ଘଞ୍ଚ ଜଙ୍ଗଲରେ ଲୁଚି ରହିଛି ପ୍ରାଣୀ ଏବଂ ମନୁଷ୍ୟଙ୍କ 16 ଚେହେରା , ଆପଣ କଣ ଦେଖି ପାରୁଛନ୍ତି ?

କୌଣସି ଅପ୍ଟିକାଲ୍ ଭ୍ରମର ସମାଧାନ କରିବା ସର୍ବଦା ଏକ କଷ୍ଟକର କାର୍ଯ୍ୟ ହୋଇଥାଏ । ଭ୍ରମିତ କରୁଥିବା ଚିତ୍ରର ପଜଲକୁ ସମାଧାନ କରିବା ସହଜ ହୋଇନଥାଏ । ଏହିପରି ପ୍ରତ୍ୟେକ ଚିତ୍ରର ସମାଧାନ କେବଳ ମସ୍ତିଷ୍କକୁ ପରୀକ୍ଷା କରେ ନାହିଁ ବରଂ ଆଖିର ତୀକ୍ଷ୍ଣତାକୁ ମଧ୍ୟ ପରୀକ୍ଷା କରେ । କିନ୍ତୁ ଏପରି ଅନେକ ଚିତ୍ର ଅଛି ଯାହା କେବଳ ଆପଣଙ୍କ ମନ କିମ୍ୱା ଆଖିକୁ ନୁହେଁ ବରଂ ଆପଣଙ୍କ ଧର୍ଯ୍ୟର ମଧ୍ୟ ପରୀକ୍ଷା କରେ ।

ପ୍ରାୟତଃ ସମସ୍ତଙ୍କର ଏହିପରି ଭ୍ରମିତ କରୁଥିବା ଚିତ୍ରଗୁଡ଼ିକ ସହ ସାମ୍ନା ହୋଇଥାଏ । କିନ୍ତୁ ବର୍ତ୍ତମାନ ଦ ପଜଲ୍ ଫକ୍ସ ନାମକ ଶୀର୍ଷକ ଟିଜର ଭ୍ରମ ଏକ ଚିତ୍ର ପ୍ରକାଶ କରିଛି ଯେଉଁଥିରେ ପଶୁ ଏବଂ 16 ଜଣ ମଣିଷଙ୍କର ଚେହେରା ଲୁଚି ରହିଛି । ବର୍ତ୍ତମାନ ଚ୍ୟାଲେଞ୍ଜ ହେଉଛି କି ନିଜ ଆଖିରେ କିଏ କେତେ ଚେହେରା ଖୋଜି ପାଉଛି ? ତେବେ ଧ୍ୟାନ ରଖନ୍ତୁ, ଏହି ଛବି କେବଳ ଆଖି ଏବଂ ମନର ନୁହେଁ ବରଂ ଧର୍ଯ୍ୟର ମଧ୍ୟ ପରୀକ୍ଷା ନେବାକୁ ଯାଉଛି ।

ଘଞ୍ଚ ଜଙ୍ଗଲର ଚିତ୍ରରେ ଲୁଚି ରହିଛି 16 ଚେହେରା:-

ଏହି ଛବିରେ ଜଙ୍ଗଲରେ ଏକ ଗଛରେ ଚଢ଼ୁଥିବା ଏକ ବିଲୁଆ ଏବଂ ଗଛର ଡାଳରେ ବସିଥିବା କିଛି ପକ୍ଷୀ ସ୍ପଷ୍ଟ ଭାବରେ ଦେଖାଯାଉଛନ୍ତି । ତେବେ ଏହି ତିନୋଟି ପ୍ରାଣୀକୁ ଖୋଜି ଦେଇ ଆପଣ ପଜଲ୍ ଟିକୁ ଯେତେ ସହଜ ବୋଲି ଭାବୁଛନ୍ତି ତାହା ସେତେ ସହଜ ନୁହେଁ । ତେବେ ଲୁଚି ରହିଥିବା ଅନ୍ୟ 12 ଟି ଚେହେରା ଖୋଜିବାକୁ ଆଖି ଏବଂ ମନ ଉପରେ ଟିକିଏ ଅଧିକ ଜୋର ଦେବାକୁ ପଡିବ ।

ସବୁଠାରୁ ପ୍ରଥମେ ଦେଖାଯାଉଥିବା ଚତୁର ବିଲୁଆଟି ବାକି ପଶୁ ଯଥା ଘୋଡା, ମେଣ୍ଢା ଛୁଆ ମାନଙ୍କ ଦ୍ୱାରା ଘେରି ରହିଛି । ଗଛର ମୂଳ ନିକଟରେ ଏକ ମେଣ୍ଢା ଦେଖିବାକୁ ମିଳୁଥିବାବେଳେ ଅଣ୍ଡରଗାଉଣ୍ଡରେ ଏକ ଘୁଷୁରୀ ଲୁଚି ରହିଛି । ବିଲୁଆର ମୁହଁ ନିକଟରେ ଥିବା ଗଛର ଦୁଇ ପାର୍ଶ୍ୱରେ ଦୁଇଟି ମାନବ ଚେହେରା ମଧ୍ୟ ଦେଖାଯିବ । ଏହା ସହିତ ଏହାର ଠିକ୍ ଅନ୍ୟ ପାର୍ଶ୍ୱରେ ଥିବା ଗଛରେ 3ଟି ମାନବ ଚେହେରା ମଧ୍ୟ ଲୁଚି ରହିଛି ।

1872 ରେ ତିଆରି ହୋଇଥିଲା ଅପ୍ଟିକାଲ୍ ଭ୍ରମ ବିଶିଷ୍ଟ ଏହି ଛବି:-

ଆମେରିକାର ପ୍ରିଣ୍ଟମେକର୍ସ କ୍ୟୁରିଅର୍ ଏବଂ ଇଭସ୍ 1872 ମସିହାରେ ଏହି ଅପ୍ଟିକାଲ୍ ଭ୍ରମ ଛବି ତିଆରି କରିଥିଲେ । ବର୍ତ୍ତମାନ ପ୍ରାୟ 150 ବର୍ଷ ପରେ,”ଦ ପଜଲ୍ ଫକ୍ସ”ନୂତନ ଦର୍ଶକଙ୍କୁ ଚ୍ୟାଲେଞ୍ଜ କରିବା ପାଇଁ ଏହି ଛବିର ସାହାରା ନେଇଛି ଏବଂ ଯେଉଁ ଆଶା ସହିତ ଏହି ଛବିଟି ଦର୍ଶକଙ୍କ ନିକଟକୁ ପୁନର୍ବାର ଆସିଛି, ତାହା ନିଶ୍ଚିତ ଭାବରେ ସଫଳ ହୋଇଛି । ଆଶାକରୁଛୁ ଯେ ଏହି ଅତ୍ୟନ୍ତ କଷ୍ଟକର କିନ୍ତୁ ମଜାଦାର ଅପ୍ଟିକାଲ୍ ଭ୍ରମ ପଜଲ୍ ସମାଧାନ କରିବାରେ ଆପଣଙ୍କୁ ବହୁତ ମଜା ଲାଗିଥିବ ।

Leave a Reply

Your email address will not be published. Required fields are marked *