ବ୍ୟାଗ୍ ଭିତରୁ ଉଦ୍ଧାର ହେଲା ୩-୪ ଦିନର ନବଜାତ ଶିଶୁ କନ୍ୟା….ତିନୋଟି ଗୋଡ଼ ଥିବାରୁ ରାସ୍ତା କଡରେ ଛାଡି ଚାଲିଗଲେ ବାପା ମା

ଦୁନିଆରେ ନିସ୍ୱାର୍ଥ ଭଲ ପାଇବା କେବଳ ବାପା ମା ହିଁ ଦେଇଥାନ୍ତି। କୁହାଯାଏ ପ୍ରେମ ଅନ୍ଧ ହେଲେ ଏକଥା କାହିଁକି କୁହାଯାଏ ଆପଣ ଜାଣିଛନ୍ତି କି କାରଣ ମା ଟିଏ ପେଟରେ ବଢୁଥିବା ଛୁଆଟିକୁ ନଦେଖିବି ତାକୁ ଭଲ ପାଇଥାଏ ତାର ଯତ୍ନ ନେଇଥାଏ।

କିନ୍ତୁ ନାଇ ଦର୍ଶକ ବନ୍ଧୁ ସବୁ ମା ବୋଧେ ସେମିତି ଅନ୍ଧ ଭଳି ଭଲ ପାଇବା ଦେଇ ପାରନ୍ତି ନାହିଁ।ନହେଲା କଣ ସୁନ ସାନ ରାସ୍ତାରେ କେହି କେବେ ନିଜ ସନ୍ତାନକୁ ଛାଡି ଚାଲି ଯାଇ ପାରିଥାନ୍ତା।

ଏ ହୃଦୟ ବିଦା-ରକ ଘ-ଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲାରୁ। ସୁନ ସାନ ରାସ୍ତା,ରାସ୍ତାର ଏକ କଡରେ ପଡିରହିଥିଲା ଏକ ବ୍ୟାଗ ଆଉ ସେହି କଡରୁ ପବନରେ ଭାସି ଆସୁଥିଲା ଏକ ନବଜାତ ଶିଶୁର କୁଆଁ କୁଆଁ କା-ନ୍ଦ। ସତେ ଯେମିତି ଶିଶୁଟି କହୁଥିଲା ମତେ ବଞ୍ଚାଅ,ମତେ ବଞ୍ଚାଅ। ମୁଁ ବଞ୍ଚିବାକୁ ଚାହୁଁଛି ମୁଁ ଦୁନିଆର ଆଲୋକ ଦେଖିବାକୁ ଚାହୁଁଛି।

ଶିଶୁର କୁଆଁ କୁଆଁ କା-ନ୍ଦ ଶୁଣି ଅଟକି ଯାଇଥିଲେ ସେହି ରାସ୍ତା ଦେଇ ଯାଉଥିବା ବାଟୋଇ। କା-ନ୍ଦ କେଉଁ ଆଡୁ ଶୁଣା ଯାଉଛି ଭାବି ଲୋକେ ହତବାକ ହୋଇ ଚାହୁଁଥିଲେ ଚାରି ଆଡକୁ ମାତ୍ର କିଛି ସମୟ ପରେ ଜଣା ପଡିଥିଲା ବ୍ୟାଗ ଭିତରୁ ଏକ ଶିଶୁର କା-ନ୍ଦ ଶୁଣା ଯାଉଛି। ତୁରନ୍ତ ଲୋକମାନେ ସେହି ବ୍ୟାଗ ନିକଟକୁ ଯାଇ ବ୍ୟାଗଟିକୁ ଖୋଲି ଦେଖିଥିଲେ ଆଉ ବ୍ୟାଗ ଭିତରେ ଯାହା ଥିଲା ତାକୁ ଦେଖି ହତବାକ ହୋଇ ପଡ଼ିଥିଲେ। ବ୍ୟାଗ ଭିତରେ ଥିଲା ଏକ ନବଜାତ ଶିଶୁ କନ୍ୟା ।

ଆଜିବି କନ୍ୟା ସନ୍ତାନ ଟିଏ ଆଲୋଡ଼ା ହେବାର ଖବର ଆସିଲେ ହୃଦୟ କା-ନ୍ଦି ଉଠେ। ଯେଉଁ କନ୍ୟା ଦିନେ କାହାର ସ୍ତ୍ରୀ କାହାର ମା ଆଉ କାହାର ଭଉଣୀ ସାଜୁଛି ତାକୁ ଏମିତି ଅସହାୟ ଅବସ୍ଥାରେ ଛାଡି ଚାଲିଯିବାକୁ ମାର ବିବେକ ଟିକେ ବାଧା ଦେଉନି ଏମିତି କିଛି ପ୍ରଶ୍ନ ମନକୁ ମଧ୍ୟ ଆସେ।

ଏଥର କଥା କିନ୍ତୁ ଟିକେ ଭିନ୍ନ। ଶିଶୁଟି ଏକ ସାଧାରଣ ଶିଶୁ ନଥିଲା ଶିଶୁର ତିନୋଟି ଗୋଡ଼ ଥିବାରୁ ବାପା ମା ଛାଡି ଚାଲିଯାଇଥିବା ଲୋକେ ଅନୁମାନ କରୁଛନ୍ତି।ତେବେ ସେ ଯାହାବି ହେଉ ଯେଉଁ ମା ଦଶ ମାସ ଦଶ ଦିନ ଗର୍ଭରେ ରଖି ଶିଶୁକୁ ଜନ୍ମ ଦେଇଥିଲା ସେହି ମା କିପରି ଶିଶୁକୁ ଏପରି ଅସହାୟ ଅବସ୍ଥାରେ ଛାଡି ଚାଲିଯାଇ ପାରିଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି। କୁହାଯାଏ ପିଲା ଯେମିତି ହେଲେ ବି ମା ଆଖିରେ ସୁନ୍ଦର ଯଦି ଏ କଥା ସତ ତାହାଲେ କିପରି ସେ ମା ଏ ନିରିହ ନିଷ୍ପାପ ଶିଶୁକୁ ଛାଡି ଚାଲିଯାଇ ପାରିଲା।

Leave a Reply

Your email address will not be published. Required fields are marked *