ଯାତ୍ରା ଦୁନିଆକୁ ଫେରିଲେ ହିରୋଇନ ରିନା, ମୋତେ ନେଗେଟିଭ ରୋଲ କରିବାକୁ……. ଦେଖନ୍ତୁ ଏହି ଭିଡ଼ିଓ।

ଆପଣମାନେ ଜାଣିଛନ୍ତି ଯେ କଳାକାର ମାନେ ନିଜର ଦକ୍ଷତା ମାଧ୍ୟମରେ ଲୋକମାନଙ୍କ ହୃଦୟରେ ରାଜ କରନ୍ତି। ଲୋକମାନେ ସେମାନଙ୍କ ଗୋଟିଏ ଝଲକ ଦେଖିବା ପାଇଁ ଦିୱାନଙ୍କ ଭଳି ହୁଅନ୍ତି। କଳାକାରମାନେ ଯେତେବେଳେ ପରଦାରେ କାନ୍ଦନ୍ତି ତେବେ ଲୋକମାନେ ମୁଗ୍ଧ ହୋଇ ଯାଆନ୍ତି ହେଲେ ସେମାନେ ଯେତେବେଳେ ବାସ୍ତବ ଦୁନିଆରେ ଅଭାବ ଅସୁବିଧାରେ ରହି କାନ୍ଦିବାକୁ ଲାଗନ୍ତି ସେତେବେଳେ ତାଙ୍କର ଦୁଃଖରେ ଲୋକମାନେ ମଧ୍ୟ ଭାଙ୍ଗି ପଡିଛି।

କରୋନାର ପ୍ରଭାବ ସମସ୍ତ କଳାକାର ପ୍ରଭାବିତ ହୋଇଥିଲେ। ତେବେ ସେମାନେ ମାସ ମାସ ଧରି ଶୁଟିଙ୍ଗ କରି ପାରିଲେ ନାହିଁ ଏବଂ ତାଙ୍କର ଆର୍ଥିକ ସ୍ଥିତି ବିଗିଡିବାରେ ଲାଗିଥିଲା। ତେବେ ଅନେକ କଳାକାର ଭିନ୍ନ ଭିନ୍ନ ବାଟ ଆପଣେଇ ଥିଲେ। ତେବେ କେତେ କାହାଙ୍କୁ ପରିବାର ବିକ୍ରି କରୁଥିବାର ଦେଖିବାକୁ ମିଳିଥିଲେ ତ ଆଉ କିଏ ନିଜ କୌଳିକ ବୃତ୍ତି କୁ ଆପଣେଇ ଦେଇଥିଲେ। କିନ୍ତୁ କରୋନା କଟକଣା ହଟିଯିବାରୁ ପୁଣି ଥରେ ଯାତ୍ରା କଳାକାରଙ୍କ ମୁହଁରେ ହସ ଦେଖିବାକୁ ମିଳିଛି।

ତେବେ ଘରେ ଘରେ ପରିଚିତ ହିରୋଇନ ରୀନା ମଧ୍ୟ ଯାତ୍ରା ମଞ୍ଚକୁ ଫେରି ଆସିଛନ୍ତି ଯେଉଁ କାରଣରୁ ତାଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ବର୍ତ୍ତମାନ ସେ ଦୁଇଟପା ଲୁହ ନାଟକରେ ଅଭିନୟ କରୁଥିବାର ନଜରକୁ ଆସିଛନ୍ତି। ଆଜି ଆମେ ତାଙ୍କ ବିଷୟରେ କହିବାକୁ ଯାଉଛୁ।

ରୀନା ୧୦ ରୁ ୧୫ ବର୍ଷ ଯାତ୍ରା ଜଗତରେ କାମ କରିଆସୁଛନ୍ତି। ତେବେ ଛୋଟବେଳୁ ସେ ଡ୍ୟାନ୍ସ ଗାର୍ଲ ଭାବେ କାମ କରୁଥିଲେ। ଏହାପରେ ଧୀରେ ଧୀରେ ଅଭିନୟ ଆଡକୁ ମନ ବଢ଼େଇଥିଲେ। ଘର ଲୋକଙ୍କ ତରଫରୁ ସପୋର୍ଟ ମିଳିବା ପରେ ଯାତ୍ରା ଦୁନିଆରେ ପାଦ ରଖିଥିଲେ। ସେ କହିଛନ୍ତି ଯେ ତାଙ୍କୁ ନେଗେଟିଭ ଚରିତ୍ର ଅଧିକ ପସନ୍ଦ ଲାଗେ। କେବଳ ସେତିକି ନୁହେଁ ଦର୍ଶକ ମଧ୍ୟ ତାଙ୍କୁ ନେଗେଟିଭ ଚରିତ୍ରରେ ଦେଖିବା ପାଇଁ ଅଧିକ ପସନ୍ଦ କରନ୍ତି।

ବିଶେଷ କଥା ହେଉଛି ସେ ଜଣେ ହିରୋଇନ ହୋଇଥିଲେ ମଧ୍ୟ ଜଣେ ଭିଲିୟାନ ପ୍ରେମରେ ପଡି ବିବାହ କରିଥିଲେ। ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ରିନା ମଧ୍ୟ ଜଣେ ଯାତ୍ରା କଳାକାରଙ୍କୁ ବିବାହ କରିଛନ୍ତି। ଏହାପରେ ବଡ଼ କଳାକାରଙ୍କୁ ସମ୍ମାନ ଦେବା କଥା କହିଛନ୍ତି। ତାଙ୍କ ସମୟରେ ସେମାନେ ବଡ଼ କଳାକାରଙ୍କୁ ସମ୍ମାନ ଦେଉଥିଲେ। କିନ୍ତୁ ବର୍ତ୍ତମାନ ଯାତ୍ରା ଦୁନିଆକୁ ବହୁତ ନୂଆ କଳାକାର ଆସୁଛନ୍ତି ଓ ସେମାନେ କାହାକୁ ମାନୁ ନଥିବା କଥା କହିଛନ୍ତି।

Leave a Reply

Your email address will not be published. Required fields are marked *