ସୁମିତ କହୁଛନ୍ତି ଦୁଇ ପ୍ରକାରର କଥା , ତପସ୍ୱିନୀଙ୍କୁ ବର୍ତ୍ତମାନ ପାଖରେ ରଖିବେ ନାହିଁ

କେତେ ଆଉ ଲୁହ ଝରାଇବେ , କେତେ ଆଉ କୋର୍ଟ ଦୌଡ଼ିବେ , କେତେ ଆଉ ଜୀବନରେ ସଂ-ଘ-ର୍ଷ କରିବେ , ଏ କଥା ତପସ୍ୱିନୀଙ୍କର କ୍ଷେତ୍ରରେ ଆଦୌ କହି ହେବନାହିଁ । ନିଜ ସ୍ୱାମୀଙ୍କ ପାଇବା ଆଶାରେ ଆଜି ଯାଏଁ ବି ସଂ-ଘ-ର୍ଷ କରୁଛନ୍ତି ବ୍ରହ୍ମପୁରର ବୋହୁ ତପସ୍ୱିନୀ । ତେବେ କିଏ ଜାଣେ ତାଙ୍କ ସମସ୍ୟାର ସମାଧାନ କେବେ ହେବ । ନିକଟରେ ବାରମ୍ବାର ମଧ୍ୟସ୍ଥତା କେନ୍ଦ୍ରକୁ ଧାଇଁ ଥିଲେ ସ୍ୱାମୀ ସ୍ତ୍ରୀ । ଆଉ ଏହାପରେ ତପସ୍ୱିନୀଙ୍କ ମନରେ ଟିକିଏ ଆଶା ଆସୁଥିଲା କି ସେମାନେ ଏକାଠି ହୋଇଯିବେ ।

ତେବେ ବର୍ତ୍ତମାନ ହଠାତ ଏଭଳି କିଛି ଘଟିଯାଇଛି ଯାହାକୁ ତପସ୍ୱିନୀ ବିଶ୍ୱାସ କରି ପାରୁନାହାଁନ୍ତି । ନିକଟରେ ତପସ୍ୱିନୀଙ୍କୁ ସୁମିତ ରଖିବେ ନାହିଁ ବୋଲି କହିଛନ୍ତି । କିନ୍ତୁ ସେ ଏହା କଣ ପାଇଁ କହିଲେ , ତାହା ଜାଣି ହେଉ ନାହିଁ । ତାଙ୍କ ବାପା କହିଥିବା ହନୁମାନ ଚାଳିଶା ପଢି ତାଙ୍କ ମନ ପରିବର୍ତ୍ତନ ହୋଇଗଲା ନା ମନ୍ତ୍ରୀଙ୍କର ଭାଣିଜୀଙ୍କୁ ବିବାହ କରିବା ଲୋଭ ତାଙ୍କ ମନରେ ବସା ବାନ୍ଧିଛି । ତେବେ ସେ କଥା କିଏ ବା କହିପାରିବ , ସେ କଥା ନିଜେ ସୁମିତ ହିଁ ଜାଣିଛନ୍ତି ।

ଅନ୍ୟପକ୍ଷରେ ସୁମିତଙ୍କ ବାପାଙ୍କୁ ଦେଖିଲେ ତପସ୍ୱିନୀ ମୁଣ୍ଡିଆ ମାରୁଥିଲେ ଆଉ ସେ ଆଶୀର୍ବାଦ ଦେଉଥିଲେ । ତେବେ ଏହା କେବଳ ଲୋକ ଦେଖାଣିଆ ଥିଲା କି । ଯଦି ବୋହୁକୁ ଗ୍ରହଣ କରିବାର ନାହିଁ , ତେବେ ଏଭଳି ପ୍ରହସନ କଣ ପାଇଁ । ସୁମିତ ମଧ୍ୟ ମାନ୍ୟବର କୋର୍ଟକୁ କହିଥିଲେ ସେ ଘରଭଡା ନେଇଛନ୍ତି ଆଉ ସେଠାରେ ସେ ଆଉ ତପସ୍ୱିନୀ ରହିବେ । କିନ୍ତୁ ବର୍ତ୍ତମାନ ତାଙ୍କ ମନ ବଦଳିଗଲା କାହିଁକି । ସେ କଥା ଜାଣି ହେଉନାହିଁ ।

ତେବେ ଆଗକୁ ଘଟଣାଟି କେଉଁ ମୋଡ଼ ନେବ , ସେ କଥା କହି ହେବନାହିଁ । ନିଜ ସ୍ୱାମୀଙ୍କୁ ତପସ୍ୱିନୀ ପାଇବେ କି ନାହିଁ ନା ଏଭଳି ଜୀବନ ସାରା ଆଖିରୁ ଲୁହ ଝରାଇବେ । ଯଦି ତାଙ୍କୁ ଗ୍ରହଣ କରିବାର ନଥିଲା , ତେବେ କାହିଁକି ସୁମିତ ଏଭଳି କୋର୍ଟ ଠାରୁ ଆରମ୍ଭ କରି ମଧ୍ୟସ୍ଥତା କେନ୍ଦ୍ରକୁ ଧାଉଁଥିଲେ । ସୁମିତଙ୍କ ବାପା ଆହୁରିମଧ୍ୟ କହିଛନ୍ତି କି , ପୁଅ ତା ଇଚ୍ଛାରେ ବିବାହ କରିଥିଲା । ସେ ବଡ଼ ହୋଇଗଲାଣି ତେଣୁ ଯାହା କରିବ ତା ଇଚ୍ଛାରେ କରିବ । ଆମେ କଣ କରିପାରିବା ।

Leave a Reply

Your email address will not be published. Required fields are marked *