ କେବଳ ଗୋଟେ ଚିମୁଟା ହଳଦୀରେ କରନ୍ତୁ ଏହି ଛୋଟ କାମ ମିଳିବ ଧନ ସଂପତ୍ତି।

ବନ୍ଧୁମାନେ ଫାଲଗୁନ ମାସ ହେଉଛି ସବୁଠୁ ଭଲ ମାସ ଯେଉଁଥିରେ ଯଦି ଗୁରୁବାର ପଡେ ତେବେ କରି ନିଅନ୍ତୁ ଏହି କାମ ଆପଣଙ୍କ ଧନ ଜନିତ ସମସ୍ତ ସମସ୍ୟା ମାନ ଦୂରେଇ ଯିବ। ହଳଦୀ ସମସ୍ତଙ୍କ ଘରେ ଅତି ସହଜରେ ମିଳିଯାଏ କାରଣ ହଳଦୀ ବିନା ଆମ ଜୀବନ ସବୁବେଳେ ଅଧୁରା। ହଳଦୀ ଆମ ଜୀବନରେ ବହୁ ମହତ୍ତ୍ଵପୂର୍ଣ୍ଣ ଓ ସମସ୍ତ ମଙ୍ଗଳ କାମରେ ହଳଦୀର ପ୍ରୟୋଗ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ। ସନ୍ତାନ ପ୍ରାପ୍ତି ଏବଂ ଘରେ ସୁଖ ସମୃଦ୍ଧି ପାଇଁ ଆମେ ବହୁ କିଛି ଉପାୟ ଅବଲମ୍ବନ କରିଥାଉ।

ହେଲେ ଯେତେ ଖୁସିରେ ଥିଲେ ମଧ୍ୟ ଆମ କୌଣସି ନା କୌଣସି କାର୍ଯ୍ୟରେ ସଫଳତାରେ ବାଧା ଆସିଥାଏ। ଯଦି ଆପଣଙ୍କ ଘରେ ଏପରି ସମସ୍ୟା ଆସେ ତେବେ ଆପଣ ମଧ୍ୟ ହଳଦୀର ଏହି ଉପାୟ କରନ୍ତୁ। ହଳଦୀ କେଉଁ ଜାଗାରେ ରଖିଲେ ତାହା ଶୁଭ ହୋଇଥାଏ ଓ ରାଜଯୋଗ ବନି ଥାଏ। ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ଓ ଏହାର ଚମତ୍କାରି ଗୁଣ ବିଷୟରେ।

ହଳଦୀ ଯାହା ବହୁତ୍ ଶୁଦ୍ଧ ହୋଇଥାଏ। ଏହାର ଅଳ୍ପ ପ୍ରୟୋଗ ସ୍ବାମୀ ଏବଂ ସ୍ତ୍ରୀଙ୍କ ଜୀବନରେ ସୁଖ ଆଣିଦେଇଥାଏ। ଯଦି ସ୍ବାମୀ ଆପଣଙ୍କ ସହ କଥା କଥାରେ ବିନା କାରଣରେ ଝଗଡ଼ା କରନ୍ତି। ତେବେ ସ୍ତ୍ରୀଙ୍କୁ ହଳଦୀର ଏହି ଉପାୟ କରିବା ଉଚିତ୍। ଏକ ହଳଦୀ ଖଣ୍ଡ ନେଇ ଓମ୍ ଋତୀୟାୟ କାମ ଦେବାୟ ନମଃ ମନ୍ତ୍ର କହି ଠାକୁରଙ୍କ ପାଖରେ ୧୦୮ ଥର ଜପ କରନ୍ତୁ। ଏହାପରେ ସ୍ୱାମୀର ମୁଣ୍ଡ ପାଖରେ ତକିଆ ତଳେ ରଖି ଦିଅନ୍ତୁ।

