ଆଶ୍ରମରୁ ଆଉ ଘରକୁ ଫେରୁନାହିଁ ବଢ଼ିଲା ଝିଅ , ବାବାଙ୍କ ନାମରେ ସଙ୍ଗୀନ ଅଭିଯୋଗ….

ଦୀର୍ଘ ଦେଢ଼ ବର୍ଷ ହେବ ଘରକୁ ଫେରୁନାହିଁ ବଢ଼ିଲା ଝିଅ । ଏପଟେ ଝିଅର ବାଟକୁ ଚାହିଁ ଚାହିଁ ମାଆର ଆଖିରୁ ଶୁଖନି ଲୁହ । ଝିଅର ଫେରିବା ବାଟକୁ ବିକଳ ହୋଇ ଅନେଇ ରହିଛି ମାଆ । ଦେଢ଼ ବର୍ଷ ହେଲାଣି ଝିଅକୁ ଦେଖି ନାହିଁ କି ତାକୁ ଟିକିଏ ଗେଲ କରିନାହିଁ ମାଆ । ସେଥିପାଇଁ କାନ୍ଦି କାନ୍ଦି ମୁଣ୍ଡ ବାଡେଇ ଦେଉଛି ମାଆ । ସେହି ଆଶ୍ରମର ବାବା ତା ଝିଅକୁ ନେଇଗଲେ ବୋଲି ଅଭିଯୋଗ କରୁଛି ମାଆ ।

ତେବେ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ରେଶମ ସହର ବ୍ରହ୍ମପୁରରୁ । ଦୀର୍ଘ ଦେଢ଼ ବର୍ଷ ଅର୍ଥାତ ୨୦୨୧ ମସିହାରେ ଝିଅକୁ ବାପା ମାଆ ଆଶ୍ରମ ପରିସରରେ ଛାଡି ଦେଇଥିଲେ । ଝିଅର ଦେହ ବାରମ୍ବାର ଖରାପ ହୋଇ ଯାଉଥିଲା ଆଉ ସେଥିପାଇଁ କଟକର ବାଙ୍କୀ ସ୍ଥିତ ମୁକୁଳାନନ୍ଦ ବାବାଙ୍କ ଆଶ୍ରମରେ ଝିଅକୁ ଛାଡି ଦେଇଥିଲେ ବାପା ମାଆ । ବାପା ମାଆଙ୍କୁ ଝିଅକୁ ଆଶ୍ରମରେ ଛାଡିବା ପାଇଁ ଫୋନ ଆସିଥିଲା । ଆଉ ମୁକୁଳାନନ୍ଦ ବାବାଙ୍କର ସହଯୋଗୀ ମାନେ କହିଥିଲେ କି ଝିଅ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ ।

ଝିଅର ଭଲ ହେବା ଆଶା ନେଇ ବାପା ମାଆ ନେଇ ଯାଇଥିଲେ ଆଶ୍ରମକୁ । ବ୍ରହ୍ମପୁରର କେ . ପୁଷ୍ପା ଏବଂ କେ . ପଦ୍ମାଙ୍କର ଝିଅ କେ .ସୁଧା । ବୟସ ୨୬ ଆଉ ବହୁତ ଉଚ୍ଚ ଶିକ୍ଷିତା । ପେଷାରେ ଜଣେ ଚାଟାର୍ଡ ଆକାଉଣ୍ଟଟାଣ୍ଟ । ବଢ଼ିଲା ଝିଅକୁ ଆଶ୍ରମରେ ଛାଡିବା ପରେ ବାବା ମୁକୁଳାନନ୍ଦ କହିଥିଲେ କି ଝିଅ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ । କିଛି ଚିନ୍ତା କରିବାର ନାହିଁ । କିଛି ମାସ ପରେ ଆସି ଝିଅକୁ ନେଇଯିବେ। ମଝିରେ ମଝିରେ ବାପା ମାଆ ବାବାଙ୍କର ଅନୁଜ ମାନଙ୍କ ସହିତ କଥାବାର୍ତ୍ତା ମଧ୍ୟ ହେଉଥିଲେ । ଆଉ ଝିଅ କଥା ପଚାରୁଥିଲେ ।

କିନ୍ତୁ ହଠାତ ଦିନେ ସୁଧାଙ୍କର ମାଆଙ୍କର ଦେହ ଖରାପ ହେବାରୁ ସେ ଝିଅକୁ ଘରକୁ ପଠାଇବା ପାଇଁ ଫୋନ କରିଥିଲେ । କିନ୍ତୁ ବାବାଙ୍କର ସେବାୟତ ମାନେ ତାଙ୍କ ଉପରେ ପାଟି ତୁଣ୍ଡ କରିଥିଲେ ଆଉ ଫୋନ କାଟି ଦେଇଥିଲେ । ଏହାପରେ ଯେତେ ଚେଷ୍ଟା କଲେ ବି ତାଙ୍କ ପାଖକୁ ଆଉ ଫୋନ ଲାଗି ନଥିଲା । ଏହାପରେ ବାପା ମାଆ ଆଶ୍ରମ ପହଞ୍ଚିଥିଲେ କିନ୍ତୁ ତାଙ୍କୁ ସେଠାରେ ଗୋଇଁଠା ମାଡ଼ ଦେଇ ବିଦା କରି ଦିଆଯାଇଥିଲା । ତେବେ ଏହାପରେ ବାପା ମାଆ ଆଉ କିଛି ଲୋକ ଯାଇ ଏସପି ଅଫିସ ଘେରଉ କରିଛନ୍ତି ଆଉ ଝିଅକୁ ୧୫ ଦିନ ଭିତରେ ଖୋଜିବା ପାଇଁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *