ପୁଣି ହେଇପାରେ ଲକଡାଉନ୍, ପ୍ରଧାନମନ୍ତ୍ରୀ ନେଲେ ବଡ ନିଷ୍ପତ୍ତି।

ଦୀର୍ଘ ଦୁଇ ବର୍ଷ ତଳେ ଚୀନ୍ ରୁ କୋରନା ଭାଇରସ ସୃଷ୍ଟି ହେଇ ପୁରା ବିଶ୍ୱରେ ବ୍ୟାପି ଯାଇଥିଲା। ହଜାର ହଜାର ଲୋକ ମରିବା ପରେ କୋରନାର ପ୍ରଭାବ କମି ଯାଇଥିଲା।କିନ୍ତୁ ଚୀନ୍ ରେ କୋରନାର ପ୍ରଭାବ କମି ନଥିଲା। କିଛି ଦିନ ହେଲା ଓମିକ୍ରନ୍ ଭାରିଏଣ୍ଟ ବିଏଫ୍.୭ ଭାଇରସ ଚୀନରେ ବ୍ୟାପିବାରେ ଲାଗିଛି। ଚୀନ୍‌ ରେ ଏବେ ଏମିତି ପରିସ୍ଥିତି ସୃଷ୍ଟି ହେଇଛି ଯେ ଡାକ୍ତରଖାନାଗୁଡ଼ିକରେ ଆଉ ବେଡ୍ ନାହିଁ ଏବଂ ଲୋକଙ୍କ ଶବ ଦାହ ପାଇଁ ଧାଡି ଲାଗିଛି।

ଚୀନ୍‌ର ଏମିତି ସ୍ଥିତିକୁ ଦେଖି ସାରା ବିଶ୍ଵର ଚିନ୍ତା ବଢ଼ି ବାରେ ଲାଗିଛି। ଚୀନ୍ ଆମ ପାଖ ପଡୋଶୀ ଦେଶ ହେଇ ଥିବାରୁ ଆମ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମଧ୍ୟ ଚିନ୍ତା ବଢ଼ି ବାରେ ଲାଗିଛି। କରୋନା ର ନୂଆ ଭାରିଏଣ୍ଟ ସହ ଲଢିବା ପାଇଁ ଭାରତ ଏହାର ପ୍ରସ୍ତୁତି ଆରମ୍ଭ କରିଛି।

ବୁଷ୍ଟର ଡୋଜ୍ ଦିଆ ଯିବା ପରେ ବର୍ତ୍ତମାନ ସରକାର ଆଉ ଇଞ୍ଜେକ୍ସନ୍ ନ ଦେଇ ନାକ ମାଧ୍ୟମରେ ଟିକା ଦେବା କଥା ଚିନ୍ତା କରୁଛନ୍ତି। ସେଥିପାଇଁ ଡିସେମ୍ବର ୨୭ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ଡାକ୍ତରଖାନାଗୁଡ଼ିକରେ ମୋକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ନୂଆ ବର୍ଷ ପାଇଁ ନୂଆ ଗାଇଡଲାଇନ ଲାଗୁ କରିଛନ୍ତି।

ବୁଧବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁକ୍ ଲାଲ୍ ମନ୍ତ୍ରୀମଣ୍ଡଳରେ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକି କୋରାନା ସ୍ଥିତିର ସମୀକ୍ଷା କରିଥିଲେ। ମଙ୍ଗଳବାର ଦିନ ହେବାକୁ ଥିବା ମୋକ୍ ଡ୍ରିଲ୍ ରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁକ୍ ଲାଲ୍ ମଧ୍ୟ ସବୁ ଡାକ୍ତରଖାନା ବୁଲି ପରିଦର୍ଶନ କରିବେ। ମକ୍ ଡ୍ରିଲ୍ ମାଧ୍ୟମରେ କୋରନାର ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ଯାଞ୍ଚ କରାଯିବ।

ଅନ୍ୟ ଦେଶ ତୁଳନାରେ ଆମ ଦେଶରେ କୋରନା ସଂକ୍ରମଣର ମାମଲା ବହୁତ୍ କମ୍। ସାରା ବିଶ୍ବରେ ରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି କିନ୍ତୁ ଭାରତରେ କମୁଛି।ଜାପାନରେ କୋରନା ମାମଲା ପ୍ରାୟ ୧ ଲକ୍ଷ ୫୦ ହଜାର ଥିବାବେଳେ ଦକ୍ଷିଣ କୋରିଆରେ ୬୭ ହଜାର, ଆମେରିକାରେ ୬୫ ହଜାର, ଫ୍ରାନ୍ସରେ ୪୯ ହଜାର, ଜର୍ମାନୀରେ ୩୩ ହଜାର, ଇଟାଲୀରେ ୨୫ ହଜାର ମାମଲା ଆସୁଥିବା ବେଳେ ଆମ ଦେଶରେ ପ୍ରାୟ ୧୦୦ ଟି ମାମଲା ଆସୁଛି।

ଆମ ଦେଶରେ କୋରନା ସଂକ୍ରମଣର ମାମଲା କମୁଥିବାର ଦେଖି ଆମେ ଯଦି ସତର୍କତା ଅବଲମ୍ବନ ନକରିବା ତେବେ ପୁଣି ଆଉଥରେ ଦେଶରେ ଲକଡାଉନ୍ ହେଇଯିବ। କାରଣ ପୂର୍ବରୁ କୋରନା କାରଣରୁ ଦେଶରେ କେତେଦିନ ଲକଡାଉନ୍ ହେଇଥିଲା ଆପଣମାନେ ଦେଖିଥିବେ। ସେଥିପାଇଁ ସବୁବେଳେ ମାସ୍କ ପିନ୍ଧନ୍ତୁ। ଗହଳି ଜାଗାରୁ ଦୂରେଇ ରୁହନ୍ତୁ, ନିଜର ଏବଂ ପରିବାର ଲୋକଙ୍କ ଯତ୍ନ ନିଅନ୍ତୁ କୋଭିଡ ନିୟମ ପାଳନ କରନ୍ତୁ।

Leave a Reply

Your email address will not be published. Required fields are marked *