ଯଦି ଆପଣଙ୍କ ଘରେ ବହୁ ସମସ୍ୟା ଲାଗି ରହୁଛି ତେବେ ଆପଣ ନିଜ ଘରର ପ୍ରବେଶ ଦ୍ଵାରରେ ହଳଦୀ ରେଖା ବନେଇ ଦିଅନ୍ତୁ। ଘରେ ନକାରାତ୍ମକ ଉର୍ଜା ପ୍ରବେଶ କରି ପାରିବ ନାହିଁ। ଯଦି ପାରୁଛନ୍ତି ଘର ଚାରିପଟେ ହଳଦୀ ଖଣ୍ଡରେ ଗାର ଟାଣି ଦିଅନ୍ତୁ। ଏହା ଦ୍ଵାରା ଆପଣଙ୍କ ରକ୍ଷା ହେଇଯିବ। ଯଦି ଝିଅ ଶାଶୁ ଘରେ ତାକୁ ବହୁ ଶୁଣିବାକୁ ପଡ଼ୁଚି। ତେବେ ଝିଅ ଯେବେ ବାପ ଘରକୁ ଆସେ ସେଠି ଆପଣ ତା ହାତରେ ୭ଖଣ୍ଡ ହଳଦୀ, ଗୋଟେ ପିତଳ ଖଣ୍ଡ ଏବଂ ଅଳ୍ପ ଗୁଡ଼ ଦେଇ ଦିଅନ୍ତୁ ଓ ଯେଉଁ ଦିଗରେ ଆପଣଙ୍କ ଘର ଅଛି ସେହି ବିପରୀତ ଦିଗରେ ସେ ସବୁ ଝିଅକୁ ଫିଙ୍ଗି ଦେବାକୁ କୁହନ୍ତୁ।

ଯଦି ସ୍ବାମୀ ଖରାପ୍ ପ୍ରବୃତିକୁ ଆପଣେଇ ନଉଛନ୍ତି ଯେପରିକି ମଦ୍ୟ ପାନ କରିବା,ଧୁମ୍ର ପାନ କରିବା ଆଦି।ତେବେ ହଳଦୀର ଏହି ଉପାୟ କରନ୍ତୁ। ଆପଣ ହଳଦୀ ୧୧ ଖଣ୍ଡ ନେଇ ଯାଆନ୍ତୁ। ଗୋଟିଏ ଲାଲ ସୂତା ବା ଫିତା ନେଇ ସେଥିରେ ବୁଡ଼େଇ ଦିଅନ୍ତୁ ଓ ଏହାକୁ ନିଜ ସ୍ୱାମୀର ମୁଣ୍ଡ ପାଖରେ ୭ଥର ବୁଲେଇ ଦିଅନ୍ତୁ। ପ୍ରବାହିତ ଜଳରେ ଏହାକୁ ଭସେଇ ଦିଅନ୍ତୁ ନଚେତ୍ ଏହାକୁ କୌଣସି ମନ୍ଦିର ଅବା ଅଶ୍ଵତଥ୍ ବୃକ୍ଷ ମୂଳରେ ରଖି ଦେଇ ଆସନ୍ତୁ। ଏପରି କଲେ ଘରେ ପତି ପତ୍ନୀଙ୍କ ଭିତରେ କୌଣସି ଝଗଡ଼ା ବା କଳହ ହୁଏ ନାହିଁ

ଯେଉଁ କନ୍ୟା ମାନଙ୍କର ବିବାହରେ ବାଧା ଆସୁଛି ସେହି ମାନେ ତାଙ୍କ ଗଳାରେ ହଳଦୀ ଖଣ୍ଡ ଧାରଣ କରିପାରିବେ। ଯଦି ସମ୍ଭବ ହୁଏ ତେବେ ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ତେବେ ଯାଇ ବିବାହ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ। ଯଦି ଆପଣ ପ୍ରତିଦିନ ହଳଦୀ ମିଶ୍ରିତ କ୍ଷୀର ପିଅନ୍ତି ତେବେ ଘର ସହିତ ଆପଣଙ୍କ ଦେହ ପାଇଁ ମଧ୍ୟ ବହୁ ଲାଭକାରୀ ହୋଇଥାଏ। ହଳଦୀର କାରକ ଗୁରୁ ହୋଇଥିବାରୁ ଏହାକୁ କାଚ ଡବାରେ ରଖନ୍ତୁ। କାରଣ କାଚ ଚନ୍ଦ୍ରମାର କାରକ ହୋଇଥିବାରୁ ଆପଣଙ୍କ ଘରେ ରାଜ ଯୋଗ ବନିବ ଏବଂ ଘରେ ବହୁ ସକାରାତ୍ମକ ଉର୍ଜା ବନି ରହିବ।

