ଦେଖନ୍ତୁ ଭିଡିଓ : ବସ ଭିତରେ ପଶି ମହିଳା ଜଣଙ୍କ ଡ଼୍ରାଇଭରଙ୍କୁ ନିରଧୂମ ମାରିଲେ…

ସୋସିଆଲ ମିଡିଆରେ ବର୍ତ୍ତମାନ ଜଣେ ମହିଳାଙ୍କ ଭିଡିଓ ବହୁ ମାତ୍ରାରେ ଭାଇରାଲ ହେଉଛି। ଯେଉଁଥିରେ ଜଣେ ମହିଳା ବସ ଡ୍ରାଇଭରଙ୍କ କଲରକୁ ଧରି ଧମକ ଭରା ଅନ୍ଦାଜରେ ତାଙ୍କ ଉପରେ ଚିତ୍କାର କରୁଥିବାର ଦେଖା ଯାଇଛନ୍ତି।ଏହି ଭିଡିଓକୁ ଦେଖିବା ପରେ ଲୋକମାନେ ମହିଳାଙ୍କ ଉପରେ କାର୍ଯ୍ୟା-ନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛନ୍ତି।

‘ଇଣ୍ଟରନେଟ ଦୁନିଆ’ରେ ପ୍ରତିଦିନ କୈାଣସି ନା କୈାଣସି ଭିଡିଓ ଛାଇ ହୋଇ ରହିଥାଏ। ପରିଶେଷରେ, ଗୋଟିଏ ଏମିତି ଭିଡିଓ ଭାଇରାଲ ହେଉଛି, ଯାହା ଉପରେ ବହୁ ମାତ୍ରାରେ ହଙ୍ଗାମା ହେଉଛି। ଭିଡ଼ିଓରେ ଜଣେ ମହିଳା ଜଣେ ବସ ଡ୍ରାଇଭରଙ୍କ ସହିତ ହାତାହାତି କରୁଥିବାର ଦେଖାଯାଇଛନ୍ତି।ଏହି ଭିଡିଓ ଗୋଟିଏ ସାଧାରଣ ଜର୍ନଲିଷ୍ଟ ନିଜ ଟୁଇଟର ହ୍ୟାଣ୍ଡଲରେ ଟୁଇଟ କରିଥିଲେ। ଯେଉଁଥିରେ ଜଣେ ମହିଳା ରାଗରେ ବହର ଡ୍ରାଇଭର ସିଟ ଉପରେ ବସିଥିବା ବ୍ୟକ୍ତି ଜଣଙ୍କୁ ମାରୁଛନ୍ତି।ଏହି ଘଟଣା ଉପରେ ଆଇପୀଏସ ଅଧିକାରୀ ଦିପାଂଶୁ କାବରା ମଧ୍ୟ ନିଜ ପ୍ରତିକ୍ରିୟା ଦେବା ସମୟରେ କହିଛନ୍ତି କି କାହାର ଆଇନକୁ ହାତକୁ ନେବାର ଅଧିକାର ନାହିଁ।

ଘଟଣା ଆନ୍ଧ୍ର ପ୍ରଦେଶ ବିଜୟବାଡାର ଅଟେ। ଯେଉଁଠାରେ ଜଣେ ମହିଳା ଭୁଲ ପାର୍ଶ୍ଵରେ ଯାଉଥିଲେ କି ସେହି ସମୟରେ ସରକାରୀ ବସ ତାଙ୍କ ସ୍କୁଟୀକୁ ଧକ୍କା ମାରି ଦେଇଥିଲା।ଯାହାପରେ ମହିଳା ଜଣଙ୍କ ବସ ଡ଼୍ରାଇଭରଙ୍କୁ ମାରୁଥିବାର ଦେଖା ଯାଇଛନ୍ତି। ଡ୍ରାଇଭରଙ୍କ କଲରକୁ ଧରି ସେ ଧମକ ଭରା ଅନ୍ଦାଜରେ ତା ଉପରେ ଚିତ୍କାର କରୁଥିବାର ଦେଖା ଯାଇଛନ୍ତି। ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖି ପାରିବେ କି ମହିଳା ଜଣଙ୍କ ସେହି ଡ୍ରାଇଭରଙ୍କୁ ଘୋଷାଡି ବାହାରକୁ ଆଣିବା ପାଇଁ ଚାହୁଁଥିଲେ କିନ୍ତୁ ଡ୍ରାଇଭର ନିଜକୁ ବଞ୍ଚେଇବା ପାଇଁ ଚେଷ୍ଟା କରୁଥିବାର ଦେଖାଯାଇଛନ୍ତି।ଏହା ମଧ୍ୟରେ ମହିଳା ଜଣଙ୍କ ବସରେ ହିଁ ଡ୍ରାଇଭରଙ୍କୁ ବହୁ ମାତ୍ରାରେ ମାଡ଼ ମାରିଛନ୍ତି।

ଏଠାରେ ଦେଖନ୍ତୁ ଭିଡିଓ

ଏହି ଭିଡିଓକୁ ଟୁଇଟରରେ ଆଇପୀଏସ ଅଫିସର ଦୀପାଂଶୁ କାବରା ଶେୟାର କରିଛନ୍ତି,ଯାହା ସହିତ ସେ କ୍ୟାପଶନରେ ଲେଖିଛନ୍ତି, ‘ମହିଳାଙ୍କ ଦ୍ବାରା ଡ୍ରାଇଭର ସହିତ ମାଡପିଟ କରିବା ବିଲକୁଲ ଭୁଲ , ନିନ୍ଦନୀୟ ଅଟେ।କାହାର ଆଇନକୁ ହାତକୁ ନେବାର ଅଧିକାର ନାହିଁ।’ଏହି ଭିଡିଓ ଭାଇରାଲ ହେବାପରେ ଲୋକମାନେ ନିଜ ନିଜର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।

ଜଣେ ୟୁଜର ଭିଡିଓ ଉପରେ କମେଣ୍ଟ କରି ଲେଖିଛନ୍ତି, ‘ଆଜିକାଲି ମହିଳାମାନେ ମହିଳା ଏବଂ ଝିଅ ହେବାର ଲାଭ ବହୁତ ଉଠାଉଛନ୍ତି, ଯେମିତି ଲଖନଞ୍ଜ ବାଲା ଝିଅ ବାଙ୍ଗାଲୋର ବାଲା ଝିଅ ବର୍ତ୍ତମାନ ଏ…! ପ୍ରତିଟି ସ୍ଥାନରେ ପୁରୁଷ ଭୁଲ ହୋଇ ନଥାନ୍ତି। ସେଠାରେ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ଏହି ମହିଳା ଜଣଙ୍କ ଉପରେ କୋଠରରୁ କୋଠର କାର୍ଯାନୁଷ୍ଠାନ ଗ୍ରହଣ କରିବା ଉଚିତ।’ଏହା ବ୍ୟତୀତ ଆହୁରି ମଧ୍ୟ ଅନେକ ୟୁଜର ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।

Leave a Reply

Your email address will not be published. Required fields are marked *