ସାମ୍ନାକୁ ଆସୁଛି ଏଭଳି ପ୍ରଶ୍ନ , ଶେଷ ହୋଇଯିବ କି ପ୍ରକୃତି ଏବଂ ବାବୁଶାନଙ୍କ ପ୍ରେମ କାହାଣୀ

ଷ୍ଟାର ପରିବାରର କ-ଳି , ଘର ଭିତରୁ ବାହାରି ଦାଣ୍ଡ ଉପରେ ପଡ଼ିଲା । ଆଉ ଲୋକ ଏହାକୁ ଦେଖି ମଜା ନେଲେ । ସ୍ୱାମୀ ସ୍ତ୍ରୀଙ୍କର ଦାମ୍ପତ୍ୟ ଜୀବନରେ ଆଉ ଜଣେ ତୃତୀୟ ବ୍ୟକ୍ତି ପ୍ରବେଶ କଲେ କିପରି ସବୁ କିଛି ସରିଯାଏ , ତାହାର ଏକ ଶକ୍ତ ଉଦାହରଣ ଏହି ଘ-ଟଣା । ଓଲିଉଡ ସୁପରଷ୍ଟାର ବାବୁଶାନ ମହାନ୍ତି ଏବଂ ତାଙ୍କ ପତ୍ନୀ ତୃପ୍ତିଙ୍କ ମଧ୍ୟରେ ପ୍ରବେଶ କରିଥିଲେ ପ୍ରକୃତି ମିଶ୍ର । ଯାହାକୁ ଦୀର୍ଘ ଦୁଇ ବର୍ଷ ଧରି ସହି ଆସୁଥିଲେ ତୃପ୍ତି ।

କିନ୍ତୁ ସହିବାର ସୀମା ଟପିଯିବା ପରେ ଆଉ ତୃପ୍ତି ନିଜକୁ ଅଟକାଇ ପାରିଲେ ନାହିଁ । ପ୍ରକୃତି ମିଶ୍ରଙ୍କ ଉପରକୁ ହାତ ଉଠାଇ ଦେଇଥିଲେ । ତେବେ ବର୍ତ୍ତମାନ ସମୟରେ ଏହି ମାମ-ଲାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗତକାଲି ଓଡିଶା ଫେରି ଆସିଛନ୍ତି ବାବୁସାନ ମହାନ୍ତି । ଆଉ ନିଜ ଘରେ ବିଶ୍ରାମ ନେଉଛନ୍ତି । ଦୁଇ ଦିନ ପରେ ସେ ଗଣମାଧ୍ୟମ ଆଗରେ ନିଜର ମତ ରଖିବେ ବୋଲି କହିଛନ୍ତି । ତାଙ୍କ ଘର ଆଗରେ ସବୁବେଳେ ଲୋକମାନଙ୍କର ଭିଡ଼ ଦେଖିବାକୁ ମିଳୁଅଛି।

ତେବେ ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି କି , ବାବୁସାନ ଆଉ ପ୍ରକୃତିଙ୍କର ପ୍ରେମ କାହାଣୀର କେବେ ଅନ୍ତ ଘ-ଟିବ । ପ୍ରକୃତରେ କଣ ବାବୁସାନ ପ୍ରକୃତିଙ୍କୁ ଛାଡି ପାରିବେ । ପ୍ରକୃତରେ କଣ ତୃପ୍ତି ବାବୁସାନଙ୍କୁ ଗ୍ରହଣ କରିବେ । ବର୍ତ୍ତମାନ ଏମିତି ସାରା ପ୍ରଶ୍ନ ଉଠୁଛି । ଯାହାର ଉତ୍ତର କେବଳ ବାବୁସାନ ହିଁ ଦେଇପାରିବେ । ନିଜ ସ୍ତ୍ରୀ ପିଲା କଥା ଭୁଲି ଯେଉଁ ମଣିଷ ଆଉ ଜଣେ ଝିଅ ପଛରେ ପଳାଇ ଯାଇଥିଲେ , ଏସବୁର ଉତ୍ତର ସେ ଭଲ ଭାବରେ ଦେଇପାରିବେ

ଅନ୍ୟପକ୍ଷରେ ସମସ୍ତେ ବାବୁସାନଙ୍କ ମୁହଁରୁ ପଦେ କଥା ଶୁଣିବା ପାଇଁ ଅନାଇ ବସିଛନ୍ତି । ଏବଂ ତୃପ୍ତି ମଧ୍ୟ ନିଜର ମନ୍ତବ୍ୟରେ କଣ କହିବେ ତାହା ଅପେକ୍ଷାରେ ସମସ୍ତେ । ସତରେ କଣ ବାବୁସାନ ଆଉ ତୃପ୍ତି ସବୁ ବିବା-ଦକୁ ଭୁଲି ଯାଇପାରିବେ ଆଉ ଆଗକୁ ସୁଖର ସଂସାର କରିବେ ଏହାକୁ ନେଇ ଚର୍ଚ୍ଚା ଚାଲିଛି । ଆଉ ସାରା ଓଡ଼ିଶାବାସୀ ମଧ୍ୟ ଚାହୁଁଛନ୍ତି , ବାବୁସାନ ଏବଂ ପ୍ରକୃତି ପ୍ରେମ କାହାଣୀର ଅନ୍ତ ହେଉଛି ଆଉ ସ୍ୱାମୀ ସ୍ତ୍ରୀ ସୁଖର ସଂସାର କରନ୍ତୁ ।

Leave a Reply

Your email address will not be published. Required fields are marked *