ଅଭିନେତ୍ରୀ ରେସମା ଯିଏକି ସ୍କୁଲ ଡ୍ରାମା, ଆଲବମ୍ ଏବଂ ଯାତ୍ରରୁ ନିଜ କ୍ୟାରିୟର ଆରମ୍ଭ କରି ଏବେ ଓଡ଼ିଆ ଚଳଚ୍ଚିତ୍ରରେ ହିରୋଇନ୍ ଭାବେ କାମ କରୁଛନ୍ତି। ରେସମା ସମ୍ବଲପୁରର ନୃସିଂହନାଥରେ ଜନ୍ମ ହେଇଥିଲେ। ସେ ଛୋଟ ବେଳେ ଅରବିନ୍ଦ ସ୍କୁଲରେ ପଢିଲା ବେଳେ ସ୍କୁଲରେ ନାଚ ଶିଖୁଥିଲେ। ସମ୍ବଲପୁରରେ ଦଶମ ସାରି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ପଢ଼ିଲେ ଏବଂ ସେଠି ଯାତ୍ରା ଶିଖିଲେ।
କେତେ ଦିନ ଯାତ୍ରା କଲା ପରେ ସେ ଟିଭି ସିରିଅଲ୍ ଏବଂ ଚଳଚ୍ଚିତ୍ରରେ ସହାୟିକଙ୍କ ଅଭିନୟ କଲେ। ତାଙ୍କ ପ୍ରଥମ ଚଳଚ୍ଚିତ୍ରର ନା ମୁଁ ତତେ ଭଲ ପାଏ। ରେସମାଙ୍କୁ ସମ୍ବଲପୁରି ରୁ ଓଡ଼ିଆ ଭାଷା ଶିଖିବାକୁ ଦୀର୍ଘ ବର୍ଷେ ଲାଗିଗଲା। ତାପରେ ସେ ଚଳଚ୍ଚିତ୍ରରେ ସହାୟିକାଙ୍କ ଅଭିନୟ ଛାଡ଼ି ହିରୋଇନ୍ ର ଅଭିନୟ କଲେ। ସଖରମ୍ ବିନ୍ଦେର, ଧରମା, ଦିଟେକ୍ଟିଭ କରନ୍ ଅର୍ଜୁନ ଭଳି କେତେ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି।
ଚଳଚ୍ଚିତ୍ର ଦୁନିଆକୁ ଆସିଲା ବେଳେ ରେସମାଙ୍କୁ ବହୁତ୍ କଷ୍ଟ କରିବାକୁ ପଡ଼ିଥିଲା। ସେ କେତେଥର ମାଗଣା ମଧ୍ୟ ଅଭିନୟ କରୁଛନ୍ତି। ସେ ଯେତେବେଳେ ଛୋଟ ଥିଲେ ତାଙ୍କୁ ବହୁତ୍ ଖରାପ୍ ଅଫର୍ ମଧ୍ୟ ଆସିଥିଲା। କିନ୍ତୁ ସେ ପୁରା ସିଧା ସିଧା ମନା କରିଦେଇଥିଲେ।
ଏମିତି ଚଳଚ୍ଚିତ୍ର ଦୁନିଆରେ କେତେ ଲୋକ ଅଛନ୍ତି ଯିଏ ଏମିତି କେତେ କେତେ ଖରାପ୍ ଅଫର୍ ଦିଅନ୍ତି ଏବଂ କୁହନ୍ତି ଆମ କଥା ମାନିଲି ଆମେ ତମକୁ ହିରୋଇନ୍ କରି ଦବୁ। ଯଦି ତାଙ୍କ କଥା ନ ମାନିବା ତେବେ ଆଉ ଫିଲ୍ମ୍ ମିଳିବନି। କିନ୍ତୁ ମୁଁ ଚଳଚ୍ଚିତ୍ରରେ କାମ କଲା ବେଳେ କାହା କଥା ଶୁଣି ନଥିଲି। ମୁଁ ମୋ ଅଭିନୟ ବଳରେ ଆଜି ଆସି ଏଠି ପହଞ୍ଚିଛି।