ମା’ର ପେଟକୁ ଦାନା ଦେବାକୁ ୧୦ ଟଙ୍କା ପାଇଁ ଟ୍ରେନ ପଛରେ ଦୌଡୁଛି ନାବାଳକ, ଦୃ-ଶ୍ୟ ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ…

ମଣିଷ ନିଜ ପେଟ ପୋଷିବା ପାଇଁ ରୋଜଗାରର ଅନେକ ପନ୍ଥା ଆପଣେଇ ଥାଏ । ଆଉ ଯଦି କମ ବୟସରେ ଅ-ଭା-ବ ଏବଂ ଦାରିଦ୍ର୍ୟ ଦେଖାଦିଏ ତେବେ ତାହାବି ମଣିଷକୁ କମ ବୟସରୁ ପରିପକ୍ଵ କରିଦିଏ । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ବେଶ ଭାଇରଲ ହେବାରେ ଲାଗିଛି ଯେଉଁଠି ଜଣେ ନାବାଳକ ଟ୍ରେନ ପଛରେ ଦୌଡ଼ି ଦୌଡ଼ି ଜିନିଷ ବିକ୍ରି କରିବାରେ ଲାଗିଛି । ଆଉ ଏହି ଭିଡ଼ିଓକୁ ଟ୍ରେନରେ ଯିବା ସମୟରେ ଜଣେ ବ୍ୟକ୍ତି ଉତ୍ତୋଳନ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଯେଉଁ ବୟସରେ ସ୍କୁଲ ଯାଇ ଭବିଷ୍ୟତ ଗଢ଼ିବା କଥା ସେହି ବୟସରେ ଏପରି ରାସ୍ତା ବାଛି ନେଇଛି କେବଳ ନିଜର ଏବଂ ନିଜ ମା’ର ପେଟ ପୋଷିବା ପାଇଁ । କୁନି ବୟସରେ କିଛି ଖାଦ୍ୟ ସାମଗ୍ରୀ ଧରି ବିକ୍ରି କରିବାରେ ଲାଗି ପଡ଼ିଛି । ନିଜ କାମ ଏବଂ ସମୟକୁ ସେ ଗୁରୁତ୍ୱପୂର୍ଣ୍ଣ ମାନି ନେଇଛି । ଟ୍ରେନ ଛାଡ଼ି ଦେଇଛି । କିନ୍ତୁ ସେ ଶେଷ ସମୟ ପର୍ଯ୍ୟନ୍ତ ଖାଦ୍ୟ ସାମଗ୍ରୀ ବିକ୍ରି କରିବାରେ ପ୍ରୟାସ କରିଛି । ସେ ଜାଣି ସାରିଛି ଯେ ଟଙ୍କା ରୋଜଗାର କରିବାକୁ ହେଲେ ପରିଶ୍ରମ ଏବଂ ସଂ-ଘ-ର୍ଷ ତ ନିଶ୍ଚିତ କରବାକୁ ପଡ଼ିବ ।

ତେଣୁ ସେ ଟ୍ରେନ ପଛରେ ଦୌଡ଼ି ଦୌଡ଼ି ବଗି ରୁ ବଗି ଲୋକଙ୍କୁ ଖାଦ୍ୟ ବିକିବାରେ ଲାଗିଛି । କାରଣ ଶେଷ ମୁହୂର୍ତ୍ତରେ ବି ହୁଏତ ୧୦ ଟଙ୍କା କିମ୍ବା ୨୦ ଟଙ୍କା ହାତକୁ ଆସିଯିବ ଆଉ ନିଜର ଏବଂ ନିଜ ମା’ର ପେଟ ସେ ଭରି ପାରିବ । ଛୋଟ ବୟସରୁ ତାର ଚିନ୍ତାଧାରା କିପରି ଆପଣ ତାର କାମ କରିବାର ଶୈଳୀରୁ ଜାଣି ପାରୁଥିବେ । ଟ୍ରେନ ଚାଲିବା ଅବସ୍ଥାରେ ଅଛି । କେତେବେଳ କିଛିବି ଅଘ-ଟଣ ଘଟି ଯାଇପାରେ । ପୁଣି ଜୀବନ କଥା ବା କିଏ କହି ପାରିବ । ତେଣୁ ନିଜ ଭାଗ୍ୟ ଏବଂ ବର୍ତ୍ତମାନ ମଧ୍ୟରେ ସଂ-ଘ-ର୍ଷ କରୁଥିବା ଏହି ପିଲାଟିକୁ ଦେଖିଲେ ଅନେକ କିଛି ଶିଖିବାକୁ ମିଳିଥାଏ ।

ଏହି କୁନି ପିଲାଟିର ସମୟ ହୁଏତ ଏପରି ହୋଇ ନଥାନ୍ତା ଯଦି ସେ କୌଣସି ଧନୀ ପରିବାରର ହୋଇଥାନ୍ତା । ପରିସ୍ଥିତି ଓ ସମୟ ମଣିଷକୁ ଅନେକ କିଛି କରିବାକୁ ବାଧ୍ୟ କରିଥାଏ ଯାହା ହୁଏତ ସେ କେବେବି ଚାହିଁ ନଥାଏ । ପିଲାଟିର ଇଚ୍ଛା ବି ଥିବ ସ୍କୁଲ ଯାଇ ଅନ୍ୟ ପିଲାଙ୍କ ଭାଲୁ ପାଠ ପଢ଼ିବା । କିନ୍ତୁ ସେ ଗ୍ରହଣ କରି ସାରିଛି ଯେ ଯଦି ସେ ସ୍କୁଲ ଯିବ ତେବେ ମା ପେଟରେ ଦାନା କିଏ ଦେବ ? ସୋସିଆଲ ମିଡିଆରେ ଏହି ଭିଡ଼ିଓ ବର୍ତ୍ତମାନ ଖୁବ ଭାଇରଲ ହେଉଛି ଯାହାକୁ ଦେଖି ୟୁଜର ମାନେ ଦୁଃ-ଖର ପ୍ରତି-କ୍ରିୟା ଦେଇଛନ୍ତି ଏବଂ ପିଲାଟିର ଏତେ କମ ବୟସରେ ସାହସ ଏବଂ ସଂ-ଘ-ର୍ଷକୁ ଦେଖି ବାଃ ବାଃ ମଧ୍ୟ କହିଛନ୍ତି ।

Leave a Reply

Your email address will not be published. Required fields are marked *