ପ୍ରେମିକ ପାଇଁ ପ୍ରେମିକା ହୋଇଛି ପାଗେଳୀ ।

ହଜି ଯାଇଛି ପ୍ରେମ । ସମୟ ସାଥିରେ ସବୁ ବଦଳି ଯାଇଛି । ହେଲେ କେବଳ ବଦଳିନୀ ପ୍ରେମିକା କି ପ୍ରେମିକାର ଭଲ ପାଇବା । ଆଜିବି ପ୍ରେମିକା ତା ପ୍ରେମିକକୁ ସେତିକି ଭଲ ପାଏ ଯେତିକି ସେ ୧୦ ବର୍ଷ ପୂର୍ବରୁ ତା ପ୍ରେମିକକୁ ମନ ପ୍ରାଣ ହୃଦୟ ଦେଇ ଭଲ ପାଉଥିଲା । ଆଜିବି ପ୍ରେମିକା ତାର ପ୍ରେମିକର ବାଟକୁ ଅନେଇ ଚାତକ ଭଳି ଚାହିଁ ରହେ । ମନେ ମନେ ଝୁରି ହୁଏ ତା ପ୍ରେମିକ ଆସିବ । ହେଲେ ଜାଣିଛନ୍ତି ପ୍ରେମିକ ଯେଉଁ ବସରେ ଆସେ ।

ସେ ବସ ଆସେ କିନ୍ତୁ ସେଥିରେ ପ୍ରେମିକ ଆସନ୍ତି ନାହିଁ। ସକାଳ ହେଲେ ପ୍ରେମିକର ଆସିବା ବାଟକୁ ଚାହିଁ ଚାହିଁ ସନ୍ଧ୍ୟା ସମୟ ଆସେ । ପ୍ରେମିକା ବସ ଷ୍ଟପରେ ପ୍ରେମିକ କେଉଁ ବସରେ ଆସୁଛି ଭାବି ସବୁ ବସକୁ ଅଟକାଇ ଦିଏ ହେଲେ କିନ୍ତୁ ପ୍ରେମିକାକୁ ପାଏ ନାହି । ସମସ୍ତେ ତାକୁ ଶେଷରେ ପାଗେଳି ବୋଲି କୁହନ୍ତି । ଆଉ ସତକୁ ସତ ଆଜି ସେ ପାଗେଳି ମଧ୍ୟ ହୋଇଯାଇଛି ।

କୁହାଯାଏ ସତ ପ୍ରେମ କେବେ ହେଲେ ସରେନି କି କେବେ ହେଲେ ମରେନି। ସତ ଭଲ ପାଇବାର ଯେପରି ଅନ୍ତ ନଥାଏ ଠିକ ସେହି ଭଳି ବାସ୍ତବ ଚିରନ୍ତନ ପ୍ରେମ କେବେ ଶେଷ ହୋଇ ନଥାଏ । ବନ୍ଧୁଗଣ ଆମେ ଏମିତି ଏକ ପ୍ରେମ କାହାଣୀର କଥା କହୁଛୁ ଯାହା ଶୁଣିଲେ ଆପଣ ବି କହିବେ ସତରେ କଣ ଆଜିବି ବଞ୍ଚିଛି ଚିରନ୍ତନ ପ୍ରେମ ? ହଁ ଆଜ୍ଞା ପ୍ରେମିକା ଆଜି ଶୀତ କାକରରେ ବସ ଷ୍ଟପକୁ ଧାଇଁ ଯାଏ ତା ପ୍ରେମକୁ ପାଇବା ପାଇଁ । ଶେଷରେ କିନ୍ତୁ ପ୍ରେମିକା ନିରାଶ ହୋଇ ଫେରେ।

ଏପରିକି ପ୍ରେମକା ଆଜି ପ୍ରେମିକ ପାଇଁ ପାଗେଳି ମଧ୍ୟ ହୋଇ ଯାଇଛି। ନିଜ ଦଶ ବର୍ଷ ତଳର ପ୍ରେମକୁ ଭୁଲି ପାରୁନି ପ୍ରେମିକା କିପରି ଭୁଲିବ । ସେ ତା ପ୍ରେମିକକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲା । ସେ କଣ ଜାଣିଥିଲା ତା ପ୍ରେମକୁ ତା ପ୍ରେମିକ ଏପରି ଭାବେ ଠକି ଦେବ। ପ୍ରେମରେ ଧୋକା ଖାଇଲା ପରେ କିଏ କେଉଁ ରାସ୍ତା ଆପଣେଇ ନିଏ । କିଏ ନୂଆ ପ୍ରେମିକ ଖୋଜିନିଏ ତ ଆଉ କିଏ ନିଜ ବାଟ ବାଛି ନିଏ ମାତ୍ର ଏଇ ପ୍ରେମିକା କିନ୍ତୁ ତାଙ୍କ ପ୍ରେମ ଉପରେ ଦୃଢ ବିଶ୍ବାସ ଆଜିବି ରଖିଛନ୍ତି । ପ୍ରେମିକ ଫେରିବ ଆଉ ନିହାତି ଭାବେ ଫେରିବ ।

