ଏହି ବ୍ୟକ୍ତି ୪୩ ବର୍ଷରେ ୫୩ ଥର ବିବାହ କରିଛନ୍ତି, ଗୋଟେ ବିବାହ କେବଳ ଗୋଟେ ରାତି ପାଇଁ ଥିଲା…

ମଣିଷ ଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ହେଉଛି ବିବାହ। ବିବାହ ପରେ ମଣିଷ ଜୀବନରେ ଅନେକ ପରିବର୍ତ୍ତନ ଘଟେ। ସେ ନିଜ ଜୀବନର ସୁଖ ଏବଂ ଦୁଃଖ ନିଜ ସାଥୀ ସହ ବାଣ୍ଟେ। ଏହି ବିବାହ ମଧ୍ୟ ତାଙ୍କ ବଂଶକୁ ଆଗକୁ ବଢ଼ାଏ। ସେଥିପାଇଁ ଅଧିକାଂଶ ଲୋକ ବିବାହ କରନ୍ତି। କିଛି ଲୋକ ବିବାହ ପାଇଁ ସହଜରେ ରାଜି ହୁଅନ୍ତି ନାହିଁ। କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଅନେକ ଥର ବିବାହ କରନ୍ତି।

ଅବୁ ଅବଦୁଲ୍ଲା ନାମକ ଏହି ବ୍ୟକ୍ତିଙ୍କ ବୟସ ୬୩ ବର୍ଷ। ସେ ୪୩ ବର୍ଷରେ ୫୩ ଥର ବିବାହ କରିଛନ୍ତି। ଅବଦୁଲ୍ଲା ଯେତେବେଳେ ୨୦ ବର୍ଷ ବୟସ ହେଇଥିଲା ସେ ପ୍ରଥମ ବିବାହ କରିଥିଲେ। ତାଙ୍କ ପତ୍ନୀ ତାଙ୍କଠାରୁ ୬ ବର୍ଷ ବଡ ଥିଲେ। ସେତେବେଳେ ସେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରିନଥିଲେ। ସେ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ସହିତ ଖୁସି ଥିଲେ।

କିନ୍ତୁ କିଛି ବର୍ଷ ପରେ ଅବଦୁଲ୍ଲାଙ୍କ ବୈବାହିକ ଜୀବନରେ ସମସ୍ୟା ଆରମ୍ଭ ହେଲା। ସେଥିପାଇଁ ୨୩ ବର୍ଷ ବୟସରେ, ସେ ଦ୍ୱିତୀୟ ବିବାହ କଲେ। କିଛି ଦିନ ପରେ ତାଙ୍କର ପ୍ରଥମ ଏବଂ ଦ୍ୱିତୀୟ ପତ୍ନୀଙ୍କ ଭିତରେ ଝଗଡା ହେଲା। ତା’ପରେ ସେ ପ୍ରଥମ ଏବଂ ଦ୍ୱିତୀୟ ପତ୍ନୀଙ୍କୁ ଛାଡପତ୍ର ଦେଇ ତୃତୀୟ ଏବଂ ଚତୁର୍ଥ ବିବାହ କଲେ। ଏହିପରି, ଅବଦୁଲ୍ଲା ଗୋଟିଏ ପରେ ଗୋଟିଏ କରି ମୋଟ ୫୩ ଥର ବିବାହ କରିଛନ୍ତି।

ଅବଦୁଲ୍ଲାଙ୍କର ଏହି ୫୩ଟି ବିବାହ ମଧ୍ୟରୁ ଗୋଟିଏ ବିବାହ ସବୁଠାରୁ କମ୍ ସମୟ ପାଇଁ ତିଷ୍ଟି ଥିଲା। ବିବାହର ଗୋଟେ ରାତି ପରେ ଦୁହେଁ ଛାଡପତ୍ର ଦେଇଦେଲେ। ସେ ସାଉଦି ମହିଳାମାନଙ୍କ ସହିତ ତାଙ୍କର ଅଧିକାଂଶ ବିବାହ କରିଛନ୍ତି। ବ୍ୟବସାୟ ପାଇଁ ବିଦେଶ କୁ ଯିବାବେଳେ ସେ କିଛି ବିଦେଶୀ ମହିଳାଙ୍କୁ ମଧ୍ୟ ବିବାହ କରିଥିଲେ। ବର୍ତ୍ତମାନ ସେ ତାଙ୍କର ୫୩ ତମ ପତ୍ନୀଙ୍କ ସହ ରହୁଛନ୍ତି। ଆଉ ଅଧିକ ବିବାହ କରିବାର କିଛି ଉଦ୍ଦେଶ୍ୟ ନାହିଁ।

ବର୍ତ୍ତମାନ ସବୁଠୁ ବଡ ପ୍ରଶ୍ନ ଉଠୁଛି ଯେ ଅବୁ ଅବଦୁଲ୍ଲା କାହିଁକି ଏତେ ବିବାହ କରିଥିଲେ? ଏହା ପଛରେ ତାଙ୍କର ଉଦ୍ଦେଶ୍ୟ କ’ଣ ଥିଲା? ଏହାର ଉତ୍ତର ମଧ୍ୟ ଅବଦୁଲ୍ଲା ନିଜେ ଦେଇଛନ୍ତି। ସେ କହିଥିଲେ ଯେ ଏତେ ବିବାହ ପଛରେ ତାଙ୍କର କେବଳ ଗୋଟିଏ ଉଦ୍ଦେଶ୍ୟ ଥିଲା – ଜୀବନରେ ଶାନ୍ତି ରେ ରହିବା।

ଅବଦୁଲ୍ଲା କହିଛନ୍ତି ଯେ ଶାରୀ-ରିକ ସୁଖ ପାଇଁ ସେ ଏତେ ବିବାହ କରିନାହାଁନ୍ତି। ବରଂ ନିଜ ଜୀବନରେ ସ୍ଥିରତା ଏବଂ ମାନସିକ ଶାନ୍ତି ପାଇବା ପାଇଁ ସେ ଏତେ ବିବାହ କରିଥିଲେ। ତାଙ୍କ କହିବା ଅନୁଯାୟୀ ପ୍ରତ୍ୟେକ ପୁରୁଷ ତାଙ୍କ ଜୀବନରେ ଜଣେ ମହିଳା ପାଖରେ ରହିବାକୁ ଇଚ୍ଛା କରନ୍ତି। କିନ୍ତୁ ଜୀବନରେ ସ୍ଥିରତା କେବଳ ଜଣେ ବୃଦ୍ଧ ମହିଳାଙ୍କ ଆଗମନ ପରେ ମିଳିଥାଏ, ଜଣେ ସୁନ୍ଦରୀ ଯୁବତୀ ପଖରେ ନୁହଁ।

ମାନସିକ ଶାନ୍ତି ପାଇଁ ଅବୁ ଅବଦୁଲ୍ଲା ଅନେକ ସୁନ୍ଦର ଯୁବକ ଏବଂ ଝିଅଙ୍କୁ ବିବାହ କରିଥିଲେ। କିନ୍ତୁ ସେ ବୃଦ୍ଧାବସ୍ଥାରେ ଜଣେ ବୃଦ୍ଧ ମହିଳାଙ୍କ ସହ ରହି ଜୀବନରେ ପ୍ରକୃତ ସୁଖ ଏବଂ ସ୍ଥିରତା ପାଇଛନ୍ତି। ସେଥିପାଇଁ ସେ ତାଙ୍କର ୫୩ ତମ ବିବାହ ପରେ ଆଉ ବିବାହ କରିବେ ନାହିଁ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *