ସେକ୍ସ ପରେ ସଙ୍ଗେସଙ୍ଗେ କଣ ପାଇଁ ପୁରୁଷ ମାନଙ୍କୁ ଆସି ଯାଇଥାଏ ନିଦ? ଏହି ସମସ୍ୟା ପଛର କାରଣକୁ ଜାଣନ୍ତୁ

ଗୋଟିଏ ବଡ ପ୍ରସିଦ୍ଧ ଗୀତ ହେଉଛି କି “ପ୍ୟାର ବିନା ଚୈନ କହାଂ ରେ…’। କିନ୍ତୁ କଣ ଆପଣଙ୍କୁ ଜଣା ଅଛି କି ଜଣେ ମହିଳା ଏବଂ ପୁରୁଷଙ୍କ ପାଇଁ ପ୍ରେମ ଏବଂ ରୋମାନ୍ସର ମାନେ ଏବଂ ତା’ର ତରିକା ଅଲଗା ଅଲଗା ହୋଇଥାଏ। ଆଜ୍ଞା ହଁ ଗୋଟିଏ ପାର୍ଶ୍ୱରେ ଯେଉଁଠାରେ ପୁରୁଷ ମାନଙ୍କୁ ସେକ୍ସ ପରେ ଶାନ୍ତିର ନିଦ ଆସିଥାଏ ତ ସେଠାରେ ଅନେକ ରିପୋର୍ଟ ଏହି ଦାବି କରିଥାଏ କି ଏହାପରେ ପ୍ରାୟତଃ ମହିଳାମାନେ ଏହା ଚାହିଁଥାନ୍ତି କି ତାଙ୍କ ପାର୍ଟନର କଡଲ କରନ୍ତୁ।

ବର୍ତମାନ ଆପଣ ଏହା ମଧ୍ୟରେ ଚିନ୍ତା କରୁଥିବେ କି କଡଲର ଅର୍ଥ କ’ଣ ଅଟେ ତାହେଲେ ଜଣାଇ ଦେଉଛୁ କି ସାଧାରଣ ଭାବରେ ମହିଳାମାନେ ନିଜ ପାର୍ଟନରଙ୍କ ସହିତ ସମ୍ବନ୍ଧ ସ୍ଥାପିତ କରିବା ପରେ ଏହି ଇଚ୍ଛା ରଖିଥାନ୍ତି କି ତାଙ୍କ ପାର୍ଟନର ତାଙ୍କ ସହିତ ଲାଗି ରହି କଥା ହୁଅନ୍ତୁ ଏବଂ ଯାହାଦ୍ଵାରା କି ସେହି ସମୟରେ ମହିଳାମାନେ ନିଜ ଭାବନା ସେୟାର କରି ପାରିବେ ଏବଂ ଏହାକୁ କଡଲ କରିବା କୁହାଯାଏ।

ଏହାଛଡା ଅନୁମାନ ଏହା ହୋଇଥାଏ କି ଯେତେବେଳେ ସେକ୍ସ ପରେ ମହିଳାମାନଙ୍କ ପାର୍ଟନର ଶୋଇବା ପାଇଁ ଅଧିକ ପସନ୍ଦ କରିଥାନ୍ତି, ଏଥିପାଇଁ ସେହି ଦୁଇଜଣଙ୍କ ସମ୍ପର୍କରେ ଅନେକ ଥର ମନାନ୍ତର ଦେଖିବା ପାଇଁ ମିଳିଥାଏ। ଏଥିପାଇଁ ଆମେ ଆପଣଙ୍କୁ ଜଣାଇ ଦେଉଛୁ କି ଏଥିରେ ନିରାଶ ହେବା କିମ୍ବା ମନାନ୍ତରର କୈାଣସି କାରଣ ରହିବା ଉଚିତ ନୁହେଁ, କାରଣ ପୁରୁଷ ମାନଙ୍କୁ ସେକ୍ସ ପରେ ନିଦ ଆସିବା ଅନେକ କାରଣରୁ ସମ୍ଭବ ଅଟେ ଏବଂ ଯଦି ଆପଣ ଆପଣଙ୍କ ପାର୍ଟନରଙ୍କର ଏହି ଅଭ୍ୟାସକୁ ନେଇ ବିରକ୍ତ ହୋଇ ଯାଉଛନ୍ତି, ପୁଣି ଏହି ଖବର ଆପଣଙ୍କ ପାଇଁ ଅଟେ। ଆସନ୍ତୁ ଏହା ମଧ୍ୟରେ ଜାଣିବା ପୂରା କାହାଣୀ…

ଜଣାଇ ଦେଉଛୁ କି ସେକ୍ସ ପରେ ପୁରୁଷ ମାନଙ୍କୁ ନିଦ ଆସିବା ଏବଂ ନିଜ ପାର୍ଟନରଙ୍କ ପ୍ରତି ପୁନଃ ତତ୍କାଳ ଆକର୍ଷିତ ନହେବା ଏସବୁ ଗୋଟିଏ ମୁଖ୍ୟ କାରଣରୁ ହୋଇଥାଏ, ନାଁ କି ସେ ଜାଣିଶୁଣି ଏମିତି କରିଥାନ୍ତି। ଆଜ୍ଞା ହଁ ଆଜିର ବିଜ୍ଞାନର ଦୁନିଆରେ ପ୍ରତିଟି କଥାର ବୈଜ୍ଞାନିକ କାରଣ ଆମ ଆଖପାଖରେ ଉପସ୍ଥିତ ରହିଛି ଏବଂ ତା ମଧ୍ୟରୁ ଗୋଟିଏ କାରଣ ଏହି କଥାରେ ମଧ୍ୟ ଉପସ୍ଥିତ ଅଟେ।

ଜଣା ଯାଉଛି କି ମେଲିଣ୍ଡା ବେନର,ଯିଏ କି ଜଣେ ବୈଜ୍ଞାନିକ ଅଟନ୍ତି,ଏହାର କାରଣ ଲୋକମାନଙ୍କ ସହିତ ସେୟାର କରିଛନ୍ତି ଏବଂ ତାଙ୍କର କହିବା କଥା ହେଉଛି କି ପୁରୁଷମାନେ ସମ୍ବନ୍ଧ ବନେଇବା ପରେ ଶୋଇବା ତାଙ୍କ ହାତରେ ନଥାଏ, ଯେତେବେଳେ କି ସେମାନେ ଗୋଟିଏ ଖାସ କାରଣ ଯୋଗୁଁ ଶୋଇ ଯାଇଥାନ୍ତି।ମେଲିଣ୍ଡା ଅନୁସାରେ ତାଙ୍କ ମୁତାବକ ଅଧିକାଂଶ କପଲ ରାତିରେ କିମ୍ବା ସକାଳୁ ସମ୍ବନ୍ଧ ବନେଇବା ପାଇଁ ପସନ୍ଦ କରିଥାନ୍ତି। ଏଥିପାଇଁ ଯଦି ଆପଣ ଏହା ଚିନ୍ତା କରୁଛନ୍ତି କି ସମୟ କାରଣରୁ ଏମିତି ହୋଇଥାଏ ତାହେଲେ ଆପଣ ଏହି ଘଟଣାରେ ଭୁଲ ଅଟନ୍ତି।

ଏତିକି ନୁହେଁ ସାଇନ୍ସ ଲାଇଭରେ କଥାବାର୍ତ୍ତା କରିବା ସମୟରେ ମେଲିଣ୍ଡା କହିଛନ୍ତି କି ସେକ୍ସ ସମୟରେ ମୁଣ୍ଡରେ ଅନେକ ପ୍ରକାରର ବ୍ରେନ କେମିକଲ୍ସ ରିଲିଜ ହୋଇଥାଏ ଏବଂ ଏଥିରେ Norepinephrine, Serotonin, Oxytocin, Vasopressin, Nitric Oxide (NO) ଏବଂ Hormone Prolactin ସାମିଲ ଅଟେ।

ସେଠାରେ Prolactin ହର୍ମୋନ ମନୁଷ୍ୟକୁ ସନ୍ତୁଷ୍ଟିର ଅନୁଭବ କରାଇଥାଏ ଏବଂ ଏହି କାରଣରୁ ପୁରୁଷମାନେ ପୁଣିଥରେ ସେକ୍ସ ପାଇଁ ପ୍ରସ୍ତୁତ ହେବାକୁ ସମୟ ନେଇଥାନ୍ତି। ସେଠାରେ ମେଲିଣ୍ଡାଙ୍କ ଅନୁସାରେ ପୁରୁଷମାନେ ସେକ୍ସ ପରେ ନିଦ ଆଡ଼କୁ ଆକର୍ଷିତ ହୋଇଥାନ୍ତି, ଯେତେବେଳେ କି ମହିଳା ମାନଙ୍କୁ ଏହାପରେ ନିଦ ଆସିନଥାଏ ଏବଂ ଏହାର ମଧ୍ୟ ନିଜର ଗୋଟିଏ କାରଣ ରହିଛି।

ସେ କହିଛନ୍ତି କି ଏହି ଘଟଣା ଅକ୍ସିଟୋସିନ ଏବଂ ବ୍ୟାସୋପ୍ରେସିନ ବ୍ୟତୀତ ଅରଗେଜ୍ମ ମଧ୍ୟ ଯୋଡି ହୋଇ ଥାଏ ଏବଂ ଏହି କାରଣରୁ ମଧ୍ୟ ପୁରୁଷ ମାନଙ୍କୁ ନିଜ ଆସିଥାଏ।ଏହା ବ୍ୟତୀତ PET ସ୍କ୍ୟାନରୁ ମଧ୍ୟ ସାମ୍ନାକୁ ଆସିଛି କି ଅର୍ଗଜ୍ମ ସମୟରେ ଶରୀର ମୁକ୍ତ ହୋଇ ଯାଇଥାଏ ଏବଂ ଏହି କାରଣରୁ ମଧ୍ୟ ପୁରୁଷ ମାନଙ୍କୁ ସେକ୍ସ ପରେ ନିଦ ଆସିଥାଏ। ସେଠାରେ ଏହି ଷ୍ଟଡିରୁ ଏହି କଥା ମଧ୍ୟ ବାହାରି ଆସିଛି କି ସେକ୍ସ ପରେ ମହିଳା ମାନଙ୍କୁ ନିଦ ଆସିନଥାଏ।

ଯଦିଓ ସେମାନଙ୍କୁ ଅର୍ଗଜ୍ମ ମିଳୁ ନାଁ କାହିଁକି ଏବଂ ଏହି କାରଣରୁ ସେକ୍ସ ପରେ ସଙ୍ଗେସଙ୍ଗେ ହିଁ ମହିଳା ପୁଣିଥରେ ଉତ୍ତେଜିତ ହୋଇ ଯାଇଥାନ୍ତି ଏବଂ ଯେତେବେଳେ କି ପୁରୁଷ ମାନଙ୍କୁ ଏଥିପାଇଁ ସମୟ ଲାଗିଥାଏ। ଯେଉଁ କାରଣରୁ ଅନେକ ଥର ଏହି ଦୁଇଜଣଙ୍କ ସମ୍ବନ୍ଧରେ ଏହି କାରଣରୁ ମଧ୍ୟ ଝଗଡ଼ା ଉତ୍ପନ୍ନ ହୋଇ ଯାଇଥାଏ।

Leave a Reply

Your email address will not be published. Required fields are marked *