ନିଜ ଅଧିକାର ପାଇଁ ଧାରଣାରେ ଆଉ ଏକ ତପସ୍ୱିନୀ , ତାଙ୍କ ଦୁଃଖ ଶୁଣି ଆପଣଙ୍କ ଆଖି ମଧ୍ୟ ଛଳଛଳ ହୋଇଯିବ

ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଓଡିଶାରୁ ସାମ୍ନାକୁ ଆସୁଛି । କଣ ଚାଲିଛି ଏ ଦୁନିଆଁରେ ସେ କଥା ଜାଣି ହେଉନାହିଁ । ଗୋଟିଏ ପରେ ଗୋଟିଏ ରହସ୍ୟମୟ ଖବର ଲୋକଲୋଚନକୁ ଆସୁଅଛି । ତେବେ ଏଗୁଡିକ ବିଷୟରେ ଶୁଣିବା ପରେ ଘରେ ଘରେ ସେ ବିଷୟରେ ଚର୍ଚ୍ଚା ହେବାରେ ଲାଗିଛି । ସକାଳ ଠାରୁ ରାତି ପର୍ଯ୍ୟନ୍ତ ସେ ନେଇ ଚର୍ଚ୍ଚା ଚାଲିଛି । ପ୍ରତିଦିନ ଅନେକ ଚଞ୍ଚଲ୍ୟକର ଖବର ସାମ୍ନାକୁ ଆସୁଅଛି । ତେବେ ପୁଣିଥରେ ସାମ୍ନାକୁ ଆସିଛନ୍ତି ଆଉ ଜଣେ ତପସ୍ୱିନୀ । ନିଜ ଅଧିକାର ଦାବିରେ ଶାଶୁଘର ଆଗରେ ଧାରଣାରେ ବସିଛନ୍ତି ଆଉ ଜଣେ ମହିଳା ।

ବର୍ତ୍ତମାନର ସମୟରେ ବିବାହ ଖେଳ ଘର ପାଲଟିଗଲାଣି । ଲୋକେ ବିବାହ ତ କରୁଛନ୍ତି ସତ କିନ୍ତୁ ବିବାହ ପରର ନିଜର କର୍ତ୍ତବ୍ୟକୁ କରିବାପାଇଁ ଆଦୌ ରାଜି ନାହାଁନ୍ତି । ନଚେତ ଏଭଳି ସବୁ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିନଥାନ୍ତା । ଆପଣ ମାନେ ସମସ୍ତେ ତପସ୍ୱିନୀ ଏବଂ ସୁମିତଙ୍କ ବିବାହ ବିବାଦ ବିଷୟରେ ନିଶ୍ଚିତ ଭାବରେ ଜାଣିଥିବା । କିଛିଦିନ ପୂର୍ବରୁ ସାରା ଓଡିଶାକୁ ହଇଚଇ କରି ରଖି ଦେଇଥିଲା ଏହି ଖବର । ଏବେ ମଧ୍ୟ ସେମାନଙ୍କ ବୈବାହିକ ମାମଲା ସମାଧାନ ହୋଇ ପାରିନାହିଁ । ତେବେ ଏହାରି ମଧ୍ୟରେ ଆଉ ଜଣେ ତପସ୍ୱିନୀ ଧାରଣାରେ ବସିଛନ୍ତି ।

୨୦୨୧ ମସିହା ମାର୍ଚ୍ଚ ୩ ତାରିଖରେ ଜଣେ ମହିଳା ଏବଂ ପୁରୁଷ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ତେବେ ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ଛୋଟ ଛୋଟ ଝଗଡା ଆରମ୍ଭ ହୋଇ ଯାଇଥିଲା । ଅନ୍ୟପକ୍ଷରେ ଶାଶୁ ମଧ୍ୟ ବୋହୂକୁ ଖରାପ ଭାଷାରେ ଗାଳିଗୁଳଜ କରୁଥିଲେ । ଆଉ ବାପଘରୁ ଆଣିଥିବା ସମସ୍ତ ସୁନାକୁ ଶାଶୁ ଓଜନ କରୁଥିଲେ ।

ତେବେ ଯୌତୁକ ସମ୍ବନ୍ଧୀୟ ଏଭଳି ଝଗଡା କ୍ରମାଗତ ଭାବରେ ଲାଗିରହିବା କାରଣରୁ ବାପଘର ଲୋକଙ୍କୁ ଡକାଇ ବୋହୂକୁ ତାଙ୍କ ଘରକୁ ପଠାଇ ଦେଲେ । ଏବଂ ଦେଢ଼ ମାସ ପରେ ମଧ୍ୟ ବୋହୁକୁ କେହି ବାପଘରକୁ ଆଣିବାପାଇଁ ଗଲେ ନାହିଁ । ତେବେ ବର୍ତ୍ତମାନ ସମୟରେ ସେହି ବୋହୁ ଧାରଣାରେ ବସିଛନ୍ତି ଏବଂ ତାଙ୍କୁ ସମର୍ଥନ କରିଛନ୍ତି ଆଖପାଖରେ କେତେକ ମହିଳା ।

ତେବେ ସେହି ମହିଳା ମାନଙ୍କ କହିବା ଅନୁଯାୟୀ , ବୋହୂର ସ୍ୱାମୀ ଅନ୍ୟ ଝିଅ ମାନଙ୍କ ସହ କଥାବାର୍ତ୍ତା କରନ୍ତି । ତାଙ୍କର କୌଣସି ଯତ୍ନ କରନ୍ତି ନାହିଁ । ଏପରିକି ସେ ଛଅ ମାସର ଗର୍ଭବତୀ ମଧ୍ୟ ଅଛନ୍ତି । ସେ ହୀନିମାନ ହୋଇ ବୁଲୁଥିବା କଥା ଗାଁ ଲୋକେ କହିଛନ୍ତି । ଥାନାରୁ ପୋଲିସ ଆସିଥିବା ସତ୍ତ୍ୱେ ମଧ୍ୟ ମାମଲାର ସମାଧାନ ହୋଇ ପାରିନାହିଁ । ତାଙ୍କୁ ସମସ୍ତେ ହଇରାଣ କରିଥିବା କଥା ପଡିଶା ଲୋକେ କହିଛନ୍ତି । ତାଙ୍କ ଶାଶୁ ମଧ୍ୟ ଏଭଳି ପରିସ୍ଥିତିରେ କେଉଁଠି ଲୁଚି ଯାଇଛନ୍ତି ଯେ ତାଙ୍କର ଦେଖା ଦର୍ଶନ ନାହିଁ ।

ତେବେ ଆହୁରିମଧ୍ୟ ସେହି ଝିଅର ସ୍ୱାମୀଙ୍କ ବିଷୟରେ କହିଛନ୍ତି କି , ସେ ମଣିଷ ମଧ୍ୟରେ ଗଣତି ନୁହଁନ୍ତି । ଅମଣିଷ ଭାବରେ ବ୍ୟବହାର ପ୍ରଦର୍ଶନ କରନ୍ତି । ତେବେ ବର୍ତ୍ତମାନ ସମୟରେ ଧାରଣାରେ ବସିଥିବା ଏହି ଦ୍ଵିତୀୟ ତପସ୍ୱିନୀଙ୍କର ପରିସ୍ଥିତି କଣ ହେଉଛି , ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *