ଭଗବାନଙ୍କର ଅଦ୍ଭୁତ ଲୀଳା , ପ୍ରଜାପତି ପିଠିରେ ଜଗନ୍ନାଥଙ୍କ ପ୍ରତିଛବି

କୁହାଯାଏ ଭଗବାନଙ୍କର ଲୀଳା ଅଦ୍ଭୁତ । ସେ କେତେବେଳେ କାହାକୁ କେଉଁ ରୂପରେ ଦେଖା ଦିଅନ୍ତି , ସେ କଥା କହି ହେବ ନାହିଁ । ତାଙ୍କ ଲୀଳା ଅଲୌକିକ , ସେ ମହାନ । ସେ ମ-ଲା ଗଛକୁ କି ବଞ୍ଚାଇ ଦେଇ ପାରନ୍ତି , ସେ ସବୁ କରି ଦେଇ ପାରନ୍ତି । ତାଙ୍କର କଳନା ନାହିଁ । ତାଙ୍କ ବିଷୟରେ ବର୍ଣ୍ଣନା କରିବା ଅସମ୍ଭବ । ସେ ହର୍ତା କର୍ତା ଦୈବ ବିଧାତା । ତେବେ ବର୍ତ୍ତମାନ ସମୟରେ ସାମ୍ନାକୁ ଏଭଳି ଏକ ଖବର ଆସିଅଛି ଯାହା ବିଷୟରେ ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗିବ ।

ପ୍ରଭୁ ଜଗନ୍ନାଥ ଏଭଳି ବେଶରେ ନିଜର ଭକ୍ତ ଗଣଙ୍କୁ ଦେଖା ଦେଇଛନ୍ତି । ଆଉ ଯାହାଙ୍କୁ ଦେଖିବା ପାଇଁ ହଜାର ହଜାର ଲୋକ ଧାଇଁ ଆସିଛନ୍ତି । ଭଗବାନ ନିଜ ଲୀଳା ଦେଖାଇଛନ୍ତି ଆଉ ଗୋଟିଏ ପ୍ରଜାପତି ପିଠିରେ ଉଭା ହୋଇଛନ୍ତି । ତେବେ ପ୍ରଜାପତିକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଆଉ ଭଗବାନଙ୍କୁ ପ୍ରାର୍ଥନା କରି କାନ୍ଦି ମଧ୍ୟ ପକାଉଛନ୍ତି । ଜଗା ତୋର ଏ କି ଲୀଳା ବୋଲି ସମସ୍ତେ କହି ଦେଉଛନ୍ତି ।

ତେବେ ଏଭଳି ଏକ ଆଶ୍ଚର୍ଯ୍ୟକର ଘ-ଟଣା ଦେଖିବାକୁ ମିଳିଛି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ବାରିପଦା ଅଞ୍ଚଳରେ । ସୂଚନା ମୁତାବିକ , ଏହି ଅଞ୍ଚଳର ବାସିନ୍ଦା ସନ୍ତୋଷ ପ୍ରିୟଦର୍ଶନଙ୍କ ଘରେ ଦେଖିବାକୁ ମିଳିଥିଲା ଏଭଳି ଲୀଳା । ଗତକାଲି ପ୍ରଭୁ ଜଗନ୍ନାଥ ଏକ ପ୍ରଜାପତି ପିଠିରେ ଉଭା ହୋଇଥିବାର ଦେଖା ଯାଇଥିଲେ । ତେବେ ପ୍ରଜାପତିଟି ଉଡି ଆସି ସନ୍ତୋଷଙ୍କର ଠାକୁର ଘର ଭିତରେ ଯାଇ ବସିଥିଲା । ତେବେ ସନ୍ତୋଷଙ୍କ ପତ୍ନୀ ଏହାକୁ ଦେଖିବାକୁ ପାଇଥିଲେ ।

ଠାକୁର ଘର ଭିତରକୁ ଲାଇଟ ବନ୍ଦ କରିବାକୁ ଯାଇଥିବା ବେଳେ ସନ୍ତୋଷଙ୍କର ପତ୍ନୀଙ୍କ ଆଖି ଯାଇ ପ୍ରଜାପତି ଉପରେ ପଡି ଯାଇଥିଲା । ଏହାପରେ ସେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ । ଆଉ ପ୍ରଭୁ ଜଗନ୍ନାଥଙ୍କୁ ନିଜ ଆଖିରେ ଦେଖି ବିଶ୍ୱାସ କରି ପାରିନଥିଲେ । ସେଥିପାଇଁ ସମସ୍ତଙ୍କୁ ଡାକି ଦେଖାଇଥିଲେ । ଆଉ ସମସ୍ତେ ମଧ୍ୟ ପ୍ରଭୁଙ୍କୁ ଦେଖିଥିଲେ । ତେବେ ବର୍ତ୍ତମାନ ଏହି ବିରଳ ପ୍ରଜାପତିକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଆଉ ତାଙ୍କୁ ପୂଜା କରୁଛନ୍ତି ।

Leave a Reply

Your email address will not be published. Required fields are marked *