ବନ୍ଧୁଗଣ ଏଭଳି ଦୁଃଖଦ ହୃଦୟ ବିଦାରକ ଘଟଣା ଘଟିଛି କଟକ ତ୍ରିଶୂଳିଆ ରେ । ଗାଡିର ଶବ୍ଦ ଶୁଣିଲେ ଖୁସିରେ ଦ୍ରୁତ ଗତିରେ ଆସୁଥିବା ବସ ଆଗକୁ ଧାଇଁ ଯାଆନ୍ତି ପ୍ରେମରେ ପାଗେଳୀ ସାଜିଥିବା ଏହି ମହିଳା ଜଣଙ୍କ। ପ୍ରେମିକ ଯଦି ବସ ଭିତରୁ ନ ଆସେ ତେବେ ସେ ବସକୁ ଅନେକ ସମୟରେ ଟେକା ପଥର ମାରନ୍ତି । ସେ ବସକୁ ଅଟକାଇ ବାକୁ ଚେଷ୍ଟା କରନ୍ତି। ରାସ୍ତାର ଏପଟରୁ ସେପଟକୁ ଧାଇଁ ପ୍ରେମିକକୁ ଖୋଜି ହେଉଥାନ୍ତି । କେହି କିଛି କହିଲେ ବାଡ଼ି ଧରି ଗୋଡ଼ାଇ ମଧ୍ୟ ଯାଆନ୍ତି। ହେଲେ କଣ କରିବେ ପ୍ରେମ ହିଁ ତାଙ୍କୁ ଆଜି ଆଣି ଛିଡା କରିଛି ମଝି ରାସ୍ତାରେ । କେମିତି ଭୁଲିବେ ସେ ତାଙ୍କ ନିସ୍ୱାର୍ଥ ନିସର୍ତ ଭଲ ପାଇବାକୁ ।

ତାଙ୍କ ଭଲ ପାଇବାରେ ନା ଥିଲା ସ୍ୱାର୍ଥ ନା ହିଁ ଥିଲା ସର୍ତ ସେ ତ ଭଲ ପାଉଥିଲେ । ମନ ପ୍ରାଣ ହୃଦୟ ଦେଇ ସେ ତାଙ୍କ ପ୍ରେମିକକୁ ନିଜର ଜୀବନ ସାଥି କରିବାକୁ ଚାହୁଁଥିଲେ । ପ୍ରେମିକ ହାତରୁ ଟିକିଏ ସିନ୍ଦୁର ପିନ୍ଧିବା ପାଇଁ ନିଜର ସୁନ୍ଦର ଭବିଷ୍ୟତକୁ ମାଟି ମଧ୍ୟ କରି ଦେଇଛନ୍ତି । ଆଉ ଏଭଳି କାର୍ଯ୍ୟ କେବଳ ନିସ୍ୱାର୍ଥ ଭଲ ପାଇବାରେ ହିଁ ଦେଖିବାକୁ ମିଳେ।

ବର୍ତ୍ତମାନ ସମୟରେ ଏହି ମହିଳାଙ୍କ ପ୍ରେମ କାହାଣୀ ଅନ୍ୟ ମାନଙ୍କ ପାଇଁ ଉଦାହରଣ ତ ସାଜିବ ନିହାତି। ମାତ୍ର ସେହି ମହିଳାଙ୍କ ଭବିଷ୍ୟତ ଯେ କଣ ହେବ ତାକୁ ନେଇ ବୁଦ୍ଧିଜୀବୀ ମାନେ ଚିନ୍ତା ପ୍ରକଟ କରିଛନ୍ତି କାରଣ ସବୁବେଳେ ଯଦି ସେ ଏପରି ଭାବେ ଧାଇଁ ଯାଆନ୍ତି ଗାଡି ଆଗକୁ ତେବେ କେତେବେଳେ କଣ ଘଟିବ ତାହା କିଏ କହି ପାରିବ। ସେପଟେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଯଦି ସରକାର ଏହି ମାନସିକ ବିକୃତି ମହିଳାଙ୍କ ଉପରେ ଶୁଭ ଦୃଷ୍ଟି ପକାଇ ତାଙ୍କ ଚିକିତ୍ସା କରେଇ ପାରନ୍ତେ ତେବେ ମହିଳାଙ୍କ ବାକି ଜୀବନ ଟିକେ ଖୁସିରେ କଟନ୍ତା ।

Leave a Reply

Your email address will not be published. Required fields are marked *