ନିଜ ପୁଅ ଗୁଆନଙ୍କ ଜନ୍ମଦିନ ଅବସରରେ ‘ ଧୋ ରେ ବାୟା ଧୋ ‘ ଗୀତ ଗାଇଲେ ବାବୁଶାନ :-

ଓଲିଉଡ ସୁପରଷ୍ଟାର ବାବୁଶାନ ମହାନ୍ତିଙ୍କୁ ବା କିଏ ନଜାଣେ ? ତେବେ ତାଙ୍କୁ କେବଳ ଓଡ଼ିଶାରେ ନୁହେଁ ବରଂ ଓଡ଼ିଶା ବାହାର ଲୋକେ ମଧ୍ୟ ଜାଣିଛନ୍ତି । ତାଙ୍କ ଅଭିନୟ ଯେମିତି ସ୍ୱର ବି ସେମିତି । ଏମିତିରେ ସେ ଜଣେ ଅଭିନୟ ମାତ୍ର ଏକାଧାରରେ ଜଣେ ସଙ୍ଗୀତଜ୍ଞ ମଧ୍ୟ । ଅଭିନେତା ବାବୁଶାନଙ୍କ ଗୀତ ଶୁଣିଲେ କେହି କହିବେ ନାହିଁ ଯେ ଏହା କେହି ଅଭିନେତା ଗାଇଛନ୍ତି ବୋଲି । ଖାଲି ସେତିକି ନୁହେଁ ଡାନ୍ସରେ ମଧ୍ୟ ସେ ପକ୍କା ।

ତେବେ ବର୍ତ୍ତମାନ ସମୟରେ ସୁପରଷ୍ଟାର ବାବୁଶାନଙ୍କର ଏକ ଗୀତ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଯାହାକି ସେ ନିଜ ପୁଅ ଗୁଆନ ପାଇଁ ଗାଇଛନ୍ତି । ବାବୁଶାନଙ୍କ ପୁଅ ଗୁଆନ ବିଷୟରେ ମଧ୍ୟ ଆପଣ ମାନେ ନିଶ୍ଚିତ ଜାଣିଥିବେ । ନିଜ ପୁଅର ଜନ୍ମଦିନ ଅବସରରେ ଖାସ ପୁଅ ପାଇଁ ବାବୁଶାନ ଏହି ଗୀତକୁ ଡେଡିକେଟ କରିଥିବା କହିଛନ୍ତି । ବେଶ ହୃଦୟରୁ ସେ ଗୀତକୁ ଗାଇଛନ୍ତି ଯାହା ଶୁଣିଲେ ଆପଣବି ବହୁତ ପସନ୍ଦ କରିବେ । ଗୀତରୁ ନିଜ ପୁଅ ପ୍ରତି ତାଙ୍କ ମନରେ ଥିବା ଭଲପାଇବା ଏବଂ ସ୍ନେହ ବେଶ ଭଲ ଭାବରେ ଜଣା ପଡ଼ୁଛି ।

ତେବେ ଏହି ଗୀତ ସେ ନିଜ ପୁଅର ପ୍ରଥମ ଜନ୍ମବାର୍ଷିକ ଅବସରରେ ଗାଇଛନ୍ତି । ଯାହାର ସ୍ୱର ତାଳ ସବୁକିଛି ପରଫେକ୍ଟ ରହିଛି । ଗୀତରେ ପ୍ରତ୍ୟେକ ଲାଇନକୁ ଅନୁଭବ କରି ସେ ଗାଉଛନ୍ତି । ସେ ଗାଉଛନ୍ତି ଯେ ” ଧୋ ରେ ବାୟା ଧୋ ” । ଯାହା ଶୁଣିବାକୁ ଖୁବ ସୁନ୍ଦର ଲାଗୁଛି । ଲାଗୁଛି ଯେପରି ଏହି ଗୀତ ଶୁଣିବା ପରେ ପୁଅ ଗୁଆନ ନିଶ୍ଚିତ ଶୋଇଯିବ । ଦର୍ଶକ ମାନେ ଏହି ଗୀତ ଉପରେ ନିଜର ଖୁବ ସୁନ୍ଦର ପ୍ରତିକ୍ରିୟା ଦେଇଛନ୍ତି ।

ଯଦି ଆମେ ବାବୁଶାନଙ୍କ ଓଲିଉଡ କ୍ୟାରିଅର ବିଷୟରେ କହିବୁ ତେବେ ସେ ଯେବେ ଠାରୁ ଓଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେଇଛନ୍ତି ସେବେଠାରୁ ହିଁ ସମସ୍ତଙ୍କର ପ୍ରିୟ ହୋଇଛନ୍ତି । ତାଙ୍କୁ ସମସ୍ତେ ଚକଲେଟ ହିରୋ ଭାବରେ ମଧ୍ୟ ଜାଣିଛନ୍ତି । ନିଜର ବ୍ୟକ୍ତିତ୍ୱ ଏବଂ ଅଭିନୟ ଦ୍ୱାରା ସେ ଦର୍ଶକଙ୍କ ମନରେ ଯେଉଁ ଛାପ ଛାଡ଼ି ଯାଇଛନ୍ତି ତାହା ବୋଧହୁଏ କୌଣସି ପରିସ୍ଥିତିରେବି ହଟିବ ନାହିଁ । ଯାହା ବର୍ତ୍ତମାନର ପରିସ୍ଥିତିରେ ଜଣା ପଡ଼ୁଛି । ତେବେ ଯାହାବି ହେଉ ବାବୁଶାନ ଗାଇଥିବା ସେହି ଗୀତ ବର୍ତ୍ତମାନ ସବୁଠି ଚର୍ଚ୍ଚା ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *