ମାଳିକା ଅନୁଯାୟୀ ୨୦୨୨ ଏହିଦିନ ମଧ୍ୟରାତ୍ର ରେ ଭୁବନେଶ୍ୱର ରେ ଶୁଭିବ ଭୟଙ୍କର ଗର୍ଜନ :-

ପୃଥିବୀ ରେ ଯେଉଁଭଳି ଭାବରେ ପ୍ରାକୃତିକ ବିପର୍ଯ୍ୟୟ ଦେଖା ଯାଉଛି ସେଥିରୁ କେହିବି ଏହା ଅନୁମାନ କରି ପାରିବେ ଯେ ବୋଧହୁଏ ପୃଥିବୀର ବିନାଶ ପାଖେଇ ଆସିଲାଣି । ଏପଟେ କରୋନା ର ବିନାଶକାରୀ ଆକ୍ରମଣ ଲୋକଙ୍କ ମନରେ ଆହୁରି ଭୟ ଜାଗ୍ରତ କରୁଛି । ଏସବୁ ପରେ ବର୍ତ୍ତମାନ ଯେଉଁ ଲୋକ ମାନେ ମାଳିକା ବଚନ କୁ ବିଶ୍ୱାସ କରୁ ନଥିଲେ ସେମାନେ ବି ବିଶ୍ୱାସ କରିବାକୁ ବାଧ୍ୟ ହେଉଛନ୍ତି ।

ତେବେ ସେହି ମାଳିକା ବଚନ ଗତ କିଛି ବର୍ଷ ହେବ ସତ୍ୟ ହେଉଥିବାର ଲୋକେ ଅନୁଭବ କରୁଛନ୍ତି । ତେଣୁ ଲୋକେ ଏହା ମଧ୍ୟ ବିଶ୍ୱାସ କରୁଛନ୍ତି ଯେ ଆଗାମୀ ସମୟରେ ଯାହା ଘଟିବ ବୋଲି ମାଳିକା ରେ ବର୍ଣ୍ଣିତ ହୋଇଛି ତାହା ନିଶ୍ଚିତ ଭାବରେ ହେବ । ତେଣୁ ଏସବୁ ପରେ ବର୍ତ୍ତମାନ ସମୟରେ ଆଉ ଏକ ମାଳିକା ତଥ୍ୟ ଭାଇରଲ ହେଉଛି ଯାହାକି ନୂତନ ବର୍ଷ ୨୦୨୨ କୁ ନେଇ ରହିଛି ।

ତେବେ ଏହି ମାଳିକା ର ରଚୟିତା ହେଉଛନ୍ତି ଅଚ୍ୟୁତାନନ୍ଦ ମହାପୁରୁଷ । ତାଙ୍କ ବର୍ଣ୍ଣିତ ସମସ୍ତ ମାଳିକା ଘଟଣା ଏହି ପର୍ଯ୍ୟନ୍ତ ସତ ହୋଇ ଆସିଛି । ତେଣୁ ସେ ଆଉ ଏକ ଘଟଣା ସମ୍ବନ୍ଧରେ ବର୍ଣ୍ଣନା କରି ଯାଇଛନ୍ତି ଯାହାକି ଆସନ୍ତା ୨୦୨୨ ରେ ଘଟିବାକୁ ଯାଉଛି । ତାଙ୍କ ଅନୁଯାୟୀ ୨୦୨୨ ମସିହାରେ ଚୈତ୍ର ମାସ ରାତି ଅଧା ରେ ଭୟଙ୍କର ଗର୍ଜନ ଶୁଣା ଯିବ ବୋଲି ସେ ରଚନା କରିଛନ୍ତି ।

ଅଚ୍ୟୁତାନନ୍ଦ ମହାପୁରୁଷଙ୍କ କଳିକଳ୍ପ ମାଳିକାରେ ଏହା ପ୍ରମାଣ ରହିଛି। ମହାପୁରୁଷ ଅଚ୍ୟୁତାନନ୍ଦ କହିଛନ୍ତି ଯେ ଚୈତ୍ର ମାସ ମଧୂପୂର୍ଣ୍ଣମି ଗୁରୁବାର ଦିନ ମଧ୍ୟ ରାତ୍ରରେ ଶୂନ୍ୟରେ ଏକ ଭୟଙ୍କର ଶବ୍ଦ ଶୁଭିବ ଆଉ ଏହି ଉକ୍ତିକୁ ମହାପୁରୁଷ ଜଗନ୍ନାଥ ଦାସ ନରେନ୍ଦ୍ର ଗୋବିନ୍ଦ ଗୀତାରେ ପ୍ରମାଣ ଦେଇଛନ୍ତି । ସେଥିରେ ଭୁବନେଶ୍ୱରରେ ଭୈରବ ଡାକିବା କଥା ମଧ୍ୟ ବର୍ଣ୍ଣିତ ହୋଇଛି ।

ତାସହିତ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ କଳିଯୁଗର ଆୟୁ ୫ ହଜାର ୧୨୪ ବର୍ଷ ହୋଇଥିବ ସେହି ସମୟରେ ଚୈତ୍ର ପୂର୍ଣ୍ଣମୀ ଗୁରୁବାର ପଡ଼ିବ । ସେହିଦିନ ସେ ଗର୍ଜନ ଯାଜପୁର ପର୍ଯ୍ୟନ୍ତ ଶୁଣାଯିବ ।

Leave a Reply

Your email address will not be published. Required fields are marked *