ଶନିବାରକୁ ମହିଳାମାନେ କରନ୍ତୁ ନାହିଁ ଏହି ୩ଟି ଖରାପ କାମ ଯାହା ଘରକୁ ବର୍ବାଦ କରିଦେବ।ଘର କାଙ୍ଗାଳ କରିଦେବ କରନ୍ତୁ ନାହିଁ ଶନିବାରରେ ଏହି କାମ।

ବନ୍ଧୁମାନେ ଆଜି ଆମେ ଜାଣିବା ଶନିବାର ଦିନ କଣ କରିବେ ଏବଂ କଣ ନକରିବେ।ଆପଣ ମାନେ ଜାଣନ୍ତି କି ଶନିବାର ହେଉଛି ପ୍ରଭୁ ଶନିଦେବଙ୍କ ବାର ଯିଏ ହେଉଛନ୍ତି ସୂର୍ଯ୍ୟଙ୍କ ପୁତ୍ର।ଯାହାଙ୍କର କାର୍ଯ୍ୟ ସୂର୍ଯ୍ୟଦେବଙ୍କ ଠାରୁ ମଧ୍ୟ ଅଧିକ।ସୂର୍ଯ୍ୟ କେବଳ ଗୋଟେ ମାସର ଗୋଟେ ଦିନ ଚନ୍ଦ୍ରମା ୨ମାସ ଓ ମଙ୍ଗଳ ଦେଢ଼ମାସ,ବୁଦ୍ଧ ଏକ ମାସ ଓ ବୃହସ୍ପତି ୧୩ ମାସ ପର୍ଯ୍ୟନ୍ତ ରହିଥାଏ।ହେଲେ ଶନିଦେବ ଅଢେଇ ବର୍ଷରୁ ସାଢେ଼ ସାତ ବର୍ଷ ପର୍ଯ୍ୟନ୍ତ ଜଣଙ୍କ ରାଶିରେ ରହିପାରିବେ।ଜାତକରେ ଶନିଦେବଙ୍କ ଆସିବାର ୩ମାସ ଭିତରେ ହିଁ ନିଜର ପ୍ରଭାବ ଦେଖେଇ ଥାନ୍ତି।ସବୁ ମନୁଷ୍ୟ ଜୀବନରେ ଶନିଦେବ ୩ରୁ୪ଥର ଆସନ୍ତି।ହେଲେ ଶନିଦେବଙ୍କ ପ୍ରଭାବ ତାଙ୍କ ଗ୍ରହର ଅନୁଯାୟୀ ପଡ଼ିଥାଏ।

ଶନିଦେବଙ୍କ ନମ୍ୱର୍ ହେଉଛି ୮। ଯାହା ଖାସ୍ କରି ଶନିବାର ଦିନ କରନ୍ତୁ ନାହିଁ ଏପରି କାମ ଯାହା ଫଳରେ ଭଗବାନ ଶନି କ୍ରୋଧ କରନ୍ତି।

୧. ଯଦି ଆପଣ ଶନି ମନ୍ଦିର ଯାଉଛନ୍ତି ତେବେ ଶନିଙ୍କ ଆଖିକୁ ଦେଖିବା ଅନୁଚିତ୍।ଏପରି କଲେ ଆପଣଙ୍କ ଉପରେ ଖରାପ ଦୃଷ୍ଟି ପଡ଼ିଥାଏ।ତାଙ୍କ ଆଖିକୁ ଦେଖନ୍ତୁ ନାହିଁ ବରଂ ପାଦକୁ ଦେଖନ୍ତୁ ଓ ଆପଣ ଏପରି କଲେ ମାଲାମାଲ ହୋଇଯିବେ।ଏହିଦିନ ପତି ପତ୍ନୀଙ୍କୁ ଭଲ ସମ୍ବନ୍ଧ ରଖିବା ଉଚିତ୍ ଓ ସହବାସ କରିବା ଅନୁଚିତ୍ ନଚେତ୍ ଶନି ନାରାଜ ହୋଇଯିବେ।

୨.ଶନିବାର ଦିନ ଲୁହାଠୁ ଆରମ୍ଭ କରି ଗାଡ଼ି ପର୍ଯ୍ୟନ୍ତ କୌଣସି ବି ଜିନିଷ କିଣିବା ଅନୁଚିତ୍। ବିକ୍ରମାଦିତ୍ୟ ସନିଦେବଙ୍କୁ ଲୁହାର ଆସନ ଦେଇଥିଲେ ଯେଉଁଲାଗି କ୍ରୋଧରେ ଶନିଙ୍କର ନଜର ଏହା ଉପରେ ପଡିଥିଲା।ତେଣୁ ଏହି ବାରରେ ଲୁହା କିଣିବା ବା ବିକିବା ଅଶୁଭ ବୋଲି ମାନା ଯାଇଛି।ହେଲେ ଏହି ବାରରେ ଲୁହାର ଦାନ ଶନିଦେବଙ୍କୁ ପ୍ରସନ୍ନ କରିଥାଏ।