ଯଦି ଆପଣଙ୍କ ଘରେ ଗୁରୁ ମଜବୁତ୍ ନାହିଁ ତେବେ ହଳଦିଆ କପଡ଼ାରେ ଏକ ଚିମୁଟା ହଳଦୀ ରଖି ଯଦି ଆପଣ ହାତରେ ବା ଡେଣାରେ କୌଣସି ମାସର ସୁକ୍ଳ ପକ୍ଷରେ ଧାରଣ କରିପାରିବେ। ହଳଦୀ ଧାରଣ କଲେ ଆପଣଙ୍କ ଗୁରୁ ମଜବୁତ୍ ହୋଇଥାଏ ନଚେତ୍ ଘର ପାଖ ମନ୍ଦିରରେ ହଳଦୀ ରଖି ଯାଆନ୍ତୁ। ଏହା ଦ୍ଵାରା ଆପଣଙ୍କ ବାଣୀ ମଜବୁତ୍ ହୁଏ। ଏକ ପାତ୍ରରେ ହଳଦୀ ସହିତ ଯଦି ଆପଣ ଅଳ୍ପ ସୁନାର ଟୁକୁଡା ନିଜ ଟଙ୍କା ବାକ୍ସରେ ରଖି ଦିଅନ୍ତି। ତେବେ ଘରେ ବୃହସ୍ପତିଙ୍କ ସହିତ ଲକ୍ଷ୍ମୀଙ୍କ କୃପା ବର୍ଶିବ ଏବଂ ଏହା ଦ୍ଵାରା ପଇସା ଏବଂ ଧନ ବଢ଼ି ଚାଲିବ।

ଯଦି ଏକ ବଡ଼ ମନୋକାମନା ପୂର୍ଣ୍ଣ ହୋଇପାରୁନି ତେବେ ହଳଦୀ ନେଇ କୌଣସି ଅଶ୍ୱତଥ ବୃକ୍ଷରେ ଲେଖି ଦିଅନ୍ତୁ। ଏହାପରେ ପଛକୁ ଜମାରୁ ନଚାହିଁ ଘରକୁ ଚାଲି ଆସନ୍ତୁ। ଆପଣ ହଳଦୀ ଡବାରେ ଲାଲ ଲଙ୍କା ନିଜ ସଂକଳ୍ପ କରି ରଖି ଦିଅନ୍ତୁ। ଏହାପରେ ନିଜର ସଂକଳ୍ପ ପୁରା ହେବା ପରେ ସେହି ଲଙ୍କାକୁ ଖାଦ୍ୟରେ ପକେଇ ଦିଅନ୍ତୁ ଅବା କୌଣସି ଗାଢ଼ କରି ପୋତି ଦିଅନ୍ତୁ। ଏପରି କଲେ ନକାରାତ୍ମକ ଉର୍ଜାରୁ ବଞ୍ଚିଯିବେ ଓ ଜୀବନରେ କଷ୍ଟ କମିଯାଏ। ନଚେତ୍ ହଳଦୀ ଡବାରେ କିଛି ଲବଙ୍ଗ ରଖି ଦିଅନ୍ତୁ। ଆପଣଙ୍କ ଜୀବନରେ ଦୁଃଖ କମିଯିବ। ହେଲେ ଲୁଣ ଏବଂ ହଳଦୀ ଏକା ସାଙ୍ଗରେ କେବେ ହେଲେ ରଖିବେ ନାହିଁ। ନଚେତ୍ ଏହା ଦ୍ଵାରା ଘରେ ଝଗଡା ଏବଂ ଅଶାନ୍ତି ଦେଖାଯିବ। ଯଦି ଘରର ମୁଖ୍ୟ ଦ୍ଵାରରେ ହଳଦୀର ଏକ ସ୍ଵସ୍ତିକ ଚିହ୍ନ କରୁଛନ୍ତି। ତେବେ ଘରେ ନକାରାତ୍ମକ ଉର୍ଜା ପ୍ରବେଶ କରିବ ନାହିଁ। ଏହା ଦ୍ଵାରା ଜୀବନରେ ଖୁସି ଆସିଥାଏ। ଏହି ସବୁ ଉପାୟ ନିଶ୍ଚୟ କରନ୍ତୁ।

Leave a Reply

Your email address will not be published. Required fields are marked *