ଦହିବରାବାଲିକୁ ପ୍ରେମ କରିବା ପଡିଲା ମହଙ୍ଗା, ଦେଖା କରିବାକୁ ଯାଇଥିଲେ ହେଲେ ଚାଲିଗଲା ଯୁବକଙ୍କ ଜୀବନ

ପ୍ରେମ କଲେ ଆଉ ପ୍ରେମ କରି ଫସି ଗଲେ । ନିଜ ଜୀବନର ସବୁ ଖୁସି ସେ ପ୍ରେମ ପାଖରେ ଲଗାଇ ଦେଇଥିଲେ କିନ୍ତୁ ଶେଷରେ ତାଙ୍କୁ ମିଳିଲା କଣ ଧୋକା । ନିଜ ସ୍ତ୍ରୀ ପିଲା ଥାଉ ଥାଉ ପରକୀୟାପ୍ରୀତିରେ ଲିପ୍ତ ରହିଲେ ଯୁବକ । ସ୍ତ୍ରୀଙ୍କୁ ଲୁଚାଇ ଘର ବାହାରେ କରି ଚାଲିଥିଲେ ପ୍ରେମ କିନ୍ତୁ ସେ ଜାଣି ନଥିଲେ କି , ବିଷଧର ସାପ ଦେହରେ ହାତ ମାରିଛନ୍ତି । ଆଉ ଶେଷରେ ସେହି ବିଷଧର ସାପ ହିଁ ତାଙ୍କୁ ହିଁ ଚୋଟ ମାରି ଦେଲା । ତେବେ ଏପରି ଏକ ଖବର ବିଷୟରେ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି ।

ସୂଚନା ଅନୁଯାୟୀ , ଯୁବକ ଜଣକ ଜଣେ ଦହିବରାବାଲିକୁ ପ୍ରେମ କରି ବସିଥିଲେ କିନ୍ତୁ ଶେଷରେ ତାଙ୍କୁ ମୃ-ତ୍ୟୁ ଦୁଆର ଦେଖିବାକୁ ପଡ଼ିଥିଲା । ମିଳିଥିବା ଖବର ଅନୁସାରେ କୁହାଯାଉଛି କି , କଟକ ମହାନ୍ତିପଡ଼ା ଅଞ୍ଚଳର ଶୈଳେନ୍ଦ୍ର ନାଥ ଜେନା ଜଣେ ଏଲଆଇସି ଏଯେଣ୍ଟ ଭାବରେ କାମ କରୁଥିଲେ । ସେଥିରେ ଘର ପରିବାର ମୁଁହରେ ଦୁଇ ମୁଠା ଦାନା ଯୋଗାଇ ପାରୁଥିଲେ । ଆଉ ପରିବାର କହିଲେ ସ୍ତ୍ରୀ ଏବଂ ପିଲା ଥିଲେ । କିନ୍ତୁ ଏହାରି ମଧ୍ୟରେ ଶୈଳେନ୍ଦ୍ରଙ୍କ ମତି ଭ୍ରମ ହୋଇ ଯାଇଥିଲା । ଆଉ ଦହିବରା ଖାଉ ଖାଉ ଦହିବରାବାଲିଙ୍କ ପ୍ରେମରେ ପଡି ଯାଇଥିଲେ ସେ ।

ତେବେ ଦହିବରା ବିକ୍ରି କରୁଥିବା ନୟାଗଡ଼ ଅଞ୍ଚଳର ଦିପୁ ସାହୁ ଏବଂ ତାଙ୍କ ସ୍ତ୍ରୀ ସୁନିତା କଟକ ଚାଲି ଆସିଥିଲେ ଆଉ କଟକରେ ଦହି ଦହିବରା ବେପାର କରିବା ଆରମ୍ଭ କରିଥିଲେ । ତେବେ ଦହିବରା ଖାଉ ଖାଉ ଶୈଳେନ୍ଦ୍ରଙ୍କ ନଜର ସୁନିତା ଉପରେ ପଡି ଯାଇଥିଲା । ଆଉ ସେ ତାଙ୍କୁ ମନ ଦେଇ ବସିଥିଲେ । ଦୁହେଁ ଦୁହିଁଙ୍କୁ ପ୍ରେମ କରି ବସିଥିଲେ । ତେବେ ଏହି କଥା ଧୀରେ ଧୀରେ ସୁନିତାଙ୍କ ସ୍ଵାମୀ ଜାଣିବାକୁ ପାଇଥିଲେ । ଆଉ ସୁନିତାଙ୍କୁ ଭଲ ପାଇବାକୁ ମନା କରିଥିଲେ। କିନ୍ତୁ ସେ ନ ମାନିବାରୁ ସେମାନେ କଟକ ଛାଡି ଦେଇ ପୁଣିଥରେ ନୟାଗଡ଼ ପଳାଇ ଯାଇଥିଲେ । ଏଠାରେ ଦହିବରା ବେପାର ବନ୍ଦ କରି ଦେଇଥିଲେ ।

ତେବେ ଏକଦା ସୁନିତାଙ୍କ ସ୍ଵାମୀ ଶୈଳେନ୍ଦ୍ରଙ୍କ ସହିତ ଫୋନରେ କଥା ହୋଇ ଶୈଳେନ୍ଦ୍ରଙ୍କୁ ନୟାଗଡ଼ ଡକାଇ ଥିଲେ । ଆଉ ଶୈଳେନ୍ଦ୍ର ମଧ୍ୟ ନୟାଗଡ଼ ଏକ ବନ୍ଧୁ ସହିତ ଚାଲି ଯାଇଥିଲେ । ଏହାପରେ ସେ ସୁନିତାଙ୍କ ଘରକୁ ଯାଇଥିଲେ । ତେବେ ଏହାପରେ ସେ ଆଉ ଘରକୁ ଫେରି ନଥିଲେ । ଦୁଇ ଦିନ ଧରି ସ୍ଵାମୀ ନିଖୋଜ ହେବା କାରଣରୁ ଶୈଳେନ୍ଦ୍ରଙ୍କ ପତ୍ନୀ ଲାଲବାଗ ଥାନାରେ ଅଭିଯୋଗ କରିଥିଲେ ।

ତେବେ ପୋଲିସ ନୟାଗଡ଼ ପହଞ୍ଚି ସୁନିତା ଆଉ ତାଙ୍କ ସ୍ବାମୀଙ୍କୁ ଅଟକି ରଖି ପଚରା ଉଚରା କରିବା ସହିତ ଶୈଳେନ୍ଦ୍ରଙ୍କୁ ଖୋଜାଖୋଜି କରିବା ଆରମ୍ଭ କରିଛି । ତେବେ ଏପର୍ଯ୍ୟନ୍ତ ଜଣା ପଡିନାହିଁ କି , ଶୈଳେନ୍ଦ୍ର ଜୀବିତ ଅଛନ୍ତି କି ମୃତ୍ୟୁ ବରଣ କରି ସାରିଛନ୍ତି ।

Leave a Reply

Your email address will not be published. Required fields are marked *