୩.ଶନିବାର ଦିନ ଚମଡାରେ ତିଆରି ଜୋତା, ବେଲ୍ଟ ଓ ପର୍ଶ ଆଦି କିଣିବା ଅନୁଚିତ୍।ଏପରି କଲେ ସଫଳତା ପଥରେ ବାଧା ଆସିଯାଏ।ଏହିଦିନ ପୂଜା କରିବା ପରେ ପଛକୁ ବୁଲିକି କେବେ ଦେଖିବେ ନାହିଁ।ଏପରି କଲେ ଶନିଦୋଷ ଲାଗିଥାଏ।ତାଙ୍କୁ ଆରଧନା କରି ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିବେ ତେବେ ଏହି ଦୋଷ ତୁଟି ଯାଏ।

୪.ଶନିବାର ଦିନ ଘରକୁ କୌଣସି ତେଲ ଆଣିବେ ନାହିଁ ସେ ଖାଇବା ତେଲ ହେଉ ଅବା ଲଗେଇବା ଅନୁଚିତ୍ ନଚେତ୍ ଘରକୁ ବୀମାରି ଆସେ।ଏହିଦିନ ସନିଦେବଙ୍କୁ ତେଲ ଚଢେଇଲେ ସନିଦେବ ପ୍ରସନ୍ନ ହୁଅନ୍ତି।ସନୀଦେବଙ୍କୁ ଶାନ୍ତ କରିବା ପାଇଁ ବାହାରକୁ ଗଲା ବେଳେ ନିଜ ମୁହଁ ଅବସ୍ୟ ଦେଖନ୍ତୁ।ଏପରି କଲେ ସବୁ ଜିନିଷ ଆଶ୍ଚର୍ଯ୍ୟ ଜନକ ଭାବରେ ପୂର୍ଣ୍ଣ ହୋଇଯାଏ।

୫.ଶନିବାରକୁ କୋଇଲା ଆଣିବା ଘରକୁ ବର୍ଜନ କରାଯାଇଛି।କୋଇଲା କଳା ହୋଇଥିବାରୁ ଏହାକୁ ଘରକୁ ଆଣିବା ଅର୍ଥାତ୍ ସନିଦେବଙ୍କ ଅଭିଶାପ ଘରକୁ ଆଣିବା ସମାନ।ଏହିଦିନ କିଛି ବି ଇନ୍ଧନ ଆଣିବେ ନାହିଁ ନଚେତ୍ ଖରାପ ସମୟ ଆରମ୍ଭ ହୋଇଯିବ

୬.ପୁରୁଣା ଝାଡୁକୁ ଶନିବାର ବାହାର କରିଦେବା ବହୁତ୍ ହିଁ ଶୁଭ ହୋଇଥାଏ।ଏହିଦିନ ଭଙ୍ଗା ଜିନିଷ ବାହାର କରିଦେବା ମଧ୍ୟ ବହୁତ୍ ଶୁଭ ହୋଇଥାଏ।ପୁରୁଣା ଜିନିଷ ବା ନୂଆ ଚପଲ ଦାନ କରିବା ସର୍ବଶ୍ରେଷ୍ଠ ହୋଇଥାଏ ଯାହା ଫଳରେ ଶନି ଶାନ୍ତ ରୁହନ୍ତି

୭.ଶନିବାରକୁ କଳା ରାଶି କିଣିବା ବର୍ଜନ କରାଯାଇଛି।ହେଲେ ଏହି ଦିନ ଏହାର ଦାନ କରିବାର ବିଶେଷ ମହତ୍ତ୍ଵ ରହିଛି।କିନ୍ତୁ ଏହି ତେଲର ଶନିବାରରେ ଆଗମନକୁ ଶନିଙ୍କ ଆଗମନ ସାଙ୍ଗେ ତୁଳନା କରାଯାଇଛି।

୮.ଶନିବାର ଦିନ ଲୁଣ କିଣୀକି ଘରକୁ ଆଣନ୍ତୁ ନାହିଁ ନଚେତ୍ ଏହା ବିମାରି ଆଣିଥାଏ।ଏହିଦିନ ତେଲରେ ନିଜ ମୁହଁ ଦେଖି ଏହାକୁ ଦାନ କଲେ ଦୋଷ ତୁଟି ଯାଏ।

୯. ସ୍ୟାହି ବା ରଙ୍ଗ କିଣନ୍ତୁ ନାହିଁ ଯାହା ଆପଣଙ୍କୁ କଳଙ୍କ ଆଣିଦେବ।ରାଜା ହୁଅନ୍ତୁ ବା ଭିକାରୀ କେହି ବି ତାଙ୍କ ପ୍ରଭାବରୁ ବଞ୍ଚି ନାହାନ୍ତି।ତାଙ୍କର ବିଶେଷତ୍ଵ ହେଲା ସେ ଧିରେ ଧିରେ ଆସନ୍ତି ଏବଂ ଧୀରେ ଧୀରେ ଚାଲି ଯାଆନ୍ତି।ଯଦି ଆମେ ଜୀବନରେ କିଛି ଖରାପ କର୍ମ କରନ୍ତୀ ତେବେ ଏହାର ପରିଣାମ ଆମକୁ ସନିଦେବ ଦେଇଦିଅନ୍ତି।ଏଥିପାଇଁ ଆମକୁ ଏହି କାମ କରିବା ଅନୁଚିତ୍ ଯେଉଁ ଲାଗି ସାନିଦେବ ରାଗିଯିବେ।ଏହି ସବୁ ମହତ୍ତ୍ଵପୂର୍ଣ୍ଣ କଥା ଉପରେ ଧ୍ୟାନ ଦେବେ।

Leave a Reply

Your email address will not be published. Required fields are marked *