ଛଅ ମାସ ପୂର୍ବରୁ ହ-ତ୍ୟା କରିବା ଅଭ୍ୟାସ କରୁଥିଲା ଶିବ ! ରାତିରେ କଦଳୀ ଗଛକୁ ଏପରି ହାନି କରୁଥିଲା ପ୍ରାଟୀସ…

ମାହାଙ୍ଗା କୁସୁପୁର ଗଣ-ହତ୍ୟା ମାମଲାରେ ଅନେକ ରହ-ସ୍ୟ ଖୋଲିବାରେ ଲାଗିଛି ଯାହା ଶୁଣିଲେ ଯେକେହିବି ସ୍ତବ୍ଧ ରହି ଯାଇଛନ୍ତି । ଧୀରେ ଧୀରେ ନିଜ ସରଳ ମୁଖ ପଛରେ ଥିବା ସେହି ରାକ୍ଷସ ଅବତାରକୁ ପ୍ରକାଶ କରିଛି ଶିବ । ହ-ତ୍ୟା କରିବାର ୫ ମାସ ପୂର୍ବରୁ କରୁଥିଲା ହ-ତ୍ୟା ଅଭ୍ୟାସ ଏବଂ ଅଭ୍ୟାସ କରିବାର ଢ଼ଙ୍ଗ ଜାଣିଲେ ଆପଣବି ହତବାକ ହୋଇଯିବେ ।

ତେବେ ହତ୍ୟାକାରୀ ଶିବ ବର୍ତ୍ତମାନ ହ-ତ୍ୟା କରିବାର ପୂର୍ବରୁ ଏବଂ ପରେ କରିଥିବା ପୁରା ଷଡ଼-ଯନ୍ତ୍ରକୁ ବର୍ଣ୍ଣନା କରିଛି । ହତ୍ୟାର ପାଞ୍ଚ ମାସ ପୂର୍ବରୁ ସେ କଟୁରିକୁ ପାଞ୍ଚ ଥର ସାଣ ଦେଇଥିଲା ଯାହା ବାସ୍ତବରେ ଆଶ୍ଚର୍ଯ୍ୟଜନକ । କାରଣ ଜଣେ ନିଜ ସମ୍ପର୍କୀୟ ଲୋକଙ୍କୁ ମା-ରିବା ପାଇଁ ଏତେ ନୃଶଂସ କିପରି ହୋଇପାରେ ? ନିଜ ଷଡ-ଯନ୍ତ୍ର ଅନୁଯାୟୀ ଘଟଣା ଦିନ ଶିବ ନିଜ ବଡ଼ ଭାଇଙ୍କ ଘରର ମ୍ୟାନ ସୁଇଚ ଅଫ କରିଥିଲା ଏବଂ ପରେ ମୋବାଇଲ ଟର୍ଚ୍ଚ ଲାଇଟରେ ଆଖିକୁ କରିଥିଲା ଜଳକା । ଏହାପରେ ଜଣକ ପରେ ଜଣକୁ ହ-ତ୍ୟା କରି ଚାଲିଥିଲା ସାଣ ଦେଇଥିବା କଟୁରିରେ । ପୁଣି କାଳେ କେହି ବଞ୍ଚିଯିବ ସେଥିପାଇଁ ଏକ ଘଣ୍ଟା କାଳ ସେଠାରେ ଜଗି ବସିଥିଲା ।

ଘଟଣା ପରେ ନିଜ ପିନ୍ଧା ବସ୍ତ୍ରରେ ରକ୍ତ ଛିଟାକୁ ପୋଛି ସଫା କରିଥିଲା ଏବଂ ଗାଧୋଇ ଗାଁର ଏକ ଜଳଖିଆ ଦୋକାନରେ ଖାଇ ସାରିବା ପରେ ଏକ ଭିଡ଼ିଓରେ ନିଜେ ନିଜର ଦୋଷ ସ୍ୱୀକାର କରି ପୋଲିସ ଷ୍ଟେସନ ଯାଇଥିଲା । ତେବେ ରିମାଣ୍ଡ ପରେ ଏହା ଜଣା ଯାଇଛି ଯେ ବାସ୍ତବରେ ଶିବ କେତେ ହିଂସା-ତ୍ମକ ହୋଇ ଯାଇଥିଲା ନିଜ ଭାଇ ଭାଉଜ ଏମିତିକି ପୁତୁରା ଝିଆରୀଙ୍କ ଉପରେ ମଧ୍ୟ ।

ଏମିତି ବୟାନ ମଧ୍ୟ ଆସିଛି ଯେ ଶିବ ହତ୍ୟା କରିବାର ୫ ମାସ ଆଗରୁ ନିଜକୁ ପ୍ରସ୍ତୁତ କରିଥିଲା । ଅନ୍ଧାର ରାତିରେ ବାଡ଼ିକୁ ଯାଇ କଦଳୀ ଗଛକୁ ଟର୍ଚ୍ଚ ଲାଇଟ ପକାଇ ଯେପରି ହାଣିଥିଲା ଠିକ ସେହିପରି ହତ୍ୟା ମଧ୍ୟ କରିଛି । ତେବେ ବର୍ତ୍ତମାନ ରିମାଣ୍ଡ ପରେ ଶିବକୁ ଜେଲକୁ ପଠାଯାଇଛି । କିନ୍ତୁ ବର୍ତ୍ତମାନ ଶିବଙ୍କ ସ୍ତ୍ରୀ ମୁଁହରୁ ଆଉ ଅନ୍ୟ କିଛି ବିବାଦ ସମ୍ବନ୍ଧିତ ଖବର ସାମ୍ନାକୁ ଆସିଛି । ଯେଉଁଥିରୁ ଜଣା ପଡ଼ିଛି ଯେ ଶିବଙ୍କୁ କିପରି ତାଙ୍କ ବଡଭାଇଙ୍କ ପରିବାର ଅତ୍ୟା-ଚାର କରୁଥିଲେ ଏବଂ ତାଙ୍କ ରହିବା ଘରେ ମଧ୍ୟ ରହିବାକୁ ଦେଉ ନଥିଲେ । ଏମିତିକି ଅନେକ କଟୁ କଥା ମଧ୍ୟ ଶୁଣାଉଥିଲେ । ଶିବ ଏବଂ ତାଙ୍କ ସ୍ତ୍ରୀ ଅନେକ ଚେଷ୍ଟା ପରେ ବି ତାଙ୍କ ଦାବି କେହି ଶୁଣି ନଥିଲେ । ଯେଉଁ କାରଣରୁ ଶିବ ଏପରି କାମ କରିଥାଇ ପାରନ୍ତି ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *