ଦୂର ହେବ ଗର୍ଭବତୀର ଡର, ଗର୍ଭନିରୋଧକ ବଟିକା ଖାଇବେ ପୁରୁଷ।

ଶାରୀ-ରିକ ସମ୍ପର୍କ ରଖିବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ ବୋଲି ଅନେକ ସମୟରେ ଡାକ୍ତର କହିଥାନ୍ତି। କାରଣ ସଂଭୋଗ ରଖିବା ଦ୍ୱାରା ସମସ୍ତ ଚାପ ଓ ଦୁଃଖ କଷ୍ଟରୁ ମୁକ୍ତି ମିଳିଥାଏ। ଶରୀର ସୁସ୍ଥ ବୋଲି ମଧ୍ୟ ଅନୁଭବ ହୋଇଥାଏ। କେବଳ ସେତିକି ନୁହେଁ ଜଣେ ନାରୀ ସର୍ବଦା ଏହି ଇଚ୍ଛା ରେ ବୁଡି ରହିଥାନ୍ତି। କିନ୍ତୁ ସଂଭୋଗ ସମୟରେ ସମସ୍ତଙ୍କ ଏକମାତ୍ର ଭୟ ହେଉଛି ଗର୍ଭବତୀ ହେବାର। ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ପୁରୁଷ ମାନଙ୍କୁ ଗର୍ଭନିରୋଧକ ଅର୍ଥାତ କଣ୍ଡୋମ ବ୍ୟବହାର କରିବାକୁ ପଡିଥାଏ। ତେବେ ଏହା ଅନେକ ସମୟରେ ଫଳପ୍ରଦ ହୋଇ ପାରି ନଥାଏ।

ପୁରୁଷ ମାନଙ୍କୁ ବିନା ଗର୍ଭନି-ରୋଧକରେ ସେ-କ୍ସ କରିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏହା ସମସ୍ତ କ୍ଷେତ୍ରରେ ସମ୍ଭବ ହୋଇ ପାରି ନଥାଏ। ଇଚ୍ଛା ନଥିଲେ ମଧ୍ୟ ବାଧ୍ୟ ହୋଇ ବ୍ୟବହାର କରିବାକୁ ପଡିଥାଏ। ତେବେ ବର୍ତ୍ତମାନ ଅନୁସନ୍ଧାନରେ ଏହି ସମସ୍ତ ଚିନ୍ତା ଓ ଭୟ ଦୂର ହୋଇଯିବ। ନିକଟରେ ବୈଜ୍ଞାନିକମାନେ ପୁରୁଷମାନଙ୍କ ପାଇଁ ଏମିତି ଏକ ଗର୍ଭନିରୋଧକ ବଟିକା ତିଆରି କରିଛନ୍ତି, ଯାହା ପ୍ରେଗ୍ନାନ୍ସିକୁ ରୋକିବା ପାଇଁ ବହୁତ ପ୍ରଭାବଶାଳୀ ପ୍ରମାଣିତ ହୋଇଛି। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ନା ତେବେ ଆସନ୍ତୁ ଏହି ବିଷୟରେ ଅଧିକ ଜାଣିବା।

ମିଳିଥିବା ସୂଚନା ଅନୁସାରେ, ବୈଜ୍ଞାନିକମାନେ ଏକ ନନ୍ ହର୍ମୋନାଲ ଡ୍ରଗ୍ର ତିଆରି କରିଛନ୍ତି। ତେବେ ଏହି ବଟିକାର ନାମ YCT529 ରଖିଛନ୍ତି। ତେବେ ଏହି ବଟିକା ୯୯ ପ୍ରତିଶତ ଲାଭଦାୟକ ଏବଂ ଫଳପ୍ରଦ ବୋଲି ଦାବି କରିଛନ୍ତି। ତେବେ ଏହି ଔଷଧକୁ ପ୍ରଥମେ ମୂଷାଙ୍କ ଉପରେ ପରୀକ୍ଷଣ କରାଯାଇଥିଲା, ଯେଉଁଥିରେ କୌଣସି ବି ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ନଜର ଆସି ନ ଥିଲା।

YCT529କୁ ପାଖାପାଖି ୪ ସପ୍ତାହ ଧରି ମୂଷାଙ୍କୁ ଦିଆଯାଇଥିଲା। ଏଥିମଧ୍ୟରେ କୌଣସି ବି ଗୋଟିଏ ମାଈ ମୂଷା ଗର୍ଭବତୀ ହୋଇନଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ଏହି ବଟିକା ଦିଆଯାଇ ନଥିଲା ଏବଂ ମେଲ୍ ଓ ଫିମେଲ୍ ମୂଷାଙ୍କୁ ଏକତ୍ର ଛାଡି ଦିଆଯାଇଥିଲା ସେତେବେଳେ ମୂଷା ଛୁଆ ଜନ୍ମ କରିଥିଲା। ମୂଷାଙ୍କ ଉପରେ ଗବେଷଣା ପରେ ମିନେସୋଟା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଏବେ ନନ୍ ହର୍ମୋନାଲ ଡ୍ରଗ୍ରକୁ ମଣିଷଙ୍କ ଉପରେ ପରୀକ୍ଷଣ ପାଇଁ ଯୋଜନ ଆରମ୍ଭ ହୋଇଛି।

ତେବେ ବୈଜ୍ଞାନିକ ଦେଇଥିବା ମତ ଅନୁସାରେ, ପୁରୁଷ ଏହି ବଟିକାକୁ ସେବନ କରିବା ପରେ ଶରୀରରେ ଏକ ପ୍ରକାରର ପ୍ରୋଟିନକୁ ରୋକା ଯାଇଥାଏ, ଯାହାକି ସ୍ପର୍ମକୁ ଅଟକାଇଥାଏ।ଏହି ଗର୍ଭନିରୋଧକ ବଟିକା ପୁରୁଷମାନଙ୍କ ଟେଷ୍ଟେଷ୍ଟ୍ରୋନ୍‌କୁ ଟାର୍ଗେଟ୍ କରିଥାଏ। ଏହି ଗର୍ଭନିରୋଧକ ପୁରୁଷଙ୍କ ସେକ୍ସ ହର୍ମୋନକୁ ବ୍ଲକ କରି ଦେଇଥାଏ। ଯେଉଁଥିରେ କି ମହିଳାମାନଙ୍କୁ ଗର୍ଭବତୀର ଭୟ ରହିବ ନାହିଁ ଏବଂ ପୁରୁଷ ମାନେ ମଧ୍ୟ ଏଚ ଆଇ ଭି ରେ ସଂକ୍ରମିତ ହୋଇ ନଥିବା ମହିଳାଙ୍କ ସହିତ ବିନା କଣ୍ଡୋମରେ ସଂଭୋଗ କରି ପାରିବେ। ତେବେ ଏହି YCT529 ନନ୍ ହର୍ମୋନାଲ ଡ୍ରଗ୍ ପୁରୁଷଙ୍କ ପାଇଁ ଅଧିକ ପ୍ରଭାବଶାଳୀ।

Leave a Reply

Your email address will not be published. Required fields are marked *