ଆମେ ରାତିରେ ଭୋଜି ଖାଇଲୁ ଆଉ ଦିନରେ ବୋହୁ ଫେରାର…

ରାଜଧାନୀର ବହୁଚର୍ଚିତ ମାମଲା ନନ୍ଦିନୀ ନାମକ ଜଣେ ବୋହୁ ଫେରାର ହୋଇ ଯାଇଥିବା କଥା ଆପଣ ସମସ୍ତେ ଜାଣିଥିବେ । କିଛି ଦିନ ପୂର୍ବରୁ ଏହି କଥା ବିଷୟରେ ଚାରିଆଡ଼େ ଆଲୋଚନା ଜୋରସୋରରେ ଲାଗି ରହିଥିଲା । କିପରି ଜଣେ ବୋହୁ ବାହାଘରର ଗୋଟିଏ ଦିନ ପରେ ହିଁ ନିଜ ଶାଶୁ ଘରୁ ପଳାଇ ଯାଇଥିଲେ ଏହି କଥା ଆପଣ ନିହାତି ଜାଣିଥିବେ । ଆଉ ସେହି ସମୟରେ ତାଙ୍କ ନାମରେ ନାନାଦି କଥା ସାମ୍ନାକୁ ଆସିଥିଲା ।

ତେବେ ସେତେବେଳେ ନନ୍ଦିନୀଙ୍କ ସ୍ୱାମୀ ବଳରାମ ମଧ୍ୟ କହିଥିଲେ କି , କିପରି ନନ୍ଦିନୀ ରାତିରେ ଉଲଗ୍ନ ହୋଇ ଜଣେ ପର ପୁରୁଷଙ୍କୁ ଭିଡ଼ିଓ କଲ କରୁଥିଲେ । ଆଉ ଏହା ପରେ ସେ ତାଙ୍କୁ ବାରଣ ମଧ୍ୟ କରିଥିଲେ । ଆହୁରିମଧ୍ୟ ସେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାପାଇଁ ମନା ମଧ୍ୟ କରି ଦେଇଥିଲେ । ଆଉ କହିଥିଲେ କି , ବର୍ଷେ ପର୍ଯ୍ୟନ୍ତ ତାଙ୍କର ମାନସିକ ରହିଛି ବୋଲି । ଏଭଳି ଅନେକ ଆଶ୍ଚର୍ଯ୍ୟକର ବୟାନ ଦେଇଥିଲେ ତାଙ୍କ ସ୍ୱାମୀ ବଳରାମ । ଖାଲି ଏତିକି ନୁହେଁ ବଳରାମଙ୍କର ପରିବାର ଲୋକେ ନନ୍ଦିନୀଙ୍କୁ ଚୋରଣୀ ମଧ୍ୟ କହିଥିଲେ ।

ବାହାଘର ପରଦିନ ସେ ତାଙ୍କ ଘରୁ ସବୁ ସୁନା ନେଇ ପଳାଇଛନ୍ତି ବୋଲି ପରିବାର ଲୋକେ କହିଥିଲେ । ତେବେ ଏହାପରେ ସାମ୍ନାକୁ ଆସି ନନ୍ଦିନୀ ମଧ୍ୟ କହିଥିଲେ କି , ସେ କଣ ପାଇଁ ତାଙ୍କ ଘରୁ ପଳାଇ ଯାଇଛନ୍ତି । କାହିଁକି ନା ତାଙ୍କ ଘର ଲୋକେ ନନ୍ଦିନୀଙ୍କୁ ବହୁତ ଅତ୍ୟାଚାର କରିବା ଆରମ୍ଭ କରି ଦେଇଥିଲେ । ଆଚାର ସହିତ ଭାତ ଖାଇବାକୁ ଦେଇଥିଲେ । ଆଉ ନାନାଦି କଥା ମଧ୍ୟ ଶୁଣାଇଥିଲେ । ଆଉ ତାପରେ ବାଧ୍ୟ ହୋଇ ନନ୍ଦିନୀ ସେହି ଘରୁ ଆସିବାପାଇଁ ନିଷ୍ପତ୍ତି ନେଇଥିଲେ । ତାଙ୍କ ନାଁରେ ଲଗା ଯାଇଥିବା ସମସ୍ତ ଆରୋପକୁ ସେ ମିଥ୍ୟା ବୋଲି କହିଥିଲେ ।

କିନ୍ତୁ ବର୍ତ୍ତମାନ ସାମ୍ନାକୁ ଆସି ମନ୍ତବ୍ୟ ଦେଇଛନ୍ତି ବଳରାମଙ୍କର ପଡୋଶୀ । ଆଉ କହିଥିଲେ କି , ଏଭଳି କରିବେ ବୋଲି ସେ ଜାଣି ନଥିଲେ । ପୁଅଟିଏ ବହୁତ ଭଲ ଅଟେ । ଆଉ ତାକୁ ଏଭଳି ଝିଅ ମିଳିବ ବୋଲି ଆଶା ନଥିଲା, ଯେଉଁ ଝିଅ ବିବାହର ଗୋଟିଏ ଦିନ ପରେ ହିଁ ଘରୁ ଛାଡି ପଳାଇ ଗଲା । ଆଉ ସେ କହିଥିଲେ କି , ବାହାଘର ବହୁତ ଧୁମଧାମରେ ହୋଇଥିଲା । ମାଛ , ମାଂସରେ ଭାସି ଯାଇଥିଲା । ଆଉ ଆମେ ରାତିରେ , ଦିନରେ ସବୁବେଳେ ଖାଇଥିଲୁ । କିନ୍ତୁ ଝିଅର ଏମିତି ଘର ଛାଡ଼ି ପଳାଇବା କାହାର ଧାରଣା ନଥିଲା ।

Leave a Reply

Your email address will not be published. Required fields are marked *