ପୁଅକୁ ଦେଖି ବାବୁଶାନ୍ ହେଲେ ଭାବ ବିହ୍ବଳ , ଭୋ ଭୋ ହୋଇ କାନ୍ଦି ପକାଇଲେ , ମାଆ ଅପରାଜିତା ଦେଲେ ଆଶ୍ୱାସନା

ବାପା ପୁଅର ସମ୍ପର୍କ କେତେ ଯେ ସୁନ୍ଦର ଆଉ ମଧୁର ସେ କଥା କେହି ବୁଝି ପାରିବେ ନାହିଁ । ଏପରି ସମ୍ପର୍କ ଅତ୍ୟନ୍ତ ନିଆରା । ସେମାନଙ୍କ ବନ୍ଧନ ଜନ୍ମ ଜନ୍ମର । ଏହି ଅତୁଟ ଡୋର କେହି ଭାଙ୍ଗି ପାରିବେ ନାହିଁ । ପୁଅଟିଏ ନିଜ ଅସୁବିଧା ସମୟରେ କାହାକୁ କିଛି କହୁ ନ କହୁ ନିଜ ବାପାକୁ ସବୁ କଥା କହିଥାଏ । ଆଉ ବାପା ଶକ୍ତିମାନ ହୋଇ ସବୁ ସମସ୍ୟାର ସମାଧାନ କରି ଦେଇଥାନ୍ତି । ତାଙ୍କ ପାଖରେ ସବୁ ସମାଧାନର ବାଟ ରହିଥାଏ । ବାପା ପୁଅ ପରସ୍ପର ସହିତ ବେଶୀ କଥା ନ ହେଲେ ମଧ୍ୟ ସେହି ସମ୍ପର୍କ ବିଷୟରେ କହିବା ଏତେ ସହଜ ନୁହେଁ ।

ତେବେ ଏପରି ଏକ ଅତୁଟ ଡୋର ଦେଖିବାକୁ ମିଳିଛି ବାବୁଶାନ ଆଉ ତାଙ୍କ ପୁଅ ଗ୍ୱାନ ମଧ୍ୟରେ । ସୋସିଆଲ ମିଡିଆରେ ବାପା ପୁଅଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଛନ୍ତି ବାବୁଶାନ୍ । ଯେଉଁଥିରେ ଦେଖିବାକୁ ମିଳିଛି , ବାବୁଶାନ୍ ନିଜ ପୁଅ ଗ୍ୱାନ ସହିତ ମଜାମସ୍ତି କରୁଛନ୍ତି । ଆଉ ମାଆ ଅପରାଜିତା ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି । ଆଉ ଏହାରି ମଧ୍ୟରେ ବାବୁଶାନ କାନ୍ଦିବାର ଅଭିନୟ କରୁଛନ୍ତି। ସେ କାନ୍ଦି କାନ୍ଦି ପୁଅ ଗ୍ୱାନ ଆଡ଼େ ଅନାଉଛନ୍ତି । ଆଉ ଅପେକ୍ଷା କରୁଛନ୍ତି ପୁଅ ଆସି ତାଙ୍କୁ ଟିକିଏ ବୁଝାଇବ ଆଉ କହିବ ବାପା କାନ୍ଦ ନାହିଁ ।

ଆଉ ଏହାପରେ ପୁଅ ଗ୍ୱାନ ବାପା ବାବୁଶାନଙ୍କ ପାଖରୁ ଦୌଡ଼ି ପଳାଉଛି । କିନ୍ତୁ ଜେଜେ ମାଆ ଅପରାଜିତା ତା ପାଖକୁ ଆସି ବୁଝାଉଛନ୍ତି ଆଉ କହୁଛନ୍ତି ବାପାକୁ ଟିକିଏ ବୁଝାଇ ଦେ , ସେ ପରା କାନ୍ଦୁଛନ୍ତି । ଏହାପରେ ପୁଅ ଗ୍ୱାନ ଯାଇ ବାପା ବାବୁଶାନଙ୍କୁ ଗେହ୍ଲ କରିବାରେ ଲାଗିଛି । ଆଉ ବାପାଙ୍କ ଗାଲରେ ଚୁମା ଦେଇ ଦେଉଛି । ଖାଲି ଏତିକି ନୁହେଁ , ବାପା ବାବୁଶାନଙ୍କ ଗାଲକୁ ଆଉଁସି ଦେଉଛି । ଏହାପରେ ପୁଣି ଥରେ ସେଠାରୁ ଧାଇଁ ପଳାଉଛି। ଆଉ ପୁଣିଥରେ ଅପରାଜିତା ତାକୁ ନେଇ ଆସୁଛନ୍ତି । ବାବୁଶାନଙ୍କ ପାଖରେ ଛାଡି ଦେଇ ବାପାଙ୍କ ଲୁହ ପୋଛିବାକୁ କହୁଛନ୍ତି ।

ତେବେ ବାପା ପୁଅଙ୍କର ଏପରି ସମ୍ପର୍କ ଦେଖି ସମସ୍ତେ ଭାବ ବିହ୍ବଳ ହୋଇ ଯାଉଛନ୍ତି । ସୋସିଆଲ ମିଡିଆରେ ଅନେକ କମେଣ୍ଟ କରିବାରେ ଲାଗିଛନ୍ତି । ତେବେ ବିଗତ ଦିନର ଏତେ ଝଡ ଝଞ୍ଜା ପରେ ବାପା ପୁଅ ଏକାଠି ହୋଇଛନ୍ତି । ଆଉ ପୁଅକୁ ଦେଖି ବାବୁଶାନ୍ ମଧ୍ୟ କାନ୍ଦ କାନ୍ଦ ହୋଇ ଯାଉଛନ୍ତି । ପୁଅକୁ ପାଖରେ ପାଇ ଅତ୍ୟନ୍ତ ଖୁସି ଅଛନ୍ତି ବାବୁଶାନ ।

ଏହି ଭିଡିଓ ଦେଖିବା ପରେ ଲାଗୁଛି ଯେମିତି ସୁନାର ସଂସାର ପୁଣିଥରେ ହସି ଉଠିଲା । ଆଉ ଘରକୁ ପୁଣିଥରେ ଖୁସି ଫେରି ଆସିଲା । ଅନେକ ବାଧା ବିଘ୍ନ ପରେ ନିଜ ପରିବାର ସହିତ ଏକାଠି ହୋଇ ଯାଇଛନ୍ତି ବାବୁଶାନ । ବାବୁଶାନ ଏବଂ ପ୍ରକୃତି ମିଶ୍ର ବିବାଦ ପରେ ପୁରା ଓଡ଼ିଶାବାସି ଏହି ଦିନକୁ ହିଁ ଅପେକ୍ଷା କରିଥିଲେ ଆଉ ଶେଷରେ ସେହି ଦିନ ମଧ୍ୟ ଆସିଗଲା ।

Leave a Reply

Your email address will not be published. Required fields are marked *