ମୁଁ ଜାଣେ ନିଜେ କେମିତି ସେ-କ୍ସ କରିବି !

ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିବାହ । ଆଉ ସମସ୍ତେ ଏ ବିଷୟରେ ଆଲୋଚନା କରିବାରେ ଲାଗିଛନ୍ତି। କିପରି ଜଣେ ମହିଳା ନିଜକୁ ବିବାହ କରିପାରିବେ । ଆଗରୁ ଆପଣ ମହିଳା ମହିଳା କିମ୍ବା ପୁରୁଷ ପୁରୁଷ ବିବାହ ବିଷୟରେ ଶୁଣିଥିବେ କିନ୍ତୁ ଭାରତରେ ଏଭଳି ବିବାହ ପ୍ରଥମ ଅଟେ । ଆଉ କାହାର ସ୍ତ୍ରୀ ହୋଇ ରହିବେ ନାହିଁ ବୋଲି ମହିଳା କରିଛନ୍ତି ନିଜକୁ ବିବାହ । ଆଉ ବେଶ ଖୁସି ଅଛନ୍ତି । ନିଜ ଜୀବନରେ ସ୍ୱାଧୀନ ବଞ୍ଚିବାକୁ ଚାହୁଁଛନ୍ତି ମହିଳା ଆଉ ସେଥିପାଇଁ ନେଇଛନ୍ତି ଏଭଳି ପଦକ୍ଷେପ ।

ଏଭଳି ବିବାହ କରିଛନ୍ତି ଜଣେ ମହିଳା, ଯାହାଙ୍କ ନାମ ହେଉଛି କ୍ଷମାବିନ୍ଦୁ । ଆଉ ଏହି ବିବାହକୁ ନେଇ ସେ ବେଶ ଚର୍ଚ୍ଚାରେ ରହିଛନ୍ତି । ସାରା ବିଶ୍ୱରେ ତାଙ୍କୁ ନେଇ ଆଲୋଚନା ଜୋର ଧରିଛି । ଆଉ ବିବାଦ ମଧ୍ୟ ବଢି ବଢି ଚାଲିଛି । ଅନେକ ଲୋକ ତାଙ୍କ ସେ-କ୍ସ ଲାଇଫକୁ ନେଇ ପ୍ରଶ୍ନ କରିଛନ୍ତି ଆଉ ଏହାର ମଧ୍ୟ ମୁହଁ ଭାଙ୍ଗିଦେବା ଭଳି ଉତ୍ତର ଦେଇଛନ୍ତି କ୍ଷମାବିନ୍ଦୁ । ସେ କହିଛନ୍ତି ଯେ , ମୋର ବ୍ୟକ୍ତିଗତ ମାମଲାକୁ ନେଇ କାହାର ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ମୁଁ ଯାହା କରେ କି ନ କରେ , ସେଥିରେ ଆପଣ ମାନେ କିଛି କହିପାରିବେ ନାହିଁ ।

ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ୧୧ ତାରିଖରେ କ୍ଷମାବିନ୍ଦୁ ନିଜକୁ ବିବାହ କରିଥାନ୍ତେ କିନ୍ତୁ ଏହି ବିଷୟକୁ ନେଇ ବିବାଦ ଏତେ ବଢି ଚାଲିଲା କି , ସେ ବାଧ୍ୟ ହୋଇ ଦୁଇ ଦିନ ପୂର୍ବରୁ ବିବାହ କରି ପକାଇଲେ । ଆହୁରି କହିରଖୁଛୁ କି , କ୍ଷମାବିନ୍ଦୁଙ୍କ ବିବାହ ଉତ୍ସବରେ ବିଶେଷ କେହି ଉପସ୍ଥିତ ନଥିଲେ । କେବଳ ତାଙ୍କର ଅତି ନିକଟତର ବ୍ୟକ୍ତି ମାନେ ଏହି ବିବାହରେ ଯୋଗ ଦେଇଥିଲେ । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଦେଖିପାରିବେ କି , କ୍ଷମାବିନ୍ଦୁ ପୁରା କନ୍ୟା ବେଶରେ ସଜେଇ ହୋଇ ଯାଇଛନ୍ତି ।

ଏହାପରେ ସେ ନିଜର ଆତ୍ମୀୟସ୍ଵଜନ ମାନଙ୍କ ସହିତ ବହୁତ ମଜା କରୁଛନ୍ତି ଆଉ ବହୁତ ଠୁମକା ମଧ୍ୟ ଲଗାଉଛନ୍ତି । ଆଉ ତାଙ୍କ ଆତ୍ମୀୟସ୍ଵଜନ ମାନେ ମଧ୍ୟ ବହୁତ ଖୁସି ଅଛନ୍ତି । ତେବେ ଏହାପରେ ସେ ୟୁଟ୍ୟୁବରେ ବାହାଘର ମନ୍ତ୍ର ଲଗାଇ ଦେଉଛନ୍ତି ଆଉ ବାହାଘର କାମ ଆରମ୍ଭ କରୁଛନ୍ତି । ଆଉ ତାପରେ ନିଜକୁ ବରଣମାଳା ଆଉ ମଙ୍ଗଳସୂତ୍ର ପିନ୍ଧାଉଛନ୍ତି । ଏହାପରେ ନିଜକୁ ସିନ୍ଦୂର ପିନ୍ଧାଇ ଦେଇ ବିବାହ ସମ୍ପନ୍ନ ମଧ୍ୟ କରି ଦେଉଛନ୍ତି । ତେବେ ଏହି ବିଷୟରେ ଆମେ କହିବାକୁ ଚାହୁଁଛୁ କି , ଆଜିର ଯୁଗ ବହୁତ ଆଗକୁ ଗଲାଣି । ଆଉ ବିବାହ ପାଇଁ ବ୍ରାହ୍ମଣର ଆବଶ୍ୟକତା ମଧ୍ୟ ପଡୁନାହିଁ ।

Leave a Reply

Your email address will not be published. Required fields are marked *