ଶାରୀ-ରିକ ସମ୍ପର୍କ ରଖିଲ,ଛୁଆ କଲ,ଏବେ ଘର ଆଗରୁ ତଡିବାକୁ ନି-ଆଁ ହୁଳା ପକାଇଲ।

ଲଭ, ସେକ୍ସ, ଧୋକାର କରୁଣ କାହାଣୀ। ଭଲ ପାଇଲେ ଶାରୀ-ରିକ ସ-ମ୍ପର୍କ ରଖିଲେ ମନ ଭରିଗଲା ପରେ ଛାଡିଦେଲେ। ଏ ଘଟଣା ବୋଧେ ହୁଏ ଆଉ କାହାକୁ ଅଛପା ନାହିଁ କାରଣ ଦୀର୍ଘ ୧୦ ଦିନ ଧରି ବ୍ରହ୍ମପୁର ବଡ଼ ବଜାର ଦେଶୀ ବେହେରା ସାହିର ଦିନେଶଙ୍କ ଘର ଆଗରେ ଧାରଣା ଦେଇଛନ୍ତି କେ ଦୀପିକା।

ସେଦିନ ତପସ୍ୱିନୀ ଆଉ ଆଜି କେ ଦୀପିକା। ସେଦିନ ତପସ୍ୱିନୀଙ୍କ ଲଢ଼େ-ଇରେ ସାଥିରେ ଥିବା ସମାଜସେବୀ ପ୍ରମିଳା ତ୍ରିପାଠୀ ଆଜି କେ ଦୀପିକାଙ୍କ ସାଥିରେ ଅଛନ୍ତି ମଧ୍ୟ। ସେଦିନ ତପସ୍ୱିନୀଙ୍କୁ ନ୍ୟା-ୟ ଦେବାକୁ ଯେଉଁ ଲଢେଇ ଚାଲିଥିଲା ଆଜି କେ ଦୀପିକାଙ୍କୁ ନ୍ୟା-ୟ ଦେବାକୁ ସେହି ସମାନ ଲ-ଢେଇ।

ମୁକ୍ତ ଆକାଶ ତଳେ ଦିନେଶଙ୍କ ଘର ଆଗରେ ଖଣ୍ଡିଏ ଜରିପାଲ ମୁଣ୍ଡ ଉପରେ ରଖି ଦୀର୍ଘ ୧୦ ଦିନ ହେବ ଦୀପିକା ନ୍ୟା-ୟ ପାଇଁ ଗୁହାରି କରୁଛନ୍ତି। ତାଙ୍କୁ ଭଲ ପାଉଥିବା ଦିନେଶଙ୍କ ପରିବାର ଲୋକେ କେ ଦୀପିକାଙ୍କୁ ନିର୍ଯା-ତନା ଦେଉଥିବା କେ ଦୀପିକା ଅଭି-ଯୋଗ କରିଛନ୍ତି।

ଦୀପିକା କହିଛନ୍ତି ମୁଁ ଦୀର୍ଘ ଦିନ ଧରି ଏଠାରେ ନ୍ୟା-ୟ ପାଇଁ ଧାରଣା ଦେଇଥିବା ବେଳେ ଦିନେଶଙ୍କ ପରିବାର ଲୋକେ ମତେ ଏଠାରୁ ତଡି ଦେବା ପାଇଁ ନାନା ଉପାୟ କରି ମତେ ନିର୍ଯା-ତନା ଦେଉଛନ୍ତି। କେତେବେଳେ ଉପରୁ ମୋ ଉପରକୁ ମାଂସ ଖାଇ କଣ୍ଟା ଫିଙ୍ଗୁଛନ୍ତି ତ ଆଉ କେତେବେଳେ ମୋ ସାହାରା ସାଜିଥିବା ଖଣ୍ଡିଏ ଜରି ପାଲକୁ ପୋଡ଼ିଦେବା ପାଇଁ ଚ-କ୍ରାନ୍ତ କରୁଛନ୍ତି। କେ ଦୀପିକା ଆହୁରି କହିଛନ୍ତି ଖରା ବର୍ଷାରୁ ର-କ୍ଷା ପାଇବାକୁ ସେ ମୁଣ୍ଡ ଉପରେ ଖଣ୍ଡିଏ ଜରିପାଲ ପକାଇଥିଲେ ମାତ୍ର ସେଥିରେ ଦିନେଶଙ୍କ ପରିବାର ଲୋକେ ନି-ଆଁ ହୁଳା ପକାଇ କଣା କରିଦେଇଛନ୍ତି।

