ଗାର୍ଲଫ୍ରେଣ୍ଡ ସହିତ ହେଲା ଝଗଡ଼ା , ଯୁବକ କ୍ରୋଧରେ କଲେ ୪୦ ଲକ୍ଷ ଟଙ୍କାର କ୍ଷତି :-

ଏହି ମାମଲା ଆମେରିକାର Dallas ସହରର ଅଟେ ଯେଉଁଠି ଜଣେ ଯୁବକକୁ ନିଜ ଗାର୍ଲଫ୍ରେଣ୍ଡ ସହ ଝଗଡ଼ା କରିବା ଭାରି ପଡ଼ିଛି । ଏହି ଝଗଡ଼ାରେ ଯୁବକ ଜଣକ କିଛି ଏପରି କରିଛି ଯାହା ସେ ନିଜେବି ହୁଏତ କେବେବି କଳ୍ପନା କରି ନଥିଲା । ବାସ୍ତବରେ ୨୧ ବର୍ଷୀୟ ସେହି ଯୁବକ ଯାହାର ନାମ ବ୍ରାୟନ ହର୍ନାଡେଜ ନିଜ ଗାର୍ଲଫ୍ରେଣ୍ଡ ସହିତ ଝଗଡ଼ା ପରେ ଗୋଟିଏ ମ୍ୟୁଜିୟମରେ ପଶି ଭଙ୍ଗାରୁଜ୍ଜା ଆରମ୍ଭ କରି ଦେଇଛି । ଯେଉଁ କାରଣରୁ ମ୍ୟୁଜିୟମରେ ରଖା ଯାଇଥିବା ୫ ମିଲିୟନ ଡଲାର ଅର୍ଥାତ ୪୦ କୋଟି ଟଙ୍କାର ଏକ ପ୍ରାଚୀନ ଗ୍ରୀକ କଳାକୃତି ଭାଙ୍ଗି ଯାଇଛି ।

ପୋଲିସକୁ କଲ କରି ନିଜେ ଦେଇଛି ସୂଚନା :-

ଭଙ୍ଗାରୁଜ୍ଜା ପରେ ସେ ନିଜେ ଏହାର ସୂଚନା ପୋଲିସକୁ ଦେଇଛି । ପୋଲିସକୁ କଲ କରି କହିଛି ଯେ ସେ ଅତି ଅମୂଲ୍ୟ ପ୍ରାଚୀନ କଳାକୃତିକୁ ନଷ୍ଟ କରି ଦେଇଛି । କାରଣ ତାର ନିଜ ଗାର୍ଲଫ୍ରେଣ୍ଡ ସହିତ ଝ-ଗଡ଼ା ହୋଇଥିଲା । ‘ ଡେଲି ମେଲ ‘ ର ଏକ ରିପୋର୍ଟ ଅନୁଯାୟୀ ବ୍ରାୟନ ମ୍ୟୁଜିୟମରେ ପଶି ଅତିକମରେ ତିନୋଟି ପ୍ରାଚୀନ କଳାକୃତି ଯାହାର ମୂଲ୍ୟ ୪୦ କୋଟି ଟଙ୍କା ଥିଲା ତାହା ଭାଙ୍ଗି ଦେଇଛି । ଏହି କଳାକୃତି ପ୍ରାୟ ୨,୫୦୦ ବର୍ଷ ପୁରୁଣା ଥିଲା । ଏହି ଘଟଣା ଗତ ବୁଧବାର ରାତି ୧୦ ର ଅଟେ । ଯେତେବେଳେ ବ୍ରାୟନ ଏକ ଚୌକି ସାହାଯ୍ୟରେ ମ୍ୟୁଜିୟମର କବାଟ ଭାଙ୍ଗି ଭିତରକୁ ପଶିଥିଲା । ଏବଂ ତାପରେ ସେ ମ୍ୟୁଜିୟମରେ ପଶି ଭଙ୍ଗାରୁଜ୍ଜା କରିଥିଲା ।

ସିସିଟିଭିରେ ବ୍ରାୟନ କଳାକୃତିକୁ ଭଙ୍ଗାରୁଜ୍ଜା କରୁଥିବାର ଦେଖାଗଲା :-

ପୋଲିସର କହିବା କଥା ଯେ ସିସିଟିଭି ଫୋଟେଜ ରେ ବ୍ରାୟନ ଏକ ସ୍ଟୁ ଲ ସାହାଯ୍ୟରେ ପ୍ରାଚୀନ କଳାକୃତିକୁ ଭାଙ୍ଗୁ ଥିବାର ଦେଖାଯାଇଛି । ପୋଲିସର କହିବା କଥା ଯେ ବ୍ରାୟନ ଯେଉଁ ଜିନିଷ ନଷ୍ଟ କରିଛନ୍ତି ତାହା ସବୁ ଦୁର୍ଲଭ ପ୍ରାଚୀନ କଳାକୃତିର ଅଟେ ଏବଂ ତାହା ଅତ୍ୟନ୍ତ ମୂଲ୍ୟବାନ ମଧ୍ୟ । ଯେଉଁଥି ପାଇଁ ବ୍ରାୟନଙ୍କୁ ଗିରଫ କରାଯାଇଛି ଏବଂ ସେ ଅଧିକାରୀଙ୍କ ସାମ୍ନାରେ ନିଜ ଭୁଲ ସ୍ୱୀକାର କରିଛନ୍ତି । ପୋଲିସ କହିଛି ଯେ ମ୍ୟୁଜିୟମରେ ଥିବା ଗାର୍ଡ ଯେତେବେଳେ ବ୍ରାୟନଙ୍କୁ ରୋକିବାକୁ ଚେଷ୍ଟା କଲା ଏବଂ ସେ କଣ କରୁଛି ବୋଲି ପଚାରିଲା , ସେତେବେଳେ ବ୍ରାୟନ କହିଥିଲା ଯେ ସେ ନିଜ ଗାର୍ଲଫ୍ରେଣ୍ଡ କାରଣରୁ ପାଗଳ ହୋଇ ଯାଇଛି ଏବଂ ଏଥିପାଇଁ ନିଜ ସମ୍ପତ୍ତିକୁ ନଷ୍ଟ କରୁଛି ।

Leave a Reply

Your email address will not be published. Required fields are marked *