” ଡ୍ରେସ ଚେଞ୍ଜ କରୁଥିବା ବେଳେ ଏମିତି ଲୁଚି ଦେଖୁଥିଲା, ବିରୋଧ କରିବାରୁ ମାଡ଼ ମାରିଲା ” :-

କାମନା ବାସନାରେ ଅନ୍ଧ ହୋଇ ଆଜିକାଲି ଲୋକ ଏତେ ତଳକୁ ଖସି ଯାଉଛନ୍ତି ଯେ ନିଜର ପର କିମ୍ବା ପଡ଼ୋଶୀ କାହା ଉପରେବି ଖରାପ ନଜର ପକାଇବାକୁ ଛାଡୁ ନାହାଁନ୍ତି । ଆଉ ଆଜିକା ସମୟରେ ଜଣେ ଲୋକର ମନ୍ଦ ଉଦ୍ଦେଶ୍ୟ ବଢ଼ିବାର କାରଣ ହେଉଛି ପରିବାର ଆସ୍ପର୍ଦ୍ଧା । ଆଉ ବର୍ତ୍ତମାନ ସମୟରେ ମଧ୍ୟ ଏହିପରି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଜଣେ ୨୨ ବର୍ଷର ଯୁବକ ଝିଅ ମାନଙ୍କୁ ମନ୍ଦ ଉଦ୍ଦେଶ୍ୟରେ ଦେଖୁଥିବା ସମୟରେ ଧରା ପଡିଛନ୍ତି ଏବଂ କିଛି ଏପରି ଘଟଣା ଘଟି ଯାଇଛି ।

ବାସ୍ତବରେ ଏହି ଘଟଣା ପଟ୍ଟାମୁଣ୍ଡାଇର ଅଟେ । ଯେଉଁଠି ନିଜର ୪ ଝିଅର ପରିବାରରେ ସ୍ୱାମୀ ନଥାଇବି ମହିଳା ଚଳି ଆସୁଥିଲେ । ଅନେକ ଦୁଃଖ କଷ୍ଟରେ ଝିଅ ମାନଙ୍କୁ ପାଠ ପଢ଼ାଇ ମଣିଷ କରିଥିଲେ ମହିଳା । ତେବେ ଚାରି ଜଣ ଝିଅ ମଧ୍ୟରୁ ସମସ୍ତେ ବିବାହ କରିଥିଲେ ହେଁ ବାପ ଘରକୁ କିଛିଦିନ ପାଇଁ ଆସିଥିଲେ । ଜଣେ ଝିଅ ଗର୍ଭବତୀ ଥିଲେ । ଘର ପାଖରେ ଅଘୋର ମଳିକଙ୍କ ନାତି ନିଜ ଅଜା ଘରେ ରହି ଆସୁଥିଲେ ।

ତେବେ ଅଘୁର ମଳିକ ଏବଂ ତାଙ୍କ ୨୨ ନାତି ଏବଂ ପୁରା ପରିବାର ଉପରେ ମହିଳା ଜଣକ ଥାନାରେ ଅଭିଯୋଗ ଆଣିଛନ୍ତି । ଅଭିଯୋଗର କାରଣ ଏହା ଯେ ତାଙ୍କ ନାତି ସେମାନେ ଗାଧଉଥିବା ସମୟରେ ଏବଂ ଡ୍ରେସ ଚେଞ୍ଜ କରୁଥିବା ସମୟରେ ଲୁଚି ଲୁଚି ଦେଖେ । ତେବେ ଗତକାଲି ମଧ୍ୟ ଏପରି ହେବାରୁ ସେମାନେ ଏହାକୁ ବିରୋଧ କରିଥିଲେ । ମାତ୍ର ଅଘୋର ମଳିକ ଏବଂ ପଦ୍ମାବତୀ ମଳିକ ଓଲଟା ଚାରି ଭଉଣୀ ଏବଂ ମା କୁ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ ।

ପୁରା ପରିବାର ମିଶି ଗର୍ଭବତୀ ଭଉଣୀକୁ ନଡ଼ିଆ ବାହୁଙ୍ଗାରେ ମାରିବା ସହିତ ଚୁଟି ଟାଣି ବାଡେଇ ଥିଲେ । ତେବେ ପରିବାରର ସମସ୍ତଙ୍କୁ ଏପରି ମାଡ଼ ମାରି ଥିବାରୁ ବର୍ତ୍ତମାନ ପୁରା ପରିବାର ପଟ୍ଟାମୁଣ୍ଡାଇ ଥାନାରେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଏବଂ ନ୍ୟାୟ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *