କ୍ରିପ୍ଟୋକରେନ୍ସିକୁ ନେଇ ବଡ଼ ଖୁଲାସା:- ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରେ କ୍ରିପ୍ଟୋକରେନ୍ସିକୁ ନେଇ ବଡ଼ ମନ୍ତବ୍ୟ ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ। ପଢନ୍ତୁ କଣ କହିଲେ।

କ୍ରିପ୍ଟୋ କରେନ୍ସି ଆସିବା ପରଠାରୁ ଯୁବପିଢ଼ି ଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି କରେନ୍ସିର ଲାଭ ଉଠେଇବାକୁ ଚେଷ୍ଟା କରୁଛନ୍ତି। ତେବେ କ୍ରିପ୍ଟୋରେ ନିବେଶ କରୁଛନ୍ତି ଏବଂ ପରବର୍ତ୍ତୀ ସମୟରେ ଏଥିରୁ ମିଳୁଥିବା ଲାଭକୁ ଉପଭୋଗ କରୁଛନ୍ତି। ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଏହାକୁ ନେଇ ଆମେରିକାରେ ଆୟୋଜିତ ହୋଇଥିବା ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସେମିନାରେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ତେବେ ଏହି କ୍ରିପ୍ଟୋ କରେନ୍ସି ଦେଶ ପାଇଁ କେତେ ବି-ପ-ଦ ହେବେ ତାହାକୁ ନେଇ ଜଣାଇଛନ୍ତି। ତେବେ ଆସନ୍ତୁ ଏହି ବିଷୟରେ ଜାଣିବା।

କ୍ରିପ୍ଟୋକରେନ୍ସି ସମସ୍ତ ଦେଶ ପାଇଁ ବିପଦ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ମତ ଦେଇଛନ୍ତି। ସେ କହିଛନ୍ତି ଏହା ଆତଙ୍କବାଦ ଆର୍ଥିକ ଗୁଜୁରାଣ ତଥା ଅର୍ଥ ହେରଫେର ଏକ ମାଧ୍ୟମ ହେବ।ଟେକ୍ନୋଲୋଜି ମାଧ୍ୟମରେ ନିୟାମକ ଏହାର ଏକମାତ୍ର ଉତ୍ତର ବୋଲି ସେ କହିଛନ୍ତି। କେବଳ ସେତିକି ନୁହେଁ ସେ ଏକଥା ମଧ୍ୟ କହିଛନ୍ତି ଯେ ଏହା କୌଣସି ଦେଶ ଏକାକୀ ପରିଚାଳନା ନ କରି ସମସ୍ତ ଦେଶ ଏକାଠି ମିଶି କରି ପରିଚାଳନା କଲେ ଏହା ଲାଭଦାୟକ ହେବ।

ତେବେ ଆମ ଦେଶରେ କ୍ରିପ୍ଟୋକରେନ୍ସି ଉପରେ ସରକାର ୩୦ ପ୍ରତିଶତ କର ଲଗାଇଛନ୍ତି। ତେବେ ଏହା ଉପରେ କଣ ପାଇଁ ଟ୍ୟାକ୍ସ ଲଗା ଯାଇଛି ସେ ନେଇ ମଧ୍ୟ କହିଛନ୍ତି। ନିର୍ମଳା ସୀତାରମଣ ଙ୍କ ଅନୁସାରେ ଇଲେକ୍ଟ୍ରୋନିକ୍ କୋଡରେ କରାଯାଉଥିବା ଏହି କାରବାରଗୁଡ଼ିକୁ ଆମେ କିପରି ଟ୍ରାକ୍ କରିପାରିବା ସେଥିପାଇଁ ଲଗା ଯାଇଛି। ଏହା କିଏ ବିକ୍ରୟ କରୁଛି ଏବଂ କିଏ ଏହାକୁ କିଣୁଛି ତାହା ମଧ୍ୟ ଜାଣି ହେବ।

ବର୍ତ୍ତମାନ ଭାରତ ଡିଜିଟାଲ ହେବାରେ ଲାଗିଛି। ଭାରତ କିପରି ଏ ଦିଗରେ ପଦକ୍ଷେପ ନେଉଛି ତାହାକୁ ନେଇ ମଧ୍ୟ ମତ ରଖିଛନ୍ତି। ସେ କହିଛନ୍ତି ଯେ ଯଦି ୨୦୧୯ ର ତଥ୍ୟକୁ ଦେଖାଯାଏ, ତେବେ ଭାରତରେ ଡିଜିଟାଇଜେସନ୍ ହାର ୯୫ ପ୍ରତିଶତ ଥିବାବେଳେ ସମାନ ସମୟ ମଧ୍ୟରେ ବିଶ୍ୱରେ ଏହା ୬୪ ପ୍ରତିଶତ ଥିଲା। ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତରେ ବର୍ତ୍ତମାନ ସମୟରେ ଥିବା ୪ଟି ସର୍ବ ବୃହତ ଷ୍ଟାର୍ଟଅପ୍ ଇକୋସିଷ୍ଟମ ବିଷୟରେ କହିଛନ୍ତି।

Leave a Reply

Your email address will not be published. Required fields are marked *