ମହଙ୍ଗା ମାଡ଼:- ନିତିଦିନିଆ ଖାଉଟି ସାମଗ୍ରୀ ଉପରେ ଲାଗିଲା ୫% GST, ଚୁଡା, ମୁଢି ସହ ବଢ଼ିଲା ଅନ୍ୟ ସାମଗ୍ରୀର ଦର। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ମାରାତ୍ମକ କରୋନା ଭାଇରସ ଏବଂ ଯୁଦ୍ଧର ଭୟାବହତା ଯୋଗୁଁ ଦିନକୁ ଦିନ ମହଙ୍ଗା ବୃଦ୍ଧି ହେବାରେ ଲାଗିଛି। ଯାହାଫଳରେ ଜନସାଧାରଣଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ପ୍ରତ୍ୟେକ ଦିନ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ଘଟୁଛି। ଜନସାଧାରଣଙ୍କ ରୋଷେଇ ଘରର ବଜେଟ୍ ଖରାପ ହୋଇଯାଇଛି। ସାରା ଦେଶରେ ଗତ କିଛି ମାସ ହେବ ଖାଇବା ତେଲର ମୂଲ୍ୟ ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ପାଇଛି। ଭାରତୀୟ ଶିଳ୍ପ ବୋର୍ଡ ବୃଦ୍ଧି ପାଉଥିବା ଦରକୁ ଆନ୍ତର୍ଜାତୀୟ ବଜାରରେ ମୂଲ୍ୟର ପରିବର୍ତ୍ତନକୁ ଦାୟୀ କରିଛି।

ବର୍ତ୍ତମାନ ଖବର ଅନୁସାରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ଦାମ ବୃଦ୍ଧି ପାଇଛି। ଏହା ପୂର୍ବରୁ ମ୍ୟାଗି ଉପରେ ମହଙ୍ଗା ମାଡ଼ ହୋଇଥିଲା। କରୋନା କାଳରେ ବୃଦ୍ଧି ପାଇଥିବା ମ୍ୟାଗିର ଦର ଦାମ ପୁଣିଥରେ ବୃଦ୍ଧି ପାଇଥିଲା। ବର୍ତ୍ତମାନ ପୁଣି ଥରେ ନିତ୍ୟ ବ୍ୟବହାର ଖାଉଟି ସାମଗ୍ରୀ ଉପରେ ୫ ପ୍ରତିଶତ GST ଲଗାଯାଇଛି। ଯାହାକି ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।

ଚୁଡା, ମୁଢି, ଚାଉଳ, ଗହମ ଓ ପାନୀର ଭଳି ଖାଦ୍ୟର ଦର ଦାମ ବୃଦ୍ଧି ହେବାକୁ ଯାଉଛି। ତେବେ କେନ୍ଦ୍ର ସରକାର ଏହି ଜିନିଷ ଉପରେ ୫ ପ୍ରତିଶତ ଟିକସ ଲଗେଇଛନ୍ତି। ତେବେ ଏହାକୁ କଂଗ୍ରେସ ଘୋର ବିରୋଧ କରିଛି। ମୁଢି ଓ ଚୁଡା ଭଳି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଉପରୁ ଟିକସ ପ୍ରତ୍ୟହାର କରିବା ପାଇଁ ଦାବି କରିଛି। ଏହାକୁ ନେଇ ରାଜନୀତି ମଧ୍ୟ ତେଜିଛି।

ଅନ୍ୟପଟେ ବ୍ୟବସାୟୀ ସଂଘ କହିଛି, ଏହି ନିଷ୍ପତ୍ତି ଦ୍ୱାରା ଦେଶର ସାଢ଼େ ୬ ହାଜର କୃଷି ମଣ୍ଡି ପ୍ରଭାବିତ ହେବା ସହ ୧୨ ହଜାର ଡାଲି ମିଲ ଏବଂ କୋଟି କୋଟି ବ୍ୟବସାୟୀ ପ୍ରଭାବିତ ହେବେ। ଖାଦ୍ୟଶସ୍ୟ ଉପରେ ଲାଗୁ ହୋଇଥିବା ଟିକସକୁ ଉଠେଇବା ପାଇଁ ଦାବି ଜୋରରେ ଧରିଛି। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ଙ୍କ ଦ୍ଵାରା ବସିଥିବା ଚଳିତ GST ଅଧିବେଶନରେ ଟେଟ୍ରା ପ୍ୟାକ ଦହି, ଲସି ଓ ଘୋଳ ଦହି ଉପରେ ୫% GST ଲଗାଯାଇଛି। ପ୍ୟାକେଟ ଅଣ୍ଡା, ଗୁଡ଼, ଚାଉଳ ଉପରେ ମଧ୍ୟ ୫% GST ଲାଗିବ। ତେବେ ଏହା ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକେଇବା ସହ ବ୍ୟବସାୟୀଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡିବ।

Leave a Reply

Your email address will not be published. Required fields are marked *