ଡାକ୍ତର ପୁଅଙ୍କ କଲା କାରନାମା: ଲେଡିସ ହଷ୍ଟେଲ ବାଥରୁମ ସାୱାରରେ ଲଗେଇଥିଲେ କ୍ୟାମେରା ; ଭିଡିଓ ଦେଖେଇ କରୁଥିଲେ ବ୍ଲାକମେଲ…

ଅପ-ରାଧୀ ମାନେ ଚେଞ୍ଜିଙ୍ଗ ରୁମ କିମ୍ବା ବାଥରୁମକୁ ନିଜର ପ୍ରଥମ ଟାର୍ଗେଟ ବନାଇଥାନ୍ତି । ଯେଉଁଠାରେ ସେମାନେ ଭିନ୍ନ ଭିନ୍ନ କୌଶଳରେ ଛୋଟ ଛୋଟ କ୍ୟାମେରା ଲଗାଇ ନିଜର ଅପ-ରାଧକୁ ରୂପ ଦେଇଥାନ୍ତି । ସାଧରଣତଃ ମୋଲ ଏବଂ ଛାତ୍ରାବାସରେ ଏପରି ଅନେକ ଘଟଣା ଶୁଣିବାକୁ ମିଳିଛି ଯେଉଁଠି ବାଥରୁମ ଏବଂ ଚେଞ୍ଜିଙ୍ଗ ରୁମରେ ଦୁର୍ବୁତ୍ତ କ୍ୟାମେରା ଲଗାଇଥିବା ଘଟଣା ସାମ୍ନାକୁ ଆସିଛି ।

ଲେଡିଜ ହଷ୍ଟେଲରେ ବି ବର୍ତ୍ତମାନ ଝିଅ ମାନେ ସୁରକ୍ଷିତ ନୁହଁନ୍ତି । କାରଣ ବର୍ତ୍ତମାନ ସମୟରେ ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଲେଡିଜ ହଷ୍ଟେଲର ସାୱାରରେ ଅପ-ରାଧୀ କ୍ୟାମେରା ଲଗାଇଛି । ଆଉ ଏହି ଘଟଣା ଉତ୍ତରପ୍ରଦେଶର ପ୍ରୟାଗରାଜରୁ ଆସିଛି । ଘଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ଉତ୍ତରପ୍ରଦେଶ ପ୍ରୟାଗରାଜର ଏକ ଲେଡିଜ ହଷ୍ଟେଲର ଏହି ଘଟଣା ଶୁଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । ତେବେ ଏପରି ଘଟଣା ଘଟାଇଛି ଜଣେ ଡାକ୍ତରଙ୍କ ପୁଅ । ବ୍ୟକ୍ତି ଜଣକ ନିଜ ଘରର ଉପର ମହଲାରେ ଥିବା ଏକ ଲେଡିଜ ହଷ୍ଟେଲ ବାଥରୁମର ସାୱାରରେ ଏକ ଗୁପ୍ତ କ୍ୟାମେରା ଲଗାଇଥିବା ସୂଚନା ରହିଛି । ଯେଉଁ କ୍ୟାମେରା ଦ୍ୱାରା ଝିଅ ମାନଙ୍କର ଭିଡ଼ିଓ ଦେଖୁଥିଲା । ତେବେ ଜଣେ ଛାତ୍ରୀ ସାୱାରରୁ ପାଣି ଠିକ ଭାବରେ ଆସୁନଥିବା ଦେଖି ସାୱାର ଖୋଲିଥିଲେ ଏବଂ ସେଥିରେ ଏକ ହିଡେନ କ୍ୟାମେରା ଏବଂ ତାର ପାଇଥିଲେ ।

ଏହାପରେ ଛାତ୍ରୀ ଜଣକ ଥାନାରେ ଏହି ମାମଲାକୁ ନେଇ ଅଭିଯୋଗ କରିଛନ୍ତି । ଛାତ୍ରୀଙ୍କ ଅଭିଯୋଗକୁ ଆଧାର କରି କର୍ଣ୍ଣେଲଗଞ୍ଜ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଏହାବ୍ୟତୀତ ହଷ୍ଟେଲ ମାଲିକ ଏବଂ ଡାକ୍ତରକୁ ମଧ୍ୟ ଗିରଫ କରିଛି । ଅଭିଯୁକ୍ତଙ୍କ କମ୍ପ୍ୟୁଟର ଲ୍ୟାବରୁ ପୋଲିସ ତିନୋଟି ହାର୍ଡ ଡିସ୍କ ଡିଜିଟାଲ ଭିଡ଼ିଓ ରେକର୍ଡର ଏବଂ କମ୍ପ୍ୟୁଟର ଜବତ କରିଛି । ଏସବୁ ବ୍ୟତୀତ ଏକ ଡାୟେରି ମିଳିଛି ଯେଉଁଥିରେ ଝିଅଙ୍କର ନମ୍ବର ଲେଖାଥିବା ମଧ୍ୟ ଦେଖାଯାଇଛି । ଅଭିଯୁକ୍ତ ଆଶିଷ ଠାରୁ ମିଳିଥିବା ହାର୍ଡଡିସ୍କରେ ଝିଅଙ୍କର ନ୍ୟୁଡ଼ ଭିଡ଼ିଓ ରହିଥିଲା ।

ଏହି ଭିଡ଼ିଓ ଜରିଆରେ ଅଭିଯୁକ୍ତ ଜଣକ ଝିଅଙ୍କୁ ବ୍ଲାକମେଲ କରୁଥିବା ଜଣା ପଡ଼ିଛି । ତେବେ ସେ ଭିଡ଼ିଓ ଗୁଡ଼ିକୁ ସୋସିଆଲ ମିଡ଼ିଆରେ ବିକ୍ରି କରୁଥିବା ପୋଲିସ ସନ୍ଦେହ କରିଛି । ତେଣୁ ଜବତ ହୋଇଥିବା ସବୁ ଜିନିଷକୁ ଫରେନସିକ ଟେଷ୍ଟ ପାଇଁ ପଠାଯାଇଛି । ଆଉ ଏଥିରେ ଯେ କେତେ ପୀଡ଼ିତ ଛାତ୍ରୀ ଥିବେ ତାହା ବର୍ତ୍ତମାନ କହିବା ଅସମ୍ଭବ ।

Leave a Reply

Your email address will not be published. Required fields are marked *