ଯେଉଁ ଦିନେଶ ଦିନେ କହୁଥିଲେ ସେ ମତେ ଛାଡି ରହି ପାରିବେ ନାହିଁ,ଯେଉଁ ଦିନେଶ ଦିନେ କହୁଥିଲେ ମତେ କଷ୍ଟ ଦେବେ ନାହିଁ ଆଜି ସେହି ଦିନେଶଙ୍କ ପରିବାର ଲୋକେ ମତେ ନିର୍ଯା-ତନା ଦେଉଥିବା ବେଳେ ଦିନେଶ ସବୁ ଜାଣି ଚୁପ ରହିଛନ୍ତି।

ସତରେ ଏ ପ୍ରେମ କେତେବେଳେ କାହାକୁ ଆଣି କେଉଁ ଜାଗାରେ ଛାଡିଦିଏ ତାହା କହିବା ସମ୍ଭବ ନୁହେଁ। ପ୍ରେମ ଗୋଲାପର ପାଖୁଡ଼ାରୁ ଆରମ୍ଭ ହୋଇ କେତେବେଳେ ଗଭୀର କ୍ଷ-ତ ସୃଷ୍ଟି କରେ ତାହା ଜାଣିବା ମଧ୍ୟ କଷ୍ଟ ସାଧ୍ୟ। ପ୍ରେମ କେତେବେଳେ ସ୍ୱପ୍ନର ମନ୍ଦିର ଗଢି ତୋଳେ ତ ଆଉ କେତେବେଳେ ନିମିଷୀକେ ଧୋଇ ନେଇ ଦେଇ ଦିଏ ଅନେକ କଷ୍ଟ ଅନେକ ଯ-ନ୍ତ୍ରଣା।ପ୍ରେମରେ ସଫଳତା ଯେତିକି ଖୁସି ଦିଏ ପ୍ରେମରେ ପ୍ରତାରଣା ତା ଠୁ ଢ଼େର ଅଧିକ କଷ୍ଟ ଦିଏ। ଯେଉଁ କଷ୍ଟ ଯ-ନ୍ତ୍ରଣା ବର୍ତ୍ତମାନ ବ୍ରହ୍ମପୁରର କେ ଦୀପିକା ଅନୁଭବ କରୁଛନ୍ତି।

କେ ଦୀପିକାଙ୍କ ଜୀବନ ସହ ବନ୍ଧା ଆଉ ଗୋଟେ ଜୀବନ। ମାନେ କେ ଦୀପିକାଙ୍କ କହିବା ଅନୁଯାୟୀ ଦିନେଶଙ୍କ ଔରସରୁ ଜନ୍ମ ନେଇଥିବା ଏକ ବର୍ଷର ଏକ କୁନି ସନ୍ତାନ କେ ଦୀପିକାଙ୍କ ପାଖରେ ଅଛି। ନିଜ ପୁଅକୁ ବାପାର ପରିଚୟ ଦେବାକୁ କେ ଦୀପିକା ଧାରଣାରେ ବସିଛନ୍ତି। ହେଲେ ଯିଏ ଦିନେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀ-ରିକ ସ-ମ୍ପର୍କ ରଖି ତାଙ୍କୁ ଗର୍ଭବତୀ ସଜାଇ କୋଳରେ ଏକ କୁନି ସନ୍ତାନ ଦେଇଥିଲେ ସେ ଅନ୍ୟତ୍ର ବିବାହ କରିବାର କଥା କହୁଛନ୍ତି। ମାତ୍ର ମୁଁ କିନ୍ତୁ ଏ ଧାରଣାରୁ ଓଲ୍ହାଇବି ନାହିଁ ବୋଲି କହିଛନ୍ତି କେ ଦୀପିକା।

Leave a Reply

Your email address will not be published. Required fields are marked *