ଚାରି ପୁଅ ଜନ୍ମ କଲି ହେଲେ ହେଲେ ସମସ୍ତେ… ସେମାନେ ଆମକୁ ଝାଡୁ ପୋଛି ମାରିବାକୁ କୁହନ୍ତି…. ବୃଦ୍ଧ ମା -ବାପାଙ୍କ କଷ୍ଟ ଜାଣିଲେ କାନ୍ଦି ପକେଇବେ…

ଯେତେବେଳେ ଘରେ ଗୋଟେ ପିଲା ଜନ୍ମ ହୁଏ, ବାପାମାଆ ତାକୁ ତାଙ୍କ ଜୀବନ ଅପେକ୍ଷା ଅଧିକ ଭଲ ପାଆନ୍ତି। ତାଙ୍କ ଚଲା ବାଟେ କଣ୍ଟା ଆସିବାକୁ ଦିଅନ୍ତି ନାହିଁ। ସେମାନେ ନିଜେ ପଛେ ଦୁଃ-ଖରେ ରୁହନ୍ତୁ, କିନ୍ତୁ ସେମାନେ ପିଲାମାନଙ୍କୁ କେବେ ଦୁଃ-ଖ ଅନୁଭବ କରିବାକୁ ଦିଅନ୍ତି ନାହିଁ। କିନ୍ତୁ ଦୁଃ-ଖର ବିଷୟ ଯେ ପିଲା ବଡ଼ ହେଇଗଲେ ବାପାମାଆଙ୍କୁ ଭୁଲିଯାଆନ୍ତି। ସେମାନଙ୍କୁ ବୋଝ ବୋଲି କୁହନ୍ତି। ଏପରିକି କେତେକ ସେମାନଙ୍କୁ ଘରୁ ବାହାର କରିଦିଅନ୍ତି। ଏପରି ଏକ ମାମଲା ମଧ୍ୟପ୍ରଦେଶର ଇନ୍ଦୋର ସହରରେ ମଧ୍ୟ ଦେଖିବାକୁ ମିଳିଛି।

ଇନ୍ଦୋରର ସୁଖଲିଆର ରାଧିକା କଲୋନୀରେ ରହୁଥିବା ଦମ୍ପତି ଓମପ୍ରକାଶ ଏବଂ ସୁରଜା ନାଗଭାନ୍ସିଙ୍କର ଚାରି ପୁଅ। ସମସ୍ତେ ବିବାହିତ। ବଡ ପୁଅ କମଲେଶଙ୍କର ଏକ ଟେଲରିଂ କାରଖାନା ଅଛି। ଦ୍ୱିତୀୟ ପୁଅ ଦୀପକଙ୍କର ଆଇଲାଣ୍ଡରେ ଚାକିରି କରିଛନ୍ତି। ତୃତୀୟ ପୁଅ ବିଜୟ ଜଣେ ବିଦ୍ୟୁତ୍ ମେକାନିକ୍ ଏବଂ ସାନ ପୁଅର ମଧ୍ୟ ଭଲ ବ୍ୟବସାୟ ଅଛି।ଆର୍ଥିକ ଦୃଷ୍ଟିରୁ ଚାରି ପୁଅ ବାପାମାଆଙ୍କୁ ରଖିବାକୁ ସକ୍ଷମ। କିନ୍ତୁ ଚାରିଜଣଙ୍କ ମଧ୍ୟରୁ କେହି ମଧ୍ୟ ତାଙ୍କ ବାପାମାଆଙ୍କୁ ରଖୁନାହାନ୍ତି।

ସେଥିପାଇଁ ଦମ୍ପତି ଅଭି-ଯୋଗ କରିଛନ୍ତି ଯେବେଠାରୁ ସେ ଦୁଇ ମହଲା ଘରେ ଚାରି ପୁଅଙ୍କୁ ରହିବାକୁ କହିଦେଲେ, ସେବେଠାରୁ ସେମାନେ ଆମକୁ ଅଣଦେଖା କରିବା ଆରମ୍ଭ କଲେ। ବୋହୂମାନେ ତାଙ୍କ ସହ ଖରାପ ବ୍ୟବହାର କରିବାକୁ ଲାଗିଲେ। ବାଲ୍ଟି ଦ୍ଵାରା ଦ୍ୱିତୀୟ ମହଲା ପର୍ଯ୍ୟନ୍ତ ପାଣି ବୋହିବାକୁ ପଡୁଥିଲା। କିଛି ଦିନ ପରେ ସେ ଅସୁସ୍ଥ ହେଇଗଲେ କିନ୍ତୁ ତାଙ୍କୁ ମଧ୍ୟ କୌଣସି ଚିକିତ୍ସା ଦେଇନଥିଲେ।

ବୃଦ୍ଧ ପିତାମାତା ପ୍ରତିଦିନ ଦୋକାନରେ ଖାଇବା ଖାଆନ୍ତି। ସେମାନେ ଇନ୍ଦୋରର ପାଟନିପୁରାରେ ଅବସ୍ଥିତ ସାଇ ବାବା ମନ୍ଦିରର ରେଷ୍ଟୁରାଣ୍ଟରେ ୫ ଟଙ୍କା ର ରସିଦ କାଟି ପ୍ରତିଦିନ ଖାଦ୍ୟ ଖାଆନ୍ତି। ବେଳେବେଳେ କେହି ସମ୍ପର୍କୀୟ ସେମାନଙ୍କୁ ଟଙ୍କା ପଇସା ଦେଇ ଦିଅନ୍ତି। ଯେତେବେଳେ ଦମ୍ପତି ନିଜ ସମ୍ପର୍କୀୟଙ୍କ ଘରକୁ ଯିବା ଆସିବା କରୁଥିଲେ ସେତେବେଳେ ସେ ପୁରା କାହାଣୀ କହିଥିଲେ। ସେଥିପାଇଁ ପୁଅମାନେ ବାପାଙ୍କୁ ଧ-ମକ ଦେଇଥିଲେ ଯେ ଯଦି ତମେ ଆଉ କାହା ଆଗରେ କିଛି କୁହା ତେବେ ତମେ ବୋହୂକୁ ଅସଦାଚରଣ କରୁଛ ବୋଲି ଆମେ ତମ ନା ରେ ଅଭି-ଯୋଗ କରିବୁ।

ଯେତେବେଳେ ଦମ୍ପତିଙ୍କ ସହିବା ଶକ୍ତି ପାର ହେଇଗଲା ସେତେବେଳେ ଦମ୍ପତି ଥାକିଯାଇ ନଭେମ୍ବର ୨୦୧୯ ରେ ଆଡଭୋକେଟ୍ କୃଷ୍ଣ କୁମାରଙ୍କୁ ଭେଟିଲେ। ଓକିଲଙ୍କ ସାହାଯ୍ୟ ନେଇ ସେ ତାଙ୍କ ଚାରି ପୁଅଙ୍କ ବିରୁ-ଦ୍ଧରେ ଅଭି-ଯୋଗ କଲେ। ଶୁକ୍ରବାର ଦିନ କୋର୍ଟ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେଇଛି

ପିତାମାତାଙ୍କ ରକ୍ଷ-ଣାବେ-କ୍ଷଣ ପାଇଁ ଏହି ଚାରି ପୁଅଙ୍କୁ ୧.୯୨ ଲକ୍ଷ ଟଙ୍କା ଏବଂ ପ୍ରତ୍ୟେକ ପୁଅ ନିଜ ପିତାମାତାଙ୍କୁ ମାସକୁ ୧୫୦୦ ଟଙ୍କା ଦେବେ ବୋଲି କୋର୍ଟ ନି-ର୍ଦ୍ଦେଶ ଦେଇଛି। ଏହା ବ୍ୟତୀତ କୋର୍ଟ ପୁଅମାନଙ୍କୁ ଦମ୍ପତି ଏହି ମାମ-ଲାରେ ଖର୍ଚ୍ଚ କରିଥିବା ୨୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛି। କୋର୍ଟ କହିଛି ଯେ ବୃଦ୍ଧ ପିତାମାତାଙ୍କ ଯତ୍ନ ନେବା ପୁଅମାନଙ୍କର ଦାୟିତ୍ଵ। ଏବଂ ସମସ୍ତ ପୁଅମାନେ ମଧ୍ୟ ବାପାମାଆଙ୍କ ଖର୍ଚ୍ଚ ଉଠେଇବା ପାଇଁ ଆର୍ଥିକ ଦୃଷ୍ଟିରୁ ସକ୍ଷମ।

ପିତାମାତା ଏବଂ ବରିଷ୍ଠ ନାଗରିକଙ୍କ ପ୍ରତିପୋଷଣ ତଥା କଲ୍ୟାଣ ପାଇଁ ଏକ ଆ-ଇନ ପ୍ରସ୍ତୁତ କରାଯାଇଛି।ଏହି ଅନୁଯାୟୀ, ସମସ୍ତ ନାଗରିକ ନିଜ ପିତାମାତାଙ୍କୁ ଭଲ ଖାଇବାକୁ ଦେବା ତାଙ୍କର ଯତ୍ନ ନେବା ସେମାନଙ୍କର କର୍ତ୍ତବ୍ୟ।

ଯଦି ପିତା ନିଜର ସବୁ ସମ୍ପତ୍ତିର ମାଲିକ ଅଟନ୍ତି, ତେବେ ସେ ନିଜ ପିଲାମାନଙ୍କୁ ସେହି ସମ୍ପତ୍ତିରୁ ବାହାର କରି ପାରିବେ। ସେଥିପାଇଁ ତାଙ୍କୁ କେବଳ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଆବେଦନ କରିବାକୁ ପଡିବ। ଯଦି ପିଲାମାନେ ଦୁ-ର୍ବ୍ୟବ-ହାର କରନ୍ତି ସେଥିପାଇଁ ପିଲାମାନଙ୍କୁ ଘରୁ ବାହାର କରିବାର ଅଧିକାର ପିତାମାତାଙ୍କର ଅଛି।

Leave a Reply

Your email address will not be published. Required fields